Swastik Tv News Odisha

Odia Recip – ଥରେ ମାତ୍ର ମାଛକୁ ଏମିତି ତିଆରି କରନ୍ତୁ ଦେଖିବେ ପୁରା ରେଷ୍ଟୁରାଣ୍ଟ ଭଳି ସ୍ଵାଦ ଲାଗିବ… ଗ୍ୟାରେଣ୍ଟି ଦେଖିଲା ମାତ୍ରେ କରିବେ… ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

0

ମାଛ ପ୍ରସ୍ତୁତ ଅନେକ ଡିସ୍ ଆପଣ ମାନେ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ମାଛର ଆଉ ଏକ ନୂଆ ରେସିପି ବିଷୟରେ ଜାଣେଇବୁ । ଯାହାର ପ୍ରସ୍ତୁତି ପ୍ରଣାଳୀ ସମ୍ପୂର୍ଣ୍ଣ ୟୁନିକ ଆସିବ ଏବଂ ଟେଷ୍ଟି ମଧ୍ୟ ହେବ । ତେବେ ଆଉ ଆମେ ଡେରି ନକରି ଆସନ୍ତୁ ଜାଣିବା ମାଛର ଏହି ନ୍ୟୁ ରେସିପି ।

ପ୍ରସ୍ତୁତି ପ୍ରଣାଳୀ :-

ମାଛର ଏହି ଟେଷ୍ଟି ତରକରୀ ତିଆରି କରିବା ପାଇଁ ପ୍ରଥମେ ଆମକୁ ମାଛ ଦରକାର । ପ୍ରଥମେ 5 ଶହଗ୍ରାମର ରୋହି ମାଛ ନିଅନ୍ତୁ ସେଥିରେ ଲେମ୍ୱୁ ଚୁପି଼ଡି ଦିଅନ୍ତୁ । ଏବେ ସେଥିରେ ଏଡ୍ କରନ୍ତୁ ଅଧା ଚାମଚ ହଳଦୀ ଗୁଣ୍ଡ , ଏକ ଚାମଚ ଲୁଣ ଓ ଏକ ଚାମଚ ଅଦା ରସୁଣର ବଟା । ଶେଷରେ ଏକ ଛୋଟ ଚାମଚ ଲଙ୍କା ଗୁଣ୍ଡ , ଏକ ଚାମଚ ଜିରା ଗିଣ୍ଡ ଓ ଏକ ଚାମଚ ଧନିଆ ଗୁଣ୍ଡ ଓ ଶେଷରେ ଦୁଇ ଚାମଚ କନଫ୍ଲାୱାର ଗୁଣ୍ଡ ଏଡ୍ କରନ୍ତୁ । ଏହା ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ଓ ଏହାକୁ 15 ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ଦ୍ୱିତୀୟ ଷ୍ଟେପରେ ଗ୍ୟାସରେ ଏକ ପ୍ୟାନ ବସାନ୍ତୁ ସେଥିରେ 2 ଛୋଟ ଚାମଚ ସୋରିଷ ତେଲ , ତେଲ ଭଲ ଭାବରେ ଗରମ ହେବା ପରେ ସେଥିରେ ଏକ ଚାମଚ ଜିରା , ଏକ ଚାମଚ ଧନିଆ ଓ 2ଟି ଗୁଜୁରାତି , ଛୋଟ ଖଣ୍ଡ ଡାଲଚିନି , 2 ଟି ଲବଙ୍ଗ ଓ 10 ରୁ 12 ଟି ଡାଲଟିନି । ଏହା ଟିକିଏ ଭାଜି ହୋଇଗଲା ପରେ 3ଟି ମି଼ି଼ଡିଅମ ସାଇଜର ପିଆଜ ତା ସହିତ 8 ରୁ 10 ଟି କାଜୁ । ଏହାକୁ ମିଡିଅମ ଫ୍ଲେମରେ ଭାଜି ନିଅନ୍ତୁ । ବର୍ତ୍ତମାନ ତାହାକୁ ଏକ ଗ୍ରାଇଣ୍ଡିଙ୍ଗ ଜଗ୍ କୁ ବାହାର କରି ଏକ ସୁନ୍ଦର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ତୃତୀୟ ଷ୍ଟେପରେ ସେହି ସେପ ପ୍ୟାନ ରେ 3 ବଡ ଚାମଚ ସୋରିଷ ତେଲ ଦିଅନ୍ତୁ , ତେଲ ଭଲ ଭାବରେ ଗରମ ହୋଇଗଲା ପେର ସେଥିରେ ମାଛ ପକାନ୍ତୁ । ମିଡିଅମ ଫ୍ଲେମରେ ରଖି ମାଛକୁ ଭଲ ଭାବରେ ଭାଜି ଆଣନ୍ତୁ । ବର୍ତ୍ତମାନ ଆଉ ଏକ କଢେଇ ନିଅନ୍ତୁ ସେଥିରେ 2 ବଡ ଚାମଚ ସୋରିଷ ତେଲ ଦିଅନ୍ତୁ , ତେଲ ଗରମ ହୋଇଗଲେ ଅଧା ଚାମଚ ଜିରା ଓ ତା ସହିତ 2 ଚାମଚ ଅଦା ରସୁଣର ବଟା । ଏହାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ସେଥିରେ ହାପ ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାମଚ କାଶ୍ମୀର ରେଡ ଚିଲ୍ଲୀ ଏସବୁ କୁ ଲୋ ଫ୍ଲେମ ରେ ରଖି ଭଲ ଭାବରେ ମିକ୍ସ କରି ନିଅନ୍ତୁ ।

ଏବେ ବାଟି ରଖିଥିବା ମସଲା ପେଷ୍ଟକୁ ସେଥିରେ ଏଡ୍ କରନ୍ତୁ ଓ 3 ରୁ 4 ବ଼ଡ ଚାମଚରେ ପାଣି ଦିଅନ୍ତୁ । ଏହାପରେ ସ୍ୱାଦ ଅନୁସାରେ ଲୁଣ ଏଡ୍ କରନ୍ତୁ ,ଏବେ ଏଇ ସବୁ ଜିନିଷ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏବେ ଏକ କଭର ସାହାର୍ଯ୍ୟରେ 2 ରୁ 3 ମିନିଟ ପର୍ଯ୍ୟନ୍ତ କଷି ହେବା ପାଇଁ ଛାଡି ଦିଅନ୍ତୁ । ଏବେ ସେଥିରେ ଆଡ୍ କରନ୍ତୁ ଗୋଟେ ଛୋଟ ଟମାଟ ଏଡ୍ କରି ତାହାକୁ ପୁଣି 2 ମିନିଟ ପର୍ଯ୍ୟନ୍ତ ଘୋଡେଇ ରଖନ୍ତୁ । ବର୍ତ୍ତମାନ ଦେଢ ଗ୍ଲାସ ପାଣି ସେଥିରେ ଏଡ୍ କରି ମିକ୍ସ କରି ନିଅନ୍ତୁ ଓ ଫୁଟିବା ପାଇଁ ଛାଡି ଦିଅନ୍ତୁ ।

ଏବେ ଗ୍ରେଭି ଭଲ ଭାବରେ ଫୁଟି ଆସିଛି , ସେଥିରେ ମାଛ ପକେଇ ଦିଅନ୍ତୁ । ଏବେ ସେଥିରେ ଏକ ଚାମଚ କସ୍ତୁରୀ ମେଥି ଏଡ୍ କରି ଦିଅନ୍ତୁ ତା ସହିତ 2 ଟି କଞ୍ଚାଲଙ୍କା କାଟି ସେଥିରେ ପକାନ୍ତୁ । ବର୍ତ୍ତମାନ ପୁଣି 3 ମିନିଟ ପର୍ଯ୍ୟନ୍ତ ଘୋଡେଇ ରଖନ୍ତୁ , ଏବେ ଆମର ମାଛ ରେସିପି ପ୍ରସ୍ତୁତ ଟେଷ୍ଟ ରି ନିଶ୍ଚୟ ଘରେ ପ୍ରସ୍ତୁତ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.