Swastik Tv News Odisha

Life Style – ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ପଙ୍ଖ ଓ ଜାଣନ୍ତୁ ନିଜର ବାକି ଥିବା ଭବିଷ୍ୟତ…

0

ପିଲାଦିନେ ଉଡୁଥିବା ପରକୁ ଧରିବା ଓ ତାହାକୁ ନିଜ ନୋଟବୁକରେ ସଜେଇ କରି ରଖିବା ପ୍ରତ୍ୟୋକ ପିଲା ମାନଙ୍କର ପ୍ରିୟ ହୋଇଥାଏ । ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କ ପରର ଆକାର ଏବଂ ରଙ୍ଗ ବି ଅଲଗା ଅଲଗା ହୋଇଥାଏ । କିନ୍ତୁ ଏହା ତାଙ୍କୁ ସବୁ ପ୍ରକାରରେ ଉଡିବାରେ ହିଁ ସହାୟକ ହୋଇଥାଏ । ମନୋବିଜ୍ଞାନ ଅନୁସାରେ ଏହି ପଙ୍ଖ ଗୁଡିକରେ ଆପଣଙ୍କର ପସନ୍ଦ ତା ସହିତ ଆପଣଙ୍କର ବ୍ୟକ୍ତିତ୍ୱର ବହୁତ ଗଭୀର ରହସ୍ୟ ଖୋଲିଥାଏ । ସ୍କ୍ରିନ ଉପରେ ଦେଖାଯାଉଥିବା 5 ଟି ପଙ୍ଖ ମଧ୍ୟରୁ କୌଣସି ଗୋଟିଏ ପଙ୍ଖକୁ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ରହସ୍ୟ ଭବିଷ୍ୟତ ଓ କିଛି ଦୁର୍ବଳତା ।

1. ପ୍ରଥମ ପଙ୍ଖ :-

ଯଦି ଆପଣ ପ୍ରଥମ ପଙ୍ଖଟିକୁ ବାଛିଛନ୍ତି ତ ଆପଣ ବହୁତ ହିଁ ଶାନ୍ତ ଏବଂ ଦୟାଳୁ ସ୍ୱଭାବର ଅଟନ୍ତି । ଆପଣ ଲୋକ ମାନଙ୍କୁ ସାଥିରେ ନେଇ ଚଳିବାରେ ବିଶ୍ୱାସ ରଖିଥାନ୍ତି , ଏହା ହିଁ କାରଣ ଅଟେ ଯେ କୌଣସି ବି କଥା ଉଗ୍ର ହୋଇଥାଉନା କାହିଁକି ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ଯେଉଁ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତିପୂର୍ବକ ସମ୍ମୁଖୀନ ହୋଇଥାନ୍ତି ।

2. ଦ୍ୱିତୀୟ ପଙ୍ଖ :-

ଯଦି ଆପଣ 2ୟ ପଙ୍ଖଟିକୁ ବାଛିଛନ୍ତି ଆପଣ କୌଣସି ବି କଥାକୁ ଶୀଘ୍ର ଜାଣି ପାରିଥାନ୍ତି ଓ ବୁଝିପାରିଥାନ୍ତି । ଆପଣ ବୁଦ୍ଧିମାନ ତ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ ବି କରି ବସନ୍ତି , ଆପଣଙ୍କ ପର୍ସନାଲ ଲାଇଫ୍ କାହା ସହିତ ସେୟାର କରିବାକୁ ପସନ୍ଦ କରି ନଥାନ୍ତି । ଯାହା ସହିତ ବି ରହିଥାନ୍ତି ତାଙ୍କ ଠାରୁ ଆଗ୍ରହ ରଖିଥାନ୍ତି କି ସେ ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତୁ ।

3. ତୃତୀୟ ପଙ୍ଖ :-

ଯଦି ଆପଣ 3ୟ ପଙ୍ଖ ବାଛିଛନ୍ତି ତ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି । ଆପଣଙ୍କ ଲାଇଫ୍ ରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣା ଥାଏ । ନିଜର ଲକ୍ଷ୍ୟକୁ ପାଇବା ପାଇଁ ମଧ୍ୟ ଆପଣ ସମ୍ପୂର୍ଣ୍ଣ ଆସନ୍ୱିତ ରହିଥାନ୍ତି ଓ ସମ୍ପୂର୍ଣ୍ଣ ଉତ୍ସାହ ଏକାଗ୍ରତା ର ସହିତ ତାହାକୁ ପ୍ରାପ୍ତ କରିବା ପାଇଁ ଲାଗିିପଡନ୍ତି ।

4. ଚତୁର୍ଥ ପଙ୍ଖ :-

ଯଦି ଆପଣ 4 ର୍ଥ ପଙ୍ଖକୁ ବାଛିଛନ୍ତି ତେବେ ଆପଣଙ୍କ ଗୁପ୍ତ ଚରିତ୍ର ସହଜରେ କେହି ଜାଣି ପାରନ୍ତି ନାହିଁ । ଆପଣଙ୍କର କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କଲାଭଳି ଅଟେ , ସମସ୍ୟା ଯେପରି ହୋଇ ଥାଉନା କାହିଁକି ତାର ଗୋଟିଏ ଯାଦୁପରି ସମାଧାନ ଆପଣଙ୍କ ନିକଟରେ ଅବଶ୍ୟ ହିଁ ରହିଥାଏ । ଆପଣଙ୍କର ବ୍ୟକ୍ତିତ୍ୱ ବହୁତ ହିଁ ପ୍ରଭାବଶାଳୀ ହୋଇଥାଏ ।

5. ପଞ୍ଚମ ପଙ୍ଖ :-

ଯଦି ଆପଣ 5 ମ ପଙ୍ଖ ବାଛିଛନ୍ତି ତ ଆପଣ ବହୁତ ହିଁ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣଙ୍କର କ୍ରିଏଟିଭିଟି ଓ କଳ୍ପନାଶକ୍ତିର ଓ କଳ୍ପନା ଶକ୍ତି ହିଁ ସବୁଠାରୁ ବଡ ଗୁଣ ଅଟେ । ଆପଣ ନିଜର କାର୍ଯ୍ୟକୁ ପୂର୍ଣ୍ଣ ସଚ୍ଚଟତା ଓ ପରଫେକସନର ସହିତ କରିବାକୁ ପସନ୍ଦ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.