Swastik Tv News Odisha

ରାଜଧାନୀ ଭୁବନେଶ୍ୱର ର ବୀଚ ରାସ୍ତାରେ ଉପରେ ଯୁବତୀ ହାଇ ଡ୍ରାମା… ତତେ ରାସ୍ତା ଉପରେ ପିଟିବି… ଦେଖନ୍ତି Video

0

ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଭିନ୍ନ ଭିନ୍ନ ଡ୍ରାମା ଦେଖିବାକୁ ମିଳୁଛି। କେତେବେଳେ ଏଠାରେ ଦିନ ଦିପହର ରେ ଗୋଷ୍ଠୀ ସଂଘର୍ଷ ହେଉଛି ତ, କେତେ ବେଳେ ଯୁବକ ଯୁବତୀ ଙ୍କର ରାସ୍ତା ମଝିରେ ହାଇ ଭଲଟେଜ ଡ୍ରାମା ଚାଲିଲାଣି ତ ପୁଣି କେତେବେଳେ ରାତି ଅଧ ରେ କୋଉ କଳାକାର ଙ୍କର ରାସ୍ତା ଅବରୋଧ କରି ତାଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହେଲାଣି ।ତେବେ ବୁଝି ହେଉନାହିଁ ଏ ରାଜଧାନୀ ର ଲୋକ ମାନେ କାହିଁକି ଏପରି ହେଉଛନ୍ତି ତାହା ବୁଝି ହେଉନି ଏମାନେ ସ୍ମାଟ ସିଟି ର ଯୁବ ଯୁବତୀ ବୋଲି ବଧେ ଏପରି ହେଉଛନ୍ତି।

ତେବେ ବର୍ତ୍ତମାନ ପୁଣି ଏହିପରି ଏକ ନିନ୍ଦନୀୟ ଘଟଣା ଭୁବନେଶ୍ୱର ରେ ଦେଖାଯାଇଛି ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଘଟଣା ଟି କିଛି ଏହିପରି ଥିଲା କି ଭୁବନେଶ୍ୱର ର ନାଲକୋ ଛକ ଠାରେ ଥିବା ଟ୍ରାଫିକ ରେ ଜଣେ ଯୁବତୀ ଙ୍କର ଗାଡ଼ି ସହ ଅନ୍ୟ ଜଣେ ଯୁବକ ଙ୍କର ଗାଡି ପିଟି ହୋଇ ଯାଇଥିଲା। ତେବେ ଏହି କଥା ରେ ଯୁବତୀ ଜଣଙ୍କ ଏତେ ଉତ୍ତପ୍ତ ହୋଇଯାଇ ଏହିପରି ଡ୍ରାମା କରିବା ଆରମ୍ଭ କରିଦେଲେ କି ତାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ।

ତେବେ ଏହି ସାଧାରଣ କଥାଟି ରେ ନେଇ ଯୁବତୀ ଜଣଙ୍କ ବିଚ ରାସ୍ତା ଉପରେ ଯୁବକ ଙ୍କୁ ନିଧୁମ ମାରି ଚାଲିଲେ , ଚାପୁଡ଼ା ଉପରେ ଚାପୁଡ଼ା ଆଉ ସମସ୍ତେ ଏହାକୁ ବାସ ଦେଖୁଥିଲେ। ଯୁବତୀ ଜଣଙ୍କ ଯୁବକ ଙ୍କୁ ଖାଲି ମାରି ନଥିଲେ ବରଂ ତାଙ୍କୁ ମାରିବା ପରେ ଶାନ୍ତି ହୋଇ ନଥିଲେ କି ତାଙ୍କୁ ଓଲଟା ବହୁତ ଜୋର ଜୋର ଚିଲେଇବା କୁ ଲାଗିଲେ।ତା ସହ ବାରମ୍ବାର ତାଙ୍କୁ ଯୁକ୍ତି କରି କହୁଥିଲେ କି ଭୁଲ ନାହିଁ କଣ କହୁଛୁ ସବୁ ଭୁଲ ତର , କହୁଛି କଣ ନା ଭୁଲ ନାହିଁ।

ତେବେ ଏହିପରି ଭାବରେ ଯୁବତୀ ଙ୍କର ଡ୍ରାମା ଦେଖିବା ପରେ ଟ୍ରାଫିକ ପୋଲିସ ମଧ୍ୟ କିଛି ସମୟ ପାଇଁ ଆବାକ ହୋଇ ଯାଇଥିଲେ।ତେବେ ଯୁବତୀ ଙ୍କର ଏହିପରି ଉଦ୍ଧତ କାର୍ଯ୍ୟ ଦେଖି ଭୟ ରେ କେହି କିଛି କହୁ ନଥିଲେ, କିଛି ସମୟ ପରେ ଟ୍ରାଫିକ ପୋଲିସ ସେଠାକୁ ଆସି ଯୁବକ ଙ୍କୁ ସେଠାରୁ ଯିବାକୁ କହିଲେ ଆଉ ଯୁବତୀ ଙ୍କୁ ଶାନ୍ତ ହେବାକୁ କହିଲେ। ମାତ୍ର ଯୁବତୀ ଜଣଙ୍କ କାହାରି କଥା ଶୁଣିବା ଅବସ୍ଥାରେ ହିଁ ନଥିଲେ ତେଣୁ ସେ ତାଙ୍କର ଡ୍ରାମା ସେହିପରି କରି ଚାଲିଥିଲେ।

ତେବେ ଏହି ଘଟଣା ଟିକୁ ସେଠାରେ ଦେଖଣା ହାରି ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି ଏବଂ ଯିଏ ଏହି ଯୁବତୀ ଙ୍କର ଡ୍ରାମା ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି ଆଉ ସମସ୍ତେ କହୁଛନ୍ତି ବାପ ରେ ଏମିତି ଯୁବତୀ କାହାଙ୍କ ହାବୁଡ଼ ରେ ନପଡୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.