Swastik Tv News Odisha

Jyotisha Shasta – ସିନ୍ଦୁର କିପରି ନାଇଁଲେ ନିଜ ସ୍ୱାମୀଙ୍କର ଆୟୁଷ, ରୋଜଗାର ଓ ମର୍ଯ୍ୟାଦାର ବୃଦ୍ଧି ହୁଏ ଅବା ହାନି ହୁଏ … ପ୍ରତ୍ୟେକ ବିବାହିତା ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ସିନ୍ଦୁର ଏହା ଏକ ପବିତ୍ର ଓ ମହାନ ଜିନିଷ ହୋଇଥାଏ , ବିବାହ କାର୍ଯ୍ୟରେ ଏହାକୁ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଥାଏ । ମହିଳା ମାନଙ୍କ ମଥାର ସିନ୍ଦୁରରୁ ହିଁ ପରିଚୟ ମିଳିଥାଏ ସେ ସଧବା କି ନୁହନ୍ତି । ସିନ୍ଦର ନିଜ ସ୍ୱାମୀଙ୍କର ଲମ୍ୱା ଆୟୁଷ ପାଇଁ ସଧବା ବା ବିବାହିତ ମହିଳା ମାନେ ମଥାରେ ନାଇଥାନ୍ତି । ସିନ୍ଦୁର ବିଧିବିଧାନ ଏହା କୁହେ କି ଯେଉଁ ସ୍ତ୍ରୀ ମଥାର ମଝିସିନ୍ତାଣୀରେ ଯେତେ ଲମ୍ୱା ସିନ୍ଦୁର ଗାର ଟାଣିଥାନ୍ତି , ତାଙ୍କ ସ୍ୱାମୀଙ୍କର ସମାଜରେ ସେତେ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ । ରୋଜକାର ଏବଂ ଆୟୁଷରେ ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଢତା ଦେଖିବାକୁ ମିଳିଥାଏ ।

ଯେଉଁ ନାରୀ କର ସିତାଣୀରେ ସିନ୍ଦୁର ନାଇଁଥାନ୍ତି ତାଙ୍କ ସମ୍ପର୍କରେ ଦୂରତ୍ୱ ବଢିଥାଏ , ଯେଉଁ ନାରୀ ମଥାରେ ଲୁଚାଇବା ଭଳି ସିନ୍ଦୁର ପିନ୍ଧିଥାନ୍ତି ତାଙ୍କ ସ୍ୱାମୀଙ୍କର ପ୍ରତିଷ୍ଠା ସମ୍ମାନରେ ଆଞ୍ଚ ଆସିଥାଏ । ସମାଜରେ ତାଙ୍କ ସ୍ୱାମୀଙ୍କର ସମ୍ମାନ ହ୍ରାସ ପାଇଥାଏ , ବୈବାହିକ ସମ୍ପର୍କ କ୍ଷୀଣ ହୋଇଥାଏ । କୁହାଯାଏ କି ସିନ୍ଦୁର ନାଇଁଲା ବେଳେ ଯଦି କିଛି ସିନ୍ଦୁର ନାକ ଉପରେ ଝଡି ପଡିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଅନେକ ଙ୍କର ପ୍ରଶ୍ନ ଥାଏ ଯେ ବଜାରରେ ମିଳୁଥିବା ସିନ୍ଦୁର ପିନ୍ଧିବା ଶୁଭ ନା ଅଶୁଭ ହୋଇଥାଏ । କାରଣ ଚୁରା ସିନ୍ଦୁର ମଥାରେ ନାଇଁବା ସହଜ ହୋଇ ନଥାଏ ।

ଲିକୁଇଡ୍ ସିନ୍ଦୁର ଶୁଭ ହୋଇଥାଏ , କାରଣ ସିନ୍ଦୁର ମାତ୍ରକେ ହିଁ ଶୁଭ ତାହା ଝୁରା ସିନ୍ଦୁର ହେଉ ବା ଲିକୁଇଡ୍ ସିନ୍ଦୁର ହେଉ ଅବା ଗଳା ସିନ୍ଦୁର ହେଉ । ଯେହେତୁ ସିନ୍ଦୁର ଏକ ପବିତ୍ର ଜିନିଷ ହୋଇଥାଏ ତେଣୁ ଏହାକୁ ଅପବିତ୍ର ସମୟରେ ପିନ୍ଧିବା ଅନୁଚିତ୍ ହୋଇଥାଏ । ତେଣ ମହିଳା ମାନଙ୍କର ପିରିୟଡ୍ସ ବା ମାସିକ ଧର୍ମ ଚାଲୁଥିବା ସମୟରେ ଏଇ ସିନ୍ଦୁର ନାଇଁବା ବର୍ଜିତ ଅଟେ । ଶୁଦ୍ଧପୁତ ହେବା ପରେ ସିନ୍ଦୁର ନାଇଁବା ଉଚିତ୍ । ଯେଉଁ ନାରୀ ପିଲା ଜନ୍ମ ଦେଇଥାନ୍ତି ସେମାନେ 12 ଦିନ ପର୍ଯ୍ୟନ୍ତ ସିନ୍ଦୁର ନାଇଁବା ବର୍ଜିତ ଅଟେ । ଶୁଦ୍ଧପୁତ ହେବା ପରେ ସିନ୍ଦୁର ନାଇଁବା ବିଧେୟ ହୋଇଥାଏ ।

ଘରେ ପୂଜା କରୁଥିବା ମହିଳା ମାନେ ଠାକୁର ପୂଜା କରିବା ପୂର୍ବରୁ ସିନ୍ଦୁର ନାଇଁ ପାରିବେ ଏବଂ ଠାକୁର ପୂଜା କରି ସାରିବା ପରେ ମଧ୍ୟ ସିନ୍ଦୁର ନାଇଁ ପାରିବେ । କିନ୍ତୁ ବଡ ବ଼ଡ ଓଷା ପର୍ବ ପର୍ବାଣୀରେ ସିନ୍ଦୁର ପିନ୍ଧି ପୂଜା କରିବା ବିଧି ବିଧେୟ ହୋଇଥାଏ । ତେଣୁ ଜଣେ ବିବାହିତ ମହିଳା ପାଇଁ ସଠିକ୍ ରୂପରେ ସିନ୍ଦୁର ଧାରଣ କରିବା ସ୍ୱାମୀ ଙ୍କ ପାଇଁ ମଙ୍ଗଳ ହୋଇଥାଏ । ତା ସହିତ ସ୍ୱାମୀଙ୍କର ଆୟୁଷ ବୃଦ୍ଧି ମଧ୍ୟ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.