Swastik Tv News Odisha

ନିଜ ପିଲା କୁ ଯଦି ମଣିଷ କରିବାକୁ ଚାହୁଁଛନ୍ତି ତେବେ ଏହି ୨ ଟି ଶିକ୍ଷା ନିଶ୍ଚୟ ଦିଅନ୍ତୁ… ପ୍ରତ୍ୟେକ ବାପା ମା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

0

ଆଜିର ଏହି ଲେଖା ମାଧ୍ୟମରେ ଆମେ ଏକ ବିଶେଷ କଥା ଉପରେ ଧ୍ୟାନ ଦେବା ଏବଂ ଜୀବନର ଏକ ମୂଲ୍ୟବାନ କଥାକୁ ଜାଣିବା। ଯଦି ଆପଣ ନିଜର ପିଲାଙ୍କୁ ଭଲ ମଣିଷ କିମ୍ୱା ଯୋଗ୍ୟ କରିବାକୁ ଚାହାଁନ୍ତି କିମ୍ୱା ଆପଣ ଯଦି ନିଜେ ଏକ ଛୋଟ ପିଲା ହୋଇଥିବେ ତେବେ ଏହି ବିଶେଷ କଥାକୁ ନିଶ୍ଚିତ ହୃଦୟଙ୍ଗମ କରିବେ। ଯଦି ଭାଇ ଭଉଣୀ କିମ୍ୱା ପିତା ମାତା ହୋଇଥିବେ ତେବେ ବି ଏହି କଥା ଆପଣଙ୍କ ପାଇଁ ନିଶ୍ଚିତ ମୂଲ୍ୟବାନ ହେବ। ଜୀବନରେ ଥିବା ଅନେକ ସମସ୍ୟା କୁ ସମାଧାନ କରିବା ପାଇଁ, ନିଜକୁ ଠିକ୍ ରାସ୍ତାରେ ପରିଚାଳିତ କରିବା ପାଇଁ, ସମ୍ପର୍କକୁ ଭଲ ଭାବରେ ବୁଝିବା ପାଇଁ ଅମୂଲ୍ୟ ଶିକ୍ଷା ନିହାତି ଦରକାର।

ତେବେ ଏସବୁ ସମାଧାନ ସେ ହିଁ କରି ପାରିବ ଯିଏକି ଜୀବନରେ ଅମୂଲ୍ୟ ଶିକ୍ଷା କୁ ଉପଲବ୍ଧି କରିଥିବ ଏବଂ ଜୀବନର ଗାଢ଼ ତତ୍ୱକୁ ବୁଝି ବାରେ ସକ୍ଷମ ହୋଇଥିବ। ତେଣୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଆପଣଙ୍କୁ ଆଜି ଏହି ବିଷୟରେ ଆମେ କହିବାକୁ ଯାଉଛୁ। ଜୀବନରେ ଖୁସିରେ, ମାନସିକ ଶାନ୍ତିରେ ରହିବା ପାଇଁ ହେଲେ ଅମୂଲ୍ୟ ଶିକ୍ଷା ଆବଶ୍ୟକ। ଯାହା ଉପରେ ଆମେ ଆଲୋକପାତ କରି ନଥାଉ। ଆମେ ଅର୍ଥ ରୋଜଗାର କରୁଛୁ କିନ୍ତୁ ସମ୍ପର୍କକୁ ଭଲ ଭାବରେ ବୁଝି ପାରୁ ନାହିଁ କିମ୍ୱା ମାନସିକ ଶାନ୍ତି ମିଳି ପାରୁନାହିଁ। ତେବେ ଏସବୁ ସମ୍ଭବ ହୋଇ ପାରିବ ଯଦି ଗୋଟିଏ ପିଲାକୁ ଉଚିତ୍ ଶିକ୍ଷା ଦିଆଯିବ।

କାରଣ ଆଜିର ଶିଶୁ ହିଁ କାଲିର ଭବିଷ୍ୟତ ଅଟେ। ପିଲା ମାନଙ୍କ ପାଖରେ ଭଲ ଗୁଣ, ନୈତିକତା ବୃଦ୍ଧି ହେଲେ ହିଁ ସେମାନେ ଜୀବନର ପ୍ରକୃତ ସ୍ଵରୂପ କୁ ବୁଝି ପାରିବେ ଏବଂ ଭଲ ମଣିଷ ଟିଏ ହୋଇ ପାରିବେ। ଅଧିକ ଧନ ଉପାର୍ଜନ ନକରୁ ପଛେ ଉତ୍ତମ ବ୍ୟକ୍ତିଟିଏ ସେ ହେବା ଆବଶ୍ୟକ। ତେବେ ଏହାକୁ ନେଇ ସୁଦର୍ଶନ ମିଶ୍ର ଏକ ସୁନ୍ଦର୍ କାହାଣୀ ମାଧ୍ୟମରେ ଏହାକୁ ବର୍ଣ୍ଣନା କରିଛନ୍ତି।ଏହି ଭିଡିଓରେ ଥିବା କାହାଣୀ କୁ ଶୁଣିଲେ ଆପଣ ଏ ବିଷୟରେ ଜାଣି ପାରିବେ।ସେ ତିନିଟି ପିଲାର ସୁନ୍ଦର୍ କାହାଣୀ ମାଧ୍ଯମରେ ଏହାକୁ ବୁଝାଇ ଅଛନ୍ତି।

ସେମାନେ କିପରି ବଡ ହେଲା ପରେ ସମ୍ପର୍କର ମହତ୍ତ୍ୱକୁ ଗୁରୁତ୍ଵ ଦେଇଛନ୍ତି ତା ବିଷୟରେ ସେ କହିଛନ୍ତି। କିପରି ବାପା ମାଆଙ୍କ ପାଖରୁ ଦୂରେଇ ରହି ଦୁଇଜଣ ପିଲା ସମ୍ପର୍କକୁ ପାଳନ କରୁଛନ୍ତି ଏବଂ ଆଉ ଜଣେ ପିଲା ବାପା ମାଆଙ୍କ ପାଖରେ ରହି ସବୁକିଛି କଥାକୁ, ପରିବାର ସହିତ ତାର ସମ୍ପର୍କ ଏବଂ ସମାଜ ସହିତ ତାର ସମ୍ପର୍କକୁ ଉଚିତ୍ ଭାବରେ ପାଳନ କରୁଛି। ତା ଉପରେ ସମସ୍ତେ ଖୁସି। ଏହିଭଳି ବିଷୟ ବସ୍ତୁ କୁ ନେଇ ଏହି କାହାଣୀଟି ଥରେ ଶୁଣନ୍ତୁ ଯାହା ଆପଣଙ୍କ ପାଇଁ ବହୁତ୍ ମୂଲ୍ୟବାନ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.