Swastik Tv News Odisha

ସିମିରନ ତମେ କାହିଁକି ଏମିତି କଲ ! ପ୍ରେମରେ ହେଲା କି ଧୋକା… ଦେଖନ୍ତୁ Video

0

ବନ୍ଧୁଗଣ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଯେଉଁଠି ଜଣେ କଲେଜ୍ ଛାତ୍ରୀ ତାଙ୍କ ଜୀବନ ହାରି ଦେଇଥିବାର ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ପୋଲ ଉପରେ ସାଇକେଲ ରହିଛି, ଆଉ ତାଙ୍କ ପଢା ବ୍ୟାଗ୍ ବି ରହିଛି। କିନ୍ତୁ ନାହାଁନ୍ତି ଯୁକ୍ତ ଦୁଇରେ ପଢ଼ୁଥିବା ଏହି ଛାତ୍ରୀ ସିମରନ। ସେଠାରେ ଏଭଳି ଦୃଶ୍ୟକୁ ଦେଖି ସମସ୍ତେ ବ୍ୟସ୍ତ ବିବ୍ରତ ଏବଂ ବିଚଳିତ ହେଇ ପଡିଥିବା ବେଳେ କେହି କିଛି ବୁଝି ପାରୁ ନାହାଁନ୍ତି ଯେ କାହିଁକି ଏପରି କଲା ଏହି ଛାତ୍ରୀ ଜଣଙ୍କ। କଣ ପାଇଁ ପୋଲ ଉପରୁ ଗଭୀର ଜଳ ଭିତରକୁ ଡେଇଁ ପଡ଼ିଲା ଯୁକ୍ତ ଦୁଇରେ ପଢ଼ୁଥିବା ଏହି ଛାତ୍ରୀ ସିମରନ, ଏହା ସମସ୍ତଙ୍କ ମନରେ ପ୍ରଶ୍ନ।

ତେବେ ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।ଏହି ଜିଲ୍ଲାର ରାଜକନିକା କୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ଉପରୁ ଝିଅଟି ତାର ସାଇକେଲ ଏବଂ ବ୍ୟାଗ୍ କୁ ପୋଲ ଉପରେ ରଖି ତଳକୁ ଡେଇଁ ପଡ଼ିଥିଲା। ସୂଚନା ଅନୁସାରେ ଖବର ଲେଖା ହେବା ସୁଦ୍ଧା ଉକ୍ତ ଛାତ୍ରୀ ଜଣଙ୍କ ର ପତ୍ତା ମିଲି ପାରି ନାହିଁ। ଏହାଛଡା କଣ ପାଇଁ ଏହି ଝିଅ ସିମରନ ନଦୀକୁ ଡେଇଁଲେ ସେନେଇ ମଧ୍ୟ କୌଣସି କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ। ତେବେ ଏଭଳି ଏକ ଖବର ସମସ୍ତଙ୍କୁ ମର୍ମାହତ କରିବା ସହିତ ଗଭୀର କଷ୍ଟ ଦେଇଛି। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏ ଘଟଣା ସଂସ୍ପର୍ଶରେ ଆସିବା ମାତ୍ରେ ଓଡ଼ରାଫ ଟିମ୍ କୁ ଜଣାଇଥିଲେ।

ତାପରେ ଟିମ୍ ଆସି ଝିଅକୁ ଖୋଜାଖୋଜି କରିଥିଲେ ସୁଦ୍ଧା ଝିଅର କୌଣସି ପତ୍ତା ମିଳି ନଥିଲା। ତେବେ ଏହି ଘଟଣାରେ କାହିଁକି ଓଡ଼ାରାଫ ଟିମ୍ ପହଞ୍ଚିବାକୁ ଏବଂ ଝିଅକୁ ଉଦ୍ଧାର କରିବାକୁ ଏତେ ବିଳମ୍ବ କଲେ ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହିତ ଉତ୍ତେଜନା ପ୍ରକାଶ କରିଥିବା ଦେଖିବା ପାଇଁ ମିଳୁଛି।ଏହି ଭିଡିଓ ରେ ଆପଣ ଝିଅର ଏ ଘଟଣା ପରର ସେଠାକାର ଦୃଶ୍ୟ କିପରି ରହିଛି ତାହା ଜାଣି ପାରିବେ। ଉକ୍ତ ଛାତ୍ରୀ ଜଣଙ୍କର ଅନେକ ଫଟୋ ମଧ୍ୟ ଆପଣ ଏହି ଭିଡିଓ ରେ ଦେଖି ପାରିବେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ କେଉଁ କାରଣ ପାଇଁ ଏତେ ଅଳ୍ପ ବୟସର ଝିଅ ଏପରି ଏକ ନିଷ୍ପତ୍ତି ନେଲା?

କେଉଁ କାରଣ ପାଇଁ ସିମରାନ ଆତ୍ମହତ୍ୟା ଭଳି ଚରମ ପନ୍ଥା କୁ ଆପଣେଇ ନେଲା ତାହା ତ ଜଣା ପଡିନାହିଁ କିନ୍ତୁ ଏପରି କରିବା ତା ପାଇଁ ଆଦୌ ଠିକ ନଥିଲା ବୋଲି ଅନେକଙ୍କ କହିବା କଥା। ଯେଉଁ ସମୟରେ ସେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ଵପ୍ନ ଦେଖିବା କଥା,ସେହି ବୟସରେ ସେ ଏ ଦୁନିଆ ଛାଡି ଚାଲି ଯିବାକୁ ନିଷ୍ପତ୍ତି ନେବା ନିଶ୍ଚିତ ଭାବରେ ଏକ ଅନୁତାପର ବିଷୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.