Swastik Tv News Odisha

Vastu Shastra – ତୁଳସୀର ଗୋଟିଏ ପତ୍ର ନିଜ ପର୍ସରେ ରଖନ୍ତୁ ଏବଂ ଜାଣନ୍ତୁ ଏହାର ଚମତ୍କାରିତା…

0

ପ୍ରତ୍ୟେକ ମନୁଷ୍ୟ ଜୀବନରେ ସୁଖ ସ୍ୱଚ୍ଛନ୍ଦରେ ଜୀବନ ଯାପନ କରିବା ପାଇଁ ଚାହିଁଥାନ୍ତି । ସେଥିପାଇଁ ସେମାନଙ୍କୁ ଅନେକ କଠିନ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ , କିନ୍ତୁ ଏମିତି କିଛି ରହିଥାନ୍ତି ଯେଉଁମାନେ କଠିନ ପରିଶ୍ରମ କରି ଟଙ୍କା ରୋଜକାର କରିବା ପରେ ମଧ୍ୟ ଅର୍ଥ ର ନିଅଣ୍ଟ ଦେଖିବାକୁ ମିଳିଥାଏ । ଅର୍ଥ ର ଅଭାବକୁ ଦୂର କରିବା ପାଇଁ ସେମାନେ ଅନେକ ପ୍ରଚେଷ୍ଚା ମଧ୍ୟ କରିଥାନ୍ତି ,ମାତ୍ର ସେଥିରେ ବିଫଳ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ , ଯାହାକୁ ନିଷ୍ଠାର ସହିତ କରିବା ଦ୍ୱାରା ଆପଣଙ୍କର କେବେହେଲେ ଧନର ଅଭାବ ଦେଖାଯିବ ନାହିଁ ।

ଘର ପରିବାରରେ ସର୍ବଦା ଖୁସୀର ମାହଲ ଦେଖିବାକୁ ମିଳିବ , ଅର୍ଥିକ ସଙ୍କଟ ମଧ୍ୟ ଦୂରିଭୂତ ହେବ । ମାତ୍ର ଗୋଟିଏ ତୁଳସୀ ପତ୍ରରେ ଏହି ଉପାୟକୁ ଆପଣ ମାନେ ନିଷ୍ଠାର ସହିତ କରିବେ , ଏହା ଆପଣଙ୍କୁ ଅର୍ଥର ଅଭାବକୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଦେବ । ତୁଳସୀ ପତ୍ରକୁ ବିଷ୍ଣୁଙ୍କର ପ୍ରତୀକ ବୋଲି ମାନାଯାଏ , ତାହାକୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ । ଆଜିର ଏହି ଉପାୟ ଆପଣଙ୍କୁ ଅନେକ ପ୍ରକାର ସୁବିଧା ସୁଯୋଗ ଦେବା ସହିତ ଆର୍ଥ ଅଭାବକୁ ମଧ୍ୟ ଦୂର କରିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ଉପାୟଟିକୁ କରିବା ପାଇଁ ପ୍ରଥମେ ଅନେକ ପ୍ରକାର ବାଧାବିଘ୍ନ ଆସିପାରେ , କିନ୍ତୁ ତୁଳସୀର ପତ୍ର ସୋମବାର , ମଙ୍ଗଳବାର , ଗୁରୁବାର ଏବଂ ରବିବାର ରେ ତୋଳାଯାଏ ନାହିଁ । ବୁଧବାର , ଶୁକ୍ରବାର ଏବଂ ଶନିବାର ଆପଣ ଏହି ଦିନ ତୁଳସୀର ପତ୍ର ତୋଳିପାରିବେ । ଏଠାରେ ଗୋଟିଏ ନିୟମ ରହିଛି , ସେହି ନିୟମଟି ହେଲା ଆପଣଙ୍କ ପର୍ସ କଳା ନହେବା ଆବଶ୍ୟକ । ଆପଣ ପର୍ସରେ ଯେଉଁ ଜାଗାରେ ଟଙ୍କା ରଖନ୍ତି ସେଠାରେ ତୋଳିଥିବା ସେହି ତୁଳସୀ ପତ୍ରକୁ ରଖି ଦିଅନ୍ତୁ । ଯେତେବେଳେ ଆପଣ ସକାଳେ ଗାଧୋଇ ତୁଳସୀ ପାଖକୁ ଯିବେ ସେତେବେଳେ 108 ଥରର ରାମନାମ ର ଜପ କରିବା ଆବଶ୍ୟକ ।

ଏହାପରେ ପ୍ରଭୁଙ୍କ ନାମ ଧରି ତୁଳସୀ ପତ୍ର ତୋଳି ନିଅନ୍ତୁ , ଯେତେବେଳେ ଆପଣ ତୁଳସୀ ପତ୍ର ତୋଳିନେବେ ତାପରେ ଆପଣ ନିଜର ହାତମୁଠା ବନ୍ଦ କରି ପୁଣି 11 ବା 21 ବା 108 ଥର ରାମନାମ ର ଜପ କରନ୍ତୁ । ଯଦି ଆପଣଙ୍କୁ ଏହି ସମୟରେ କଇଁଛ , ମାଛ , ଝିଟିପିଟି ଅଥବା ଝିଙ୍କ ହୁଏ ଏହା ଶୁଭର ପ୍ରତୀକ ମାନା ଯାଏ । ଏହାପରେ ସେହି ତୁଳସୀର ପତ୍ରକୁ ପର୍ସରେ ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ଦେଖିବେ ଏହା ପରେ ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳିଯିବ ଏବଂ ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.