Swastik Tv News Odisha

Breaking news–ଏବେ ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା ଆକସ୍ମିକ ମୃତ୍ୟୁ… ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…

0

ବନ୍ଧୁଗଣ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ତେବେ କେତେବେଳେ କାହାର ମୃତ୍ୟୁ ଆସିଯିବ ତାହା କାହାକୁ ଜଣା ନଥାଏ। ତେବେ ବର୍ତ୍ତମାନ ବଲିଉଡ ଫିଲ୍ମ ଜଗତ ଉପରେ ଏହି ମୃତ୍ୟୁ ର କାୟା ବିସ୍ତାର କରିବାରେ ଲାଗିଛି ଜଣେ ପରେ ଜଣେ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆମ ଠାରୁ ଦୂରେଇ ନେଇଛି। ତେବେ ପୁଣି ସିନେମା ଜଗତ କୁ ବଡ଼ ଝଟକା ଲାଗିଛି, ଆଉ ଜଣେ ବରିଷ୍ଠ ବଲିଉଡ ଅଭିନେତ୍ରୀ ଙ୍କୁ ଆମେ ସବୁଦିନ ପାଇଁ ହରେଇ ଦେଇଚୁ। ଯାହାଙ୍କ ର ଅଭିନୟ ଦେଖିବା ପାଇଁ ଲୋକେ ପାଗଳ ହୋଇଯାଉ ଥିଲେ ଆଜି ସେ ଏ ଦୁନିଆଁ ରେ ନାହାନ୍ତି।

ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସୁପରହିଟ ବଲିଉଡ ସିନେମା “ଗୋଳମାଲ” ର ଅଭିନେତ୍ରୀ ମଞ୍ଜୁ ସିଂହ। ଗତକାଲି ଅପରାହ୍ନ ରେ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥା ରେ ହୃଦଘାତ ରେ ମଞ୍ଜୁ ଙ୍କର ମୃତ୍ୟୁ ହୋଇଛି। ତେବେ ଅଭିନେତ୍ରୀ ମଞ୍ଜୁ ଙ୍କର ମୃତ୍ୟୁ ରେ ସାରା ବଲିଉଡ ସିନେମା ଇନ୍ଦ୍ରଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛନ୍ତି ଯେ ମଞ୍ଜୁ ଜଣେ ସିନେମା ତାରକା ଥିଲେ ତାଙ୍କର ଅଭିନୟ ଆପଣ ଥରେ ଦେଖିଲେ ବାରମ୍ବାର ଦେଖିବା କୁ ଇଚ୍ଛା କରିବେ।

ତେବେ ସେ ତାଙ୍କର ଅଭିନୟ ପ୍ରଥମେ ଛୋଟ ପର୍ଦା ରୁ ଆରମ୍ଭ କରିଥିଲେ ଆଉ ଧିରେ ଧିରେ ଲୋକ ପ୍ରିୟତା ହାସଲ କରିବା ପରେ ସେ ବଲିଉଡ ର ଅନେକ ସିନେମା ରେ କାର୍ଯ୍ୟ କରିଥିଲେ। ଆଉ ନିଜର ଅଭିନୟ ଦ୍ବାରା ଲୋକ ଙ୍କୁ ଖୁବ ପ୍ରଭାବିତ କରିଥିଲେ। ତେବେ ୧୯୮୦ ମସିହାରେ ରେ ଋଷିକେଶ ଙ୍କ ଦ୍ୱାରା ନିବେଦିତ “ଗୋଳମାଲ” ସିନେମା ରେ ସେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।ତେବେ ଏହି ସିନେମା ରେ ସେ ହିରୋ ଙ୍କର ସାନ ଭଉଣୀ ଭାବରେ କାମ କରିଥିଲେ। ମାତ୍ର ତାଙ୍କର ଅଭିନୟ ଏତେ ମନଛୁଆଁ ଥିଲା ଯାହା ସମସ୍ତ ଙ୍କୁ ଚକିତ କରିଥିଲା।

ତେବେ ବର୍ତ୍ତମାନ କିନ୍ତୁ ମଞ୍ଜୁ ଜଣେ ପ୍ରଡ୍ୟୁସର ଥିଲେ ଆଉ ସିନେମା ପ୍ରଦ୍ୟୁଶ କରିବା ସହ ଛୋଟ ପରଦା ର କାହାଣୀ ମଧ୍ୟ ଲେଖୁଥିଲେ। ତେବେ ନିକଟ ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ବେଳେ ତାଙ୍କ କିଛି ଦିନ ତଳେ ହୃଦୟ ପୀଡା ହୋଇଥିଲା। ଆଉ ପରିବାର ଲୋକେ ତାଙ୍କୁ ମୁମ୍ବାଇ ର ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ ମାତ୍ର ଚିକିତ୍ସାଧୀନ ଅବସ୍ଥା ରେ ହିଁ ମଞ୍ଜୁ ଙ୍କର ଗତକାଲି ଦେହାନ୍ତ ହୋଇଛି। ତେବେ ଏହି ଘଟଣା ଟି ସାମ୍ନା କୁ ଆସିବା ପରେ ବଲିଉଡ ଇନ୍ଦ୍ରଷ୍ଟ୍ରି ରେ ଦୁଖଃ ର ସାୟା ଖେଳିଯାଇଛି। ତେବେ ତାଙ୍କର ଆତ୍ମା ର ସଦଗତି ହେଉ ବୋଲି ଆମେ ଭଗବାନ ଙ୍କୁ ପ୍ରାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.