Swastik Tv News Odisha

ତମେ ମୋ ଅସଲ ରୂପ ଦେଖିବ | Big ସିନେମା Best ସିନ୍ ” ସିନ୍ଦୁର ନୁହେଁ ଖେଳ ଘର “… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଅନେକ ସୁପରହିଟ ଫିଲ୍ମ୍ ସବୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଭେଟି ଦେଇଛି। ତେବେ ଆପଣ ଯଦି ନବେ ଦଶକ ପରର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଙ୍କ ଫିଲ୍ମ୍ ଦେଖିଥିବେ ତେବେ ଏହା ନିଶ୍ଚିତ ଅନୁଭଵ କରିଥିବେ ଯେ କେତେ ଦମଦାର ସେତେବେଳେ ହେଉଥିଲା।ସେହି ସମୟରେ ଅନେକ ଫିଲ୍ମ୍ ଏବେବି ଏଭର୍ ଗ୍ରୀନ ହୋଇ ରହିଛି। ଆଉ ତା ମଧ୍ୟରୁ ଗୋଟିଏ ଫିଲ୍ମ୍ ହେଉଛି ଅଭିନେତ୍ରୀ ରଚନା ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଫିଲ୍ମ୍ ସିନ୍ଦୂର ନୁହେଁ ଖେଳଘର।ଏହି ଫିଲ୍ମ୍ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ତାର ସୁନ୍ଦର୍ ପାରିବାରିକ କାହାଣୀ ପାଇଁ।

ତେବେ ଏହି ଫିଲ୍ମ୍ ଟିର କାହାଣୀ ଏତେ ସୁନ୍ଦର୍ ଥିଲା ଯେ ଏହାକୁ ଦେଖି ଯେମିତି ପାଗଳ ପ୍ରାୟ ଏବଂ ଭାବ ବିହ୍ୱଳ ହୋଇ ଯାଇଥିଲେ ସବୁ ଦର୍ଶକ। ବହୁତ୍ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ଯ ଏହି ଫିଲ୍ମ ହିଟ୍ ହେବାର ଏକ ପ୍ରମୁଖ କାରଣ ଥିଲା। ତେବେ ଆପଣ ଜାଣିଥିବେ ଏହି ଫିଲ୍ମ୍ ର ପ୍ରତିଟି ଗୀତ ବେଶ୍ ମଧୁର ଏବଂ ସମସ୍ତଙ୍କୁ ଭଲ ଲାଗିବା ଭଳି ଥିଲା।ସେ ସମୟର ସବୁ ଗୀତ ବହୁତ୍ ଭଲ ହେଉଥିଲା। ସେହି ସବୁ ଗୀତ ଏବେବି ଲୋକଙ୍କ ହୃଦୟରେ ରହିଛି। ତେବେ ସେହି ସମୟର ଗୀତ ଏପରି ଅଟେ ଯାହାକୁ ଯେତେ ଥର ଶୁଣିଲେ ବି ଆପଣ ଆହୁରି ଶୁଣିବାକୁ ଇଚ୍ଛା କରିଥାନ୍ତି।

କାରଣ ସେହି ଗୀତର ଭାବ ଏବଂ ସ୍ଵର ଆମକୁ ବେଶ୍ ପସନ୍ଦ ଆସିଥାଏ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ଫିଲ୍ମ୍ ର କାହାଣୀ ନିର୍ଦ୍ଦେଶନା ଏବଂ ଆକର୍ଷଣୀୟ ସଙ୍ଗୀତ ସେହି ସମୟର ଫିଲ୍ମ୍ ଗୁଡ଼ିକୁ ଅଧିକ ସୁନ୍ଦର୍ କରୁଥିଲା।ତେବେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସେହି ସବୁ ପୁରୁଣା, ସୁନ୍ଦର୍ ସଂଯୋଜନା ପୂର୍ଣ୍ଣ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ତେବେ ଏହି ଫିଲ୍ମ୍, ସିନ୍ଦୂର ନୁହେଁ ଖେଳଘର ର ଏକ ଦୃଶ୍ୟ କୁ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯାହା ଆପଣଙ୍କୁ କିଛି ପୁରୁଣା କଥା ମନେ ପକାଇବାକୁ ବାଧ୍ୟ କରିବ।

ଏହି ଫିଲ୍ମ୍ ର ଏକ ସୁନ୍ଦର୍ ଦୃଶ୍ୟ ରହିଥିଲା, ଯେଉଁ ଦୃଶ୍ୟଟି ଥିଲା ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଭିତରେ କିଛି କଥା କଟାକଟି ର ଦୃଶ୍ୟ। ଯେଉଁଠି କିଛି କଥାକୁ ନେଇ ରଚନା ଆଘାତ ପାଇଥିବା ବେଳେ ସେ ସିଦ୍ଧାନ୍ତଙ୍କୁ କହୁଛନ୍ତି ତୁମେ ମୋ ଅସଲ ରୂପ ଦେଖିନ, ଏବେ ଠାରୁ ତୁମେ ମୋର ଅସଲ ରୂପକୁ ଦେଖିବ। ସିନ ଟି ଆରମ୍ଭ ହେଉଛି ରହସ୍ୟମୟ ରଚନାଙ୍କ ହସରୁ ଆଉ ତାପରେ ସେ ରାଗିଯାଇ ତାଙ୍କ ମନର କୋହକୁ ବୟାନ କରୁଛନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ଆଗରେ।ଏହି ଦୃଶ୍ୟକୁ ଦେଖିଲେ ଆପଣ ଜାଣି ପାରିବେ ଏଠାରେ କେତେ ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି ଉଭୟ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.