Swastik Tv News Odisha

ମାଳିକାର ବଡ଼ ଭବିଷ୍ୟବାଣୀ ! ବିଦେଶରୁ ତୁରନ୍ତ ଫେର ନହେଲେ ସବୁ ସରିଯିବ…. ଘଟିବାକୁ ଯାଉଛି ଏହି ବଡ ଅଘଟଣ… କଣ ସବୁ ଘଟିବ ଶୀଘ୍ର ଦେଖନ୍ତୁ

0

ବନ୍ଧୁଗଣ ପୁଣିଥରେ ଆମେ ଆଜି ସେହି ମାଳିକା ଶାସ୍ତ୍ର ଉପରେ ଆଲୋଚନା କରିବା। ଆପଣ ଜାଣିଛନ୍ତି ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ରହିଛି।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି।

ମାଳିକା ରେ ଏମିତି ଅନେକ ଜିନିଷ ବର୍ଣ୍ଣିତ ରହିଛି ଯାହା ଆମେ ଜାଣି ନାହୁଁ। ମହାପୁରୁଷ ଅଚ୍ୟୁତାନନ୍ଦ ଯାହାଙ୍କୁ ମାଳିକା ପୁରୁଷ ଯୁଗ ଜନ୍ମା ପୁରୁଷ ବୋଲି କୁହା ଯାଇଥାଏ ସେ ୧ ଲକ୍ଷ ୮୫ ହଜାର ରୁ ଉର୍ଦ୍ଧ୍ବ ଗ୍ରନ୍ଥ ଲେଖି ଯାଇଛନ୍ତି। ଏଥିରେ ଅନେକ ମାଳିକା ଭକ୍ତ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣନା ରହିଛି।ତେବେ ଗୋଟି ଗୋଟି କରି ଲୁଚି ରହିଥିବା ସମସ୍ତ ମାଳିକା ବର୍ଣ୍ଣିତ ସ୍ଥାନକୁ ଲୋକ ଲୋଚନକୁ ଆଣିବା ପାଇଁ ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ତାର ପ୍ରୟାସ ଜାରି ରଖିଛି। ଆଉ ସେହି ଅନ୍ୱେଷଣରେ ଏଠାରେ ଆପଣ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ସ୍ଥାନ ଗୁଡ଼ିକ ଉଦାହରଣ ଏବଂ ପ୍ରମାଣ ସ୍ଵରୂପ ଦେଖିବାକୁ ପାଉଥିବେ।

ସେହିପରି ଜଣେ ମାଳିକା ଗବେଷକ, ପ୍ରଚାରକ ଏବଂ ପଣ୍ଡିତ ଙ୍କ ମୁହଁରୁ ଆମେ ଆଜି ଶୁଣିବା କିପରି ଭାବରେ ଭବିଷ୍ୟତକୁ ନେଇ ଏକ ବିରାଟ ସମସ୍ୟା କୁ ସେ ଆକଳନ କରିଛନ୍ତି ମାଳିକା ର ଗବେଷଣା କରି।ସେ କହିଛନ୍ତି ଏବେ ବିଦେଶରୁ ନିଜ ଦେଶକୁ ଫେରି ଆସିବାର ସମୟ ଆସିଛି ଭାରତବାସୀ ଙ୍କର। କାରଣ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହେବ। ଯୁଦ୍ଧ ପରିସ୍ଥିତି ଆହୁରି ଭୟାନକ ହେବ।୨୦୩୦ ଭିତରେ ଏହିଭଳି ଅନେକ ସମସ୍ୟା ଆସିବ। ତେଣୁ ଏବେଠାରୁ ଆସି ବିଦେଶରେ ରହିଥିବା ବ୍ୟକ୍ତି ବିଶେଷ ମାନେ ଆମ ଦେଶରେ ବେପାର ବଣିଜ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଏହାଛଡା ସେ କହିଛନ୍ତି ଓଡ଼ିଶା ଉପରକୁ ତିନିଟି ବଡ ବିପଦ ମାଡ଼ି ଆସୁଛି। ପ୍ରଥମତଃ ସମୁଦ୍ର ପଥ ଦେଇ ଶତ୍ରୁ ରାଷ୍ଟ୍ର ଆମକୁ ଆକ୍ରମଣ କରିବ ଏବଂ ଯୁଦ୍ଧ ପରିସ୍ଥିତି ସଙ୍ଗଠିତ ହେବ। ଦ୍ଵିତୀୟରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବ ଏବଂ ତୃତୀୟରେ ହୀରାକୁଦ ବନ୍ଧ ଭାଙ୍ଗିବା ଫଳରେ ଓଡ଼ିଶାର ୬ ଟି ପୁରୁଣା ଜିଲ୍ଲା ଜଳମଗ୍ନ ହେବ। ଏମିତି ଅନେକ ସମସ୍ୟା ଓଡ଼ିଶା ସମେତ ଆମ ଦେଶ ଏବଂ ସାରା ବିଶ୍ୱକୁ କବଳିତ କରିବ ଏବଂ ଶେଷରେ ପୃଥିବୀ ଧ୍ଵଂସ ମଧ୍ୟ ହୋଇଯିବ ବୋଲି ମାଳିକା ଗବେଷକ ଜଣଙ୍କ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.