Swastik Tv News Odisha

ମୋଟା ପେଟ କେମିତି କମିବ ! Dr. Ankita Rtha

0

ବନ୍ଧୁଗଣ ଆଜିକାଲି ଯେଉଁ ସ୍ବାସ୍ଥ୍ୟ ସମସ୍ୟା ସବୁ ଦେଖା ଯାଉଛି ସେସବୁ ମଣିଷ ପାଇଁ ଅନେକ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏଥିପାଇଁ ଦାୟୀ ହେଉଛି ଆମର ଅନିୟମିତ ଜୀବନଶୈଳୀ।କାରଣ ଯେଉଁଭଳି ଜୀବନଶୈଳୀ ଆମେ ଜିଉଁଛେ, ସେଥିରେ ସ୍ୱାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ କଥା। ଆଉ ସେଥିରୁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। ଏଥିପାଇଁ ଅଧିକାଂଶ ଲୋକ ଚିନ୍ତିତ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ କିଛି ଉପାୟ ଅବଲମ୍ବନ କରୁଛନ୍ତି କିନ୍ତୁ ଅନେକାଂଶରେ ଏହା ସଫଳ ହୋଇ ପାରୁନାହିଁ। ଅନେକ ଏଥିପାଇଁ ଚିନ୍ତା କରୁଥିବା ବେଳେ ଅନେକ ଏହାକୁ ଅଣଦେଖା ମଧ୍ୟ କରନ୍ତି।

ଯେଉଁପାଇଁ ଭବିଷ୍ୟତରେ ସେମାନେ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥାନ୍ତି। ତେବେ କ’ଣ ଆପଣ ଜାଣନ୍ତି କି ଏହି ସମସ୍ୟାକୁ କିପରି ଦୂର କରି ପାରିବେ।ଆଜି ଆମେ ଆପଣଙ୍କୁ କହିବୁ, ମୋଟାପଣ ଏବଂ ମୋଟା ପେଟ ସମସ୍ୟାକୁ ଆପଣ କିପରି ଦୂର କରି ପାରିବେ? ତେବେ ସାଧାରଣତଃ ଦେଖାଯାଏ ମିଲ ସ୍କିପ କରୁଥିବା ୱାର୍କିଂ ମେଲ୍ସ ଏବଂ ୩୫ ବର୍ଷରୁ ଅଧିକ ଗୃହିଣୀ ମାନେ ଏହି ମୋଟାପଣ ର ଶିକାର ହୁଅନ୍ତି। ସେମାନଙ୍କ ଖାଦ୍ୟ କମ୍ ଥାଇ ମଧ୍ୟ ସେମାନେ ମୋଟା ହୋଇ ଯାଆନ୍ତି। ତେବେ ଆମେ ଖାଦ୍ୟ ଖାଇବା ଉପରେ କୌଣସି ନୀୟମିତତା ଏବଂ ନିୟନ୍ତ୍ରଣ ନ ରଖିବା କାରଣରୁ ଏପରି ସମସ୍ୟା ଅଧିକତର ଦେଖାଯାଏ।

ଏଥିପାଇଁ ଆପଣଙ୍କୁ ଉପଯୁକ୍ତ ଖାଦ୍ୟ ଯାହାକି ପୋଷକ ତତ୍ତ୍ଵ ରେ ପୂର୍ଣ୍ଣ ଅଟେ ସେହିଭଳି ଖାଦ୍ୟ ପ୍ରତିଦିନ ଏବଂ ନିୟମିତ ବ୍ୟବଧାନରେ ଖାଇବା ଆବଶ୍ୟକ। ଏହାଛଡା ଜଙ୍କ ଫୁଡ୍ କୁ ସମ୍ପୂର୍ଣ୍ଣ ଭାବରେ ଦୂରେଇବା ଦରକାର୍। ପ୍ରତିଦିନ ଆପଣଙ୍କୁ ଖାଦ୍ୟରେ ଶାଗ, ସାଲାଡ଼ ଏବଂ ଘୋଳ ଦହି କୁ ଯୋଗ କରିବା ଆବଶ୍ୟକ ଅଟେ। ଏହାଛଡା ଡାକ୍ତରଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ଖାଦ୍ୟଭାସ କୁ ଗ୍ରହଣ କରିବା ଦରକାର ଅଟେ

ତେବେ ଆପଣଙ୍କୁ ପ୍ରଥମେ ସକାଳ ଜଳଖିଆ ବା ବ୍ରେକଫାଷ୍ଟ କୁ ଶୋଇକି ଉଠିବାର ଏକ ଘଣ୍ଟା ଭିତରେ ନେବା ଆବଶ୍ୟକ। ଛତୁଆ, ପରଟା, ରୁଟି ଜୁସ ଆଦି ସକାଳେ ନେଇ ପାରିବେ। ସେହିପରି ମଧ୍ୟାହ୍ନ ଭୋଜନ ବା ଲଞ୍ଚରେ ଆପଣ ବ୍ରାଉନ ରାଇସ୍, ଡାଲି, ସନ୍ତୁଳା, ପରିବା ତରକାରୀ, ସାଲାଡ଼ ଆଦି ନେଇ ପାରିବେ। ସେହିଭଳି ରାତିରେ ହାଲକା ଖାଦ୍ୟ ନିଅନ୍ତୁ ଏବଂ ଅଳ୍ପ ପାଣି ପିଅନ୍ତୁ। ଉଷୁମ କ୍ଷୀର ଆପଣ ପ୍ରତିଦିନ ପିଇ ପାରିଲେ ଭଲ। ସିଝା ପନିପରିବା ଖାଇବା ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ।

ପୌଷ୍ଟିକ ତତ୍ତ୍ୱ ଯେପରି ଆଇରନ, ମ୍ୟାଗ୍ନେସିୟମ, ଭିଟାମିନ ସି, ବି, କ୍ୟାଲସିୟମ, ପୋଟାସିୟମ, ପ୍ରୋଟିନ ଆଦି ରହିଥିବା ଖାଦ୍ୟ ନିଅନ୍ତୁ। ଏହାଛଡା ପିଲା ମାନଙ୍କୁ ଫଳ ଏବଂ ସିଯିନାଲ ଫ୍ରୁଟ ଖାଇବାର ଅଭ୍ୟାସରେ ପକାନ୍ତୁ। ଏବଂ କିପରି ଭାବରେ ନିୟମିତ ଭାବରେ ପ୍ରତିଦିନ ବ୍ୟାୟାମ କରି ପାରିବେ ବା ଚାଲିବେ ସେଥିପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ଏପରି କଲେ ମୋଟାପଣ ନିଶ୍ଚିତ ହ୍ରାସ ପାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.