Swastik Tv News Odisha

ବିବାହ ପ୍ରତଶ୍ରୁତି ଦେଇ ରିଲେସନ ରଖିଲେ, ରାତିରେ ବି ଶୋଇଲେ, ଆଉ ତା ପରେ… ଦେଖନ୍ତୁ Video

0

ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ଆଉ ଏକ ପ୍ରେମ ପ୍ରତାରଣା ର ଖବର। ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ଅନେକ ସମୟରେ ପ୍ରେମ, ପ୍ରତାରଣା ଏବଂ ଧୋକା ଦେବାର ଖବର ଦେଖିବାକୁ ପାଉଥିବେ। ଯାହାକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ। ଏବେ କିନ୍ତୁ ଜଣେ ଅଭିନେତା, ଅଭିନେତ୍ରୀଙ୍କୁ ପ୍ରତାରଣା କରିବା ଖବର ସାମ୍ନାକୁ ଆସିଛି। ଫଳରେ ଏପରି ଅଭିଯୋଗ ଆସିବା ପରେ ଗିରଫ ହୋଇଛନ୍ତି ଏହି ଅଭିନେତା ଜଣଙ୍କ। ତେବେ ଗିରଫ ହୋଇଥିବା ଏହି ଅଭିନେତା ଜଣକ ହେଲେ ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ଏମ୍‌. ସୁମନ କୁମାର।

ଏହି ଅଭିନେତା ଜଣଙ୍କ ଉକ୍ତ ଯୁବତୀଙ୍କ ସହିତ ପ୍ରେମ କରି ତାଙ୍କ ସହିତ ସମ୍ପର୍କ ରଖି ତାଙ୍କୁ ଏବେ ପ୍ରତାରିତ କରିଛନ୍ତି। ତେବେ ଏହି ଘଟଣାରେ ଅଭିନେତା ଜଣଙ୍କ କରିଥିବା ଅଭିଯୋଗ ଅନୁସାରେ, ଅଭିନେତା ସୁମନ କୁମାର ଗତ ୨ ବର୍ଷ ଧରି ଜଣେ ଅଭିନେତ୍ରୀଙ୍କ ସହ ପାହାଳ ଥାନା ଅଧୀନ ହଂସପାଳରେ ଏକ ଫ୍ଲାଟରେ ଏକତ୍ର ରହୁଥିଲେ। ଆଉ ପରବର୍ତ୍ତୀ ସମୟରେ ଅଭିନେତା ସୁମନ ଅଭିନେତ୍ରୀ ଜଣଙ୍କୁ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ। ତାଙ୍କୁ ବିବାହ କରିବାର ପ୍ରଲୋଭାନ ଦେଖାଇ ତାଙ୍କ ପାଖରୁ ୩ ଲକ୍ଷ ପାଞ୍ଚ ହଜାର ଟଙ୍କା ଠକି ନେଇଥିଲେ। ଅଭିନେତ୍ରୀ ମଧ୍ୟ ତାଙ୍କୁ ବିବାହ କରିବାକୁ କହିଥିଲେ।

କିନ୍ତୁ ପରେ ଅଭିନେତା ଜଣଙ୍କ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏପରିକି ସୁମନ ବିବାହ ନ କରିବା ପାଇଁ ଅଭିନେତ୍ରୀ ଜଣଙ୍କୁ ହତ୍ୟା ଧମକ ବି ଦେଇଥିଲେ ବୋଲି କହିଛନ୍ତି ଅଭିନେତ୍ରୀ ଜଣଙ୍କ। ଏହା ସହିତ ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିନେତ୍ରୀ ଜଣକ ଶନିବାର ପାହାଳ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପାହାଳ ଥାନା ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ତେବେ ପୋଲିସ ତଦନ୍ତ ପରେ ଅଭିନେତା ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଙ୍କ ସମ୍ମୁଖରେ ନିଜର ଅଭିଯୋଗ କୁ ମଧ୍ୟ ରଖୁଛନ୍ତି ଅଭିନେତ୍ରୀ ଜଣଙ୍କ।

ତେବେ ଏଭଳି ଏକ ଖବର ଏବେ ସାଧାରଣରେ ଚର୍ଚ୍ଚା ତ ହେବାରେ ଲାଗିଛି ଏବଂ ପ୍ରେମକୁ ନେଇ ଲୋକ ମାନଙ୍କ ମନ ଭିତରେ ଥିବା ଚିନ୍ତାଧାରା ଏବଂ ଭାବନା କୁ ଏହା ପରିବର୍ତ୍ତନ କରି ଦେଉଛି। ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଜୀବନଶୈଳୀ କୁ ଅନୁସରଣ କରୁଥିବା ସାଧାରଣ ଜନତା ମାନେ ଏଭଳି କାର୍ଯ୍ଯ କଳାପରୁ କଣ ଶିଖିବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିନେତା ଜଣଙ୍କ ଏବେ ଏହି ଘଟଣାରେ ଗିରଫ ହେବା ପରେ ଅଭିନେତ୍ରୀ ଜଣଙ୍କୁ ଉଚିତ୍ ନ୍ୟାୟ ମିଳିବ ନେଇ ସମସ୍ତେ ଆଶା ରଖିଛନ୍ତି। ଦେଖାଯାଉ ଆଗକୁ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.