Swastik Tv News Odisha

“ବର୍ବାଦ ହୋଇଗଲି ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି”…. Need help – ଜଲିଉଡ କୁଇନ ରାନୀ ପଣ୍ଡା କାହିଁକି ଏମିତି କହୁଛନ୍ତି, ଦେଖନ୍ତୁ ଧମକ ଭିଡିଓ

0

ଯଲିଉଡ କୁଇନ ତଥା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ।ସେ ଯେମିତି ଏକ ଚର୍ଚ୍ଚିତ, ବିବାଦୀୟ ଏବଂ ପରିଚିତି ଚେହେରା ତାହା ପ୍ରାୟତଃ ସମସ୍ତଙ୍କୁ ଜଣା। ନିଜର ବିବାଦୀୟ ମନ୍ତବ୍ୟ ଏବଂ ଭିନ୍ନ ଅନ୍ଦାଜ ର ପ୍ରସଙ୍ଗ ଉପସ୍ଥାପନା ପାଇଁ ସେ ଅନେକ ସମୟରେ ନଜରକୁ ଆସିଥାନ୍ତି। ତେବେ ଓଡିଶାର ଯାତ୍ରା ଜଗତର ସେ ହେଉଛନ୍ତି ଆଇଟମ ନମ୍ବର। ଦିନେ ତାଙ୍କ ଡାନ୍ସ ଦେଖିବା ପାଇଁ ଅଗଣିତ ପ୍ରସଂଶକ ପାଗଳ ହେଉଥିଲେ। ଆଉ ସେ ପରେ ନିଜର ଏଭଳି କିଛି କାର୍ଯ୍ୟ ଏବଂ ବୟାନ ପାଇଁ ବିବାଦୀୟ ହୋଇ ପଡିଲେ ଯେ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।

ଯାହାକୁ ନେଇ ଚାଲିଲା ଅନେକ ଚର୍ଚ୍ଚା ଏବଂ ବଢ଼ି ଚାଲିଲା ଆଲୋଚନା ଏବଂ ସମାଲୋଚନା। ନିଜର ରୋକଠକ ବୟାନ ପାଇଁ ବି ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏହାଛଡା ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି। ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି। ଏହାଛଡା ଅନେକ ସମୟରେ ସେ କୌଣସି ଘଟଣା ଉପରେ ତାଙ୍କ ଢଙ୍ଗରେ ଉଚିତ୍ ମନ୍ତବ୍ୟ ରଖି ସମସ୍ତଙ୍କ ନଜରକୁ ଆସିଥାନ୍ତି। ଏହିଭଳି ଭାବରେ ସୋସିଆଲ ମିଡିଆରେ ସେ ଏବେ ଏକ ଭିଡିଓ ଜରିଆରେ ତାଙ୍କର ମନକଥା କହି ଏକ ଭିଡିଓ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି। ଯେଉଁଥିରେ ସେ ଦୁଃଖରେ ଥିବା ଜଣା ପଡ଼ୁଛନ୍ତି।ସେ ମାନସିକ ଚିନ୍ତାରେ ରହିବା କାରଣରୁ ତାଙ୍କ ଜୀବନକୁ ହାରି ଦେବାକୁ ଭାବୁଛନ୍ତି। କିଛି ଲୋକଙ୍କ ପାଖରୁ ସେ ପଇସା ଆଣିଥିଲେ ଯାହାକୁ ଦେଇ ନପାରିବା କାରଣରୁ ତାଙ୍କୁ ଅନେକ ଅପଦସ୍ତ ହେବାକୁ ପଡ଼ୁଛି।

କିଛି ଜଣଙ୍କ ପାଖରୁ ସେ ତାଙ୍କର ଖରାପ୍ ସମୟରେ ନିଜେ ଚଳିବା ପାଇଁ ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୨୫ଲକ୍ଷ ଟଙ୍କା ସେ କରଜ କରିଥିବା ବେଳେ ଜଣଙ୍କର ଟଙ୍କା ସୁଝି ନାହାଁନ୍ତି। ଯେଉଁ କାରଣରୁ ଉକ୍ତ ବ୍ୟକ୍ତି ଜଣଙ୍କ ରାଣୀ ପଣ୍ଡାଙ୍କୁ ଅନେକ ଟର୍ଚ୍ଚର କରୁଥିବା କହିଛନ୍ତି ସେ। ଆଉ ଉକ୍ତ ବ୍ୟକ୍ତିଙ୍କର କିଛି କଥା ତାଙ୍କୁ ବହୁତ୍ ବାଧିଛି।ତାଙ୍କ ସହିତ ବେଇମାନି, ବିଶ୍ୱାସ ଘାତକତା ହୋଇଥିବା ସେ କହିଛନ୍ତି। ମରିବା ପୂର୍ବରୁ ସବୁ ସ୍ପଷ୍ଟ କରିବେ ବୋଲି ସେ କହିଛନ୍ତି। ଏହିଭଳି ଅନେକ କଥା କହି ସେ ବାରମ୍ଵାର କାନ୍ଦି ପକାଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.