Swastik Tv News Odisha

ଅଚାନକ ନାଲି କାରର ଭିଡ଼ିଓ ଭାଇରାଲ… ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ

0

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସୋସିଆଲ ମିଡ଼ିଆ କରିଥାଏ। ଏହି ସୋସିଆଲ ମିଡ଼ିଆ ରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ,ଦେଶ ଠାର ବିଦେଶ ପର୍ଯ୍ୟନ୍ତ ସବୁ ଖବର ଆମେ ଜାଣିପାରୁ।ଏହି ଖବର ମଧ୍ୟରୁ କେତେକ ଶିକ୍ଷଣୀୟ ହୋଇଥିବା ବେଳେ କେତେକ ବହୁତ ମଜାକ ପ୍ରକୃତି ର ହୋଇଥାନ୍ତି କିନ୍ତୁ କେବେ କେବେ ଏହିପରି କିଛି ଆଶ୍ଚର୍ଯ୍ୟ ଚକିତ ଦୃଶ୍ୟ ଆସିଥାଏ ଯାହାକୁ ଦେଖିବା ପରେ ଆପଣ ଙ୍କର ଆଖି ଝଲସି ଯିବ ଆଉ ଆପଣ ଏହା କୁ ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ଏହିପରି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବା କୁ ମିଳିଛି ଯାହା ଦେଖିଲେ ଆପଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖାଯାଇଛି ଯେ ଗୋଟିଏ ନାଲି ରଙ୍ଗର ର କାର ଟି ଆପେ ଆପେ ବିନା ଡ୍ରାଇଭର ରେ ଚାଲୁଛି ।ଆଉ ପଛେଇ ପଛେଇ ହୋଇ ଆସି ପହଂଚି ଯାଇଛି ନଦୀ ରେ ଏବଂ ନଦୀ ରେ କାର ଟି ପହଁରୁଛି ମଧ୍ୟ।ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି ଏବଂ ସମସ୍ତ ଙ୍କର ହୋସ ଉଡାଇ ନେଇଛି।

ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ସୁଦୂର ବିଦେଶ ରେ ଅଟେ , ଯେଉଁ ଠାରେ ଏକ ନାଲି ରଙ୍ଗର କାର ଟି ପାର୍କିଂ ରେ ଛିଡା ହୋଇଥିଲା। ଆଉ କିଛି ସମୟ ପରେ ଆପେ ଆପେ ପଛେଇ ପଛେଇ ଚାଲିବା ଆରମ୍ଭ କରିଥିଲା ଯାହାକୁ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିଲେ। ରାସ୍ତା ରେ ଯାଉଥିବା ଅନ୍ୟ ଗାଡି ଗୁଡ଼ିକ ମଧ୍ୟ ଏହି ନାଲି କାର ସହ ଦୁର୍ଘଟଣା ହେବା ଭୟରେ ଗାଡି ଟିକୁ ସାଇଟ ଦେଉଥିଲେ। କେହି କିଛି ଭାବିବା ଆଗରୁ ଡ୍ରାଇଭର ବିହୀନ ଏହି ଗାଡି ଟି ଯାଇ ସିଧା ନଦୀ ରେ ପହଁଚିଗଲା ଆଉ ନଦୀ ରେ ଭାସିବାକୁ ଲାଗିଲା।

ତେବେ ପ୍ରକୃତ ରେ ଏହି ଘଟଣା ହେବା ର ୧୦ ମିନିଟ ପୂର୍ବରୁ ଦୁଇ ଜଣ ଯୁବକ କାର କୁ ଆଣି ପାର୍କିଂ କରିଥିଲେ ମାତ୍ର ହ୍ୟାଣ୍ଡ ଲକ କରିବାକୁ ଭୁଲିଯାଇଥିଲେ ଯାହା ଫଳରେ ଗାଡି ଟି ଆପେ ଆପେ ପଛେଇ ପଛେଇ ହୋଇ ଯାଇ ନଦୀ ରେ ପହଁରିବା କୁ ଲାଗିଲା। ତେବେ ଏହି ଦୃଶ୍ୟ ଟି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି।ଏବଂ ଏହି ଭିଡ଼ିଓ ଟିକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି ,ତେବେ ସୂଚନା ଅନୁସାରେ ଏହି ଘଟଣା ଟି ଏପ୍ରିଲ ୧୪ ରେ ହୋଇଥିଲା ଆଉ ଏହାର ଦୁଇ ଦିନ ପରେ ଗାଡି ଟିକୁ ନଦୀ ରୁ ଉଦ୍ଧାର କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.