Swastik Tv News Odisha

Singer Arpita ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0

ନିକଟରେ ହୋଲି ଉପଲକ୍ଷେ ସିଦ୍ଧାର୍ଥ ଏଫ୍ ଏମ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସୁନ୍ଦର୍ କାର୍ଯ୍ୟକ୍ରମ। ଯାହାର ନାମ ହେଉଛି ଏଥର ହୋଲି ମ୍ୟୁଜିକାଲି। ଯେଉଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଅନେକ ଓଡ଼ିଶାର ପ୍ରମୁଖ ଗାୟକ ଏବଂ ଗାୟିକା ମାନେ। ଗୀତରେ ଗୀତରେ ଝୁମିଥିଲେ ସମସ୍ତେ। ସମସ୍ତେ ଏହି କାର୍ଯ୍ୟକ୍ରମ କୁ ବହୁତ୍ ଉପଭୋଗ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଦୁଇ ବେଶ୍ ପରିଚିତ ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା। ଯେଉଁ ମାନେ ଏବେ ଓଡ଼ିଶାର ନୂଆ ସ୍ୱର ରିଏଲିଟି ଶୋ ର ବିଚାରକ ଦାୟିତ୍ଵ ନିର୍ବାହ କରୁଛନ୍ତି।

ସେମାନେ ପିଲା ମାନଙ୍କ ଗୀତକୁ ଶୁଣି ବହୁତ୍ ସୁନ୍ଦର୍ ସୁନ୍ଦର୍ କମେଣ୍ଟ ଦେଇ ସେମାନଙ୍କୁ ଉତ୍ସାହିତ କରୁଛନ୍ତି। ତେବେ ଅର୍ପିତା ଜଣେ ସୁନ୍ଦର୍ ଗାୟକ ସାଙ୍ଗକୁ ସୁନ୍ଦର୍ ହୃଦୟର ବ୍ୟକ୍ତି ଟିଏ। ଯାହାଙ୍କୁ ଆପଣ ଏଠାରେ ଦେଖି ଜାଣି ପାରୁଥିବେ। ସିଦ୍ଧାର୍ଥ ଏଫ୍ ଏମ୍ ର ଏଥର ହୋଲି ମ୍ୟୁଜିକାଲି କାର୍ଯ୍ୟକ୍ରମ ରେ ସେ ଯୋଗଦେଇ ଏକ ସୁପରହିଟ ଗୀତ ଗାଇଥିଲେ ଯେଉଁ ଗୀତକୁ ପୂର୍ବରୁ ସେ ନିଜେ ଗାଇଛନ୍ତି ଏବଂ ଏହାକୁ ଲୋକ ବହୁତ୍ ପଶନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି।ଏହି ଗୀତଟି ହେଉଛି, ମୋବାଇଲ୍ ରୁ ନମ୍ୱର୍ ତୋର ଡିଲିଟ କରିଦେଲି, ମୋ ହାର୍ଟରୁ ମେମୋରି କାର୍ଡ ତୋର କାଢ଼ିଦେଲି।

ଏହି ଗୀତରେ ତାଙ୍କ ସହ ଷ୍ଟେଜ ରେ ନାଚିଛନ୍ତି ଭାଇରାଲ ବୟ ଶାନ୍ତନୁ। ଅର୍ପିତା ଙ୍କ ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଶାନ୍ତନୁ। ଅର୍ପିତା ଙ୍କ ହାତ ଧରି ମଧ୍ୟ ସେ ନାଚିଛନ୍ତ। ତାଙ୍କର ଏହି ଡାନ୍ସ ସମସ୍ତଙ୍କୁ ବେଶ୍ ଖୁସି କରି ଦେଇଛି। ଲୋକେ ଏହାର ଭରପୁର ମଜା ଉଠାଇ ଅଛନ୍ତି। ଶେଷରେ ଭାଇରାଲ ଗାର୍ଲ୍ ରିତିକା ମଧ୍ୟ ଆସି ଷ୍ଟେଜ ରେ ଶାନ୍ତନୁ ଙ୍କ ସହିତ ଡାନ୍ସ କରିଥିଲେ। ଶାନ୍ତନୁ ଙ୍କ ଡାନ୍ସ ଦେଖି ସମସ୍ତେ ଅର୍ପିତା ଙ୍କ ଗୀତ ସହିତ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ। ଆପଣ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଓଡ଼ିଶାର ନୂଆ ସ୍ୱର ଜୁନିୟର ରେ ନିଜର ଗାୟିକିର ପ୍ରତିଭା ଦେଖାଇ ସମସ୍ତ ଙ୍କ ମନକୁ କିଣିବାରେ ସଫଳ ହୋଇଛନ୍ତି ଅନେକ କୁନି କୁନି ପ୍ରତିଭା।

ଆଉ ସେମାନଙ୍କ ଭିତରେ ଜଣେ କୁନି ବାଳକ ହେଉଛନ୍ତି ଏହି ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି। ସେ ତାଙ୍କ ସଙ୍ଗୀତ ଏବଂ ଅଭିନୟରେ ସମସ୍ତଙ୍କ ପ୍ରିୟ ଏବଂ ମନୋରଞ୍ଜନର ଏକ ତଡକା ହୋଇ ପାରିଛନ୍ତି।ସେ ଯେଉଁଭଳି ଭାବରେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ସେ ତାଙ୍କର ଗୀତ ଏବଂ ଅଭିନୟ ରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ତେବେ ଏଥିରେ ଶାନ୍ତନୁ ଙ୍କ ଏହି ଡାନ୍ସ କୁ ଦେଖି ଆପଣ ନିଶ୍ଚିତ ଉପଭୋଗ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.