Swastik Tv News Odisha

Jyotisha Shastra – ଚାଉଳ ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ ଗ୍ୟାରେଣ୍ଟି

0

ପ୍ରତ୍ୟେକ ବ୍ୟକ୍ତି ମାନେ ଜୀବନରେ ସୁଖ ସ୍ୱଚ୍ଛନ୍ଦରେ ଜୀବନ ବିତେଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ସମାଜର କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ । ସେହି ନୀତି ନିୟମକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ନୀତି ଶାସ୍ତ୍ର ବିଷୟରେ ଜଣେଇବୁ , ଯାହାକୁ ମାନି ଚଳିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇଥାଏ ।

1 . ଆପଣ ପ୍ରତ୍ୟେକ ଦିନ ଚାଉଳ ନେଇ ରୋଷେଇ କରୁଛନ୍ତି , ଗୋଟିଏ ଡବାରେ କିମ୍ୱା ଟିଣରେ ବା ବାସ୍ତାରେ ଚାଉଳ ରଖୁଛନ୍ତି । ଯେଉଁ ଡବାରେ ଆପଣ ଚାଉଳ ଖୋଲିକି ଆଣୁଛନ୍ତି ସେହି ଡବାରେ ଗୋଟେ ରୁପାର ଶିକା କିମ୍ୱା ରୂପାର ଟୁକୁଡା ଟିକେ ସେହି ଡବାରେ ପକାଇ ଦିଅନ୍ତୁ । ଚାଉଳ ଖୋଲି ଆଣି ସାରିବା ପରେ ସେହି ଖାଲି ଡବାରେ ରୂପା ଶିକାଟି ବା ଟୁକିଡା ଟିଏ ପକାଇ ଦେଇ ତାହାରି ଭିତରେ ରଖନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି କେବେହେଲେ ଯାଆନ୍ତି ନାହିଁ ଏବଂ ସର୍ବଦା ପ୍ରସନ୍ନ ରହିଥାନ୍ତି । ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହୁଏ ନାହିଁ ।

2. ସପ୍ତାହର ଏହି ଦୁଇ ବାର ଅର୍ଥାତ୍ ଶନିବାର ଓ ରବିବାର ଏହି ଦୁଇଟା ବାରରେ ପ୍ରଥମେ ଆଗ ପାଣି ଢାଳିବେ ବାହର ପଟରେ ଏବଂ ବାହାର ପଟଟି ଆଗ ଝାଡୁ କରିବେ । କାରଣ ବାହାର ଲୋକ କେହି ବି ଯଦି କୌଣସି ମନ୍ତ୍ର ତନ୍ତ୍ର ବା ଅଶୁଭଦୃଷ୍ଟି ଥାଏ , ତ ଏହି ଦୁଇ ବାରରେ ଆଗ ବାହାର ପଟ ଝାଡୁ କଲେ ତାହା ଦୂର ହୋଇଯାଏ ।

3. ବର୍ଷ ର ଚୈତ୍ରମାସ , ଶ୍ରାବଣ ମାସ , ଭାଦ୍ରବ ମାସ , ଆଶ୍ୱିନ ମାସ , କାର୍ତ୍ତିକ ମାସ ଏବଂ ପୈଷ ମାସ ଏହି ମାସ ଗୁଡିକରେ ବିବାହ କଲେ କନ୍ୟା ମାନେ ଦୁଃଖୀନି ହୋଇଥାନ୍ତି । ତେଣୁ ଭୁଲରେ ମଧ୍ୟ ଏହି ମାସ ଗୁଡିକରେ ଝିଅର ବିବାହ କରନ୍ତୁ ନାହିଁ ।

4. ଯେତେବେଳେ ସିନ୍ଦୁର ଲଗାଉଛନ୍ତି ସେହି ଘରେ ସ୍ୱାମୀ ଛଡା ବାହାର କୌଣସି ଲୋକ ସେହି ଘରେ ନରହିବା ଉଚିତ୍ । ଯେତେବେଳେ ସିନ୍ଦୁର ପିନ୍ଧୁଛନ୍ତି ମୁଣ୍ଡରେ ଲୁଗା ପକାଇ ସିନ୍ଦୁର ପିନ୍ଧନ୍ତୁ , ଖୋଲା ମୁଣ୍ଡରେ କେବେହେଲେ ସିନ୍ଦୁର ପିନ୍ଧନ୍ତୁ ନାହିଁ ।

5. ଅନ୍ୟ ଘରୁ ଯଦି କୌଣସି ସ୍ତ୍ରୀ ଲୋକ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ସିଏ ଯଦି ଆପଣଙ୍କୁ ସିନ୍ଦୁର ପିନ୍ଧିବା ପାଇଁ ମାଗନ୍ତି ତେବେ ତାଙ୍କୁ ତାହା ଦେବା ଉଚିତ୍ ନୁହେଁ । ଏହା ମାନିବା ଦ୍ୱାରା ଆପଣଙ୍କର ମଙ୍ଗଳ ହେବ ।

6. ରୁଟି କରି ସାରିବା ପରେ କେବେ ରୁଟି ଗଣିବେ ନାହିଁ , ଯଦି ରୁଟିକୁ ଗଣନ୍ତି ତାହେଲେ ଘରେ ଥିବା ଅବିବାହିତା ଝିଅଙ୍କର ଚିନ୍ତା ବଢିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.