Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ତମାଖୁ ଆଡ଼ ବିବାଦକୁ ନେଇ ଓଡ଼ିଆ actress ପ୍ରକୃତି ମିଶ୍ର କହିଲେ… ଆମେ ଗୁଟଖା ,ତମାଖୁ , ମଦ ସବୁର ଆଡ଼ କରିବୁ ..ସେଗୁଡା ଯଦି ଏତେ ଖରାପ, ତାହେଲେ….ଏଥିରେ ଆପଣଙ୍କ ମତାମତ ଜଣାନ୍ତୁ

0

ବନ୍ଧୁଗଣ ବଲିଉଡ୍ ର ଖିଲାଡ଼ି ବୟ ଅକ୍ଷୟ କୁମାର ଏବେ ଏକ ଭିନ୍ନ ଧରଣର କାର୍ଯ୍ଯ ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ଅନେକ କିଛି ପ୍ରଶଂସନୀୟ କାର୍ଯ୍ୟ କରି ସେ ଚର୍ଚ୍ଚାରେ ରହିଥାନ୍ତି। ଅକ୍ଷୟ କୁମାର ଙ୍କ ଲୋକପ୍ରିୟତା କିପରି ରହିଛି ତାହା ତ ଆପଣ ଜାଣିଥିବେ। ତେଣୁ ସେ ବହୁତ୍ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି କିଛି ଚର୍ଚ୍ଚା ହେଲା ଭଳି କଥା ଆସିଲେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଚର୍ଚ୍ଚାର କାରଣ ଏହା ଯେ, ନିକଟରେ ଅକ୍ଷୟ କୁମାର ଅଭିନେତା ଅଜୟ ଦେବଗନ ଓ ଶାହାରୁଖ ଖାଁଙ୍କ ସହ ମିଶି ବିମଲ ଇଲାଇଚି ସହ ଜଡିତ ଉତ୍ପାଦନର ଏକ ବିଜ୍ଞାପନରେ ନଜର ଆସିଥିଲେ।

ତେବେ ବିମଲ ଇଲାଇଚି ଏମିତି ଏକ ବ୍ରାଣ୍ଡ ଯିଏ ତମାଖୁ ଉତ୍ପାଦନ ବି ବିକ୍ରି କରିଥାଏ। ଏହି ବିଜ୍ଞାପନକୁ ଅକ୍ଷୟ କରିବା ପରେ ଏହାକୁ ଲୋକେ ଦେଖିବା ପରେ, ଏମିତିକି ଅକ୍ଷୟଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କର କଡା ସମାଲୋଚନା କରିଥିଲେ। ଅନେକ ପ୍ରଶଂସକ ଦୃଢ଼ ନିନ୍ଦା କରିବା ସହିତ ପ୍ରତିକ୍ରିୟା ବି ପ୍ରକାଶ କଲେ। ଆଉ ତାଙ୍କୁ ବୟକଟ କରିବାର ଟ୍ରେଣ୍ଡ ମଧ୍ୟ ଚାଲିଲା। ଅନେକ ଟ୍ରୋଲ୍ ସୋସିଆଲ ମିଡିଆରେ ହେବା ପରେ ଏବେ ଏହାକୁ ନେଇ ଅକ୍ଷୟ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।ଏକ ପୋଷ୍ଟ ଲେଖି ସ କ୍ଷମା ମାଗିଥିବା ଏବଂ ତାଙ୍କର ଫ୍ୟାନ ମାନଙ୍କର ଭଲ ପାଇବା ଚାହୁଁଥିବା ସେ କହିଛନ୍ତି।

ତେବେ ଏହାକୁ ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଏବେ ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ ଏଥିରେ ତାଙ୍କର ନିଜସ୍ଵ ମତ ରଖି କହିଛନ୍ତି ଯେ, ଆମେ ଗୁଟଖା, ସିଗାରେଟ୍, ମଦ ଆଦିର ଆଡ୍ ଦେବୁ। ଯଦି ସେଗୁଡ଼ାକ ଏତେ ଖରାପ୍ ଅଟେ ତେବେ ସରକାର୍ ପ୍ରଥମେ ସେଗୁଡିକ ବ୍ୟାନ କରିବା ଦରକାର। ଆମେ ସେଲିବ୍ରିଟି ହିସାବରେ ଅନେକ ଜିନିଷ କୁ ବ୍ରାଣ୍ଡିଂ କରୁ। ଏହା ପର୍ସନ ଟୁ ପର୍ସନ ଭେରି କରେ କି କିଏ ଏହାକୁ ଭଲଭାବରେ ଗ୍ରହଣ କରିବ ଏବଂ କିଏ ଗ୍ରହଣ କରିବ ନାହିଁ। ତଥାପି ଅନେକ ସେଲିବ୍ରିଟି ଏପରି ଆଡ଼ କରୁଛନ୍ତି ଏବଂ ଅନେକ ମଧ୍ୟ କରୁ ନାହାଁନ୍ତି।

ଏବେ ଅକ୍ଷୟ କୁମାର ଏହାକୁ ଷ୍ଟେପ ଡାଉନ୍ କଲେ।ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ତାଙ୍କୁ ଛୋଟ ପିଲା ପାଖରୁ ଆରମ୍ଭ କରି ଅନେକେ ଯୁବପିଢି ଫଲୋ କରନ୍ତି। କିନ୍ତୁ ପ୍ରକୃତି କହିଛନ୍ତି ଯେ ମୋର କହିବା କଥା ହେଲା ଯଦି ଏହା ଖରାପ ତାହେଲେ ସରକାର୍ ପ୍ରଥମେ ଏହାକୁ ବ୍ୟାନ୍ କରିବା ଦରକାର୍। ତାମ୍ବାଖୁ, ଗୁଟଖା, ମଦ, ସିଗାରେଟ୍ ଆଦି ବିକ୍ରି ନହେଲେ ଉତ୍ପାଦନ ନହେଲେ ଆଉ ଏହାର ଆଡ଼ ମଧ୍ୟ ଆସିବ ନାହିଁ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.