Swastik Tv News Odisha

ଅଲୌକିକ ଘଟଣା କ୍ଷୀର_ପିଉଛନ୍ତି_ତିନି_ଠାକୁର , ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ବିଶ୍ୱାସ କରିବା /ନକରିବା ସମ୍ପୁର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ କିନ୍ତୁ ଘଟଣା ଟି ସତ୍ୟ

0

ଭାବ ବିନୋଦିଆ ସେ କଳା ଠାକୁର । ଜଗତ ର ନାଥ ସେ ଜଗନ୍ନାଥ ,ସେ ହେଉଛନ୍ତି ଏହି ସଂସାରର ସୃଷ୍ଟି କର୍ତ୍ତା ଏବଂ ସେ ହିଁ ହେଉଛନ୍ତି ଏହାର ସଂହରକର୍ତା ମଧ୍ୟ। ତାଙ୍କର ଲୀଳା କାହାକୁ ବି ବୁଝି ଆସେ ନି ।ଖାଲି ଏତିକି ନୁହେଁ ବରଂ ନିଜର ଭକ୍ତ ମାନଙ୍କ ପାଖକୁ ଭଗବାନ କେତେ ବେଳେ କେଉଁ ରୂପରେ ଆସିଥାନ୍ତି ତାହା ଜାଣିବା କଷ୍ଟକର ହୋଇଥାଏ।

ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ, ଆମର ୩୩ କୋଟି ଦେବା ଦେବୀ ରହିଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ବଶ୍ଚଳ ଏବଂ ଭାବ ବିନୋଦିଆ ।ପୁରାଣ ଶାସ୍ତ୍ର ରୁ ଯାହା ଦେଖାଯାଏ କି ପ୍ରଭୁ ଶ୍ରୀ ଜଗନ୍ନାଥ ସବୁବେଳେ ନିଜ ଭକ୍ତ ଙ୍କର ସହ ରହିବାକୁ ପସନ୍ଦ କରନ୍ତି।

ନିଜ ଭକ୍ତ ଉପରେ ସେ ଏମିତି ଯାଦୁ କରନ୍ତି କି ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ହୋଇଯାଏ। କେତେ ବେଳେ ସେ ଶ୍ରୀ ମନ୍ଦିରରେ ବିରାଜ ମାନ କରନ୍ତି ତ କେତେବେଳେ ପୁଣି ନିଜ କୁନି ଭକ୍ତ ର କୁଡିଆ ରେ ।କେତେ ବେଳେ ଭକ୍ତ ଙ୍କ ଠାରୁ ନଡ଼ିଆ ନେଇଥାନ୍ତି ତ କେବେ କେଉଁ ଭକ୍ତ ଠାରୁ କ୍ଷୀର ପାନ କରୁଛନ୍ତି।

ତେବେ ଆମେ ଆଜି ଆପଣଂକୁ ଆମେ ପ୍ରଭୁ ଜଗନ୍ନାଥ ଙ୍କର ଏମିତି ଏକ ବିଚକ୍ଷଣ ମାୟା ବିଷୟରେ ।ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ଭଗବାନ ଶ୍ରୀ ଜଗନ୍ନାଥ ଜଣେ ଭକ୍ତ ଙ୍କର ହାତରୁ କ୍ଷୀର ପାନ କରୁଛନ୍ତି। ତେବେ କେବଳ ଜଗନ୍ନାଥ ନୁହଁନ୍ତି ବରଂ ତାଙ୍କ ସହ ପ୍ରଭୁ ବଳରାମ ଏବଂ ମା ସୁଭଦ୍ରା ମଧ୍ୟ କ୍ଷୀର ପାନ କରୁଛନ୍ତି।

ତେବେ ଏହା ଘଟିଛି କଟକ ଜିଲ୍ଲାର ନରସିଂହପୁର ବ୍ଲକ ର ମଦନ ଗଡେଇ ଙ୍କର ଘରେ।ଏହା ଆପଣଂକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।ଯାହା ଆପଣ ଏହି ଭିଡ଼ିଓ ଟି ମାଧ୍ୟମରେ ଦେଖିପାରିବେ ।ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ମଦନ ଙ୍କର ଘର ଆଗରେ ଲୋକଙ୍କ ର ଭିଡ଼ ଲାଗିଛି।

ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଲୋକମାନେ ଏହାକୁ ଦେଖି ଚକିତ ହୋଇଥିଲେ ଏବଂ ସେମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥିଲା। ତେବେ କଟକ ର ମଦନ ଗଡେଇ କହିଛନ୍ତି ଯେ, ପ୍ରାୟ ୨ ବର୍ଷ ହେବ ସେ ପ୍ରଭୁ ଜଗନ୍ନାଥ , ବଳରାମ ଏବଂ ଦେବୀ ସୁଭଦ୍ରା ଙ୍କର ପୂଜା ନିଜ ଘରେ କରୁଛନ୍ତି ।

ତେବେ ସେ ଯେବେ ଠାରୁ ଭଗବାନ ଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ସେହି ଦିନ ରୁ ପୂଜା କରିବା ସମୟରେ ସେ ଭଗବାନ ଙ୍କୁ ଏକ ଚାମଚ ମାଧ୍ୟମରେ କ୍ଷୀର ପ୍ରଦାନ କରିଥାନ୍ତି ଏବଂ ଶ୍ରୀ ଜଗନ୍ନାଥ ମଧ୍ୟ ତାହାକୁ ଅତି ଶରଧା ରେ ସେବନ କରନ୍ତି। ତେବେ ଏହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ରେ ଆପଣ ଦେଖିପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.