Swastik Tv News Odisha

ଏକ ସ୍କୁଲରେ ଛାତ୍ରୀ ଶିକ୍ଷୟତ୍ରୀ ଝଗଡା ଭିଡିଓ ଭାଇରାଲ, ଥାନାରେ ପହଞ୍ଚିଲା ମାମଲା ଆଉ ତାପରେ

0

ବନ୍ଧୁଗଣ ଆମ ସମାଜରେ ଗୁରୁ-ଶିଷ୍ୟ ଙ୍କର ସମ୍ପର୍କ ଏକ ପବିତ୍ର ସଂପର୍କ ଅଟେ। ନିଜର ପିତା ମାତା ଙ୍କ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଜର ଦ୍ୱିତୀୟ ବାପା ମା ବୋଲି ଗ୍ରହଣ କରନ୍ତି। ଆଉ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପିଲା ପରି ଦେଖିଥାନ୍ତି ଏବଂ ଜୀଵନ ରେ ସେମାନେ ଜଣେ ଭଲ ମଣିଷ ହୁଅନ୍ତୁ ବୋଲି ପଥଦର୍ଶକ ଭାବରେ ତାଙ୍କୁ ଜୀବନର ରାସ୍ତା ଦେଖନ୍ତି ଏବଂ ଚାଲିବାର କୌଶଳ ମଧ୍ୟ ଶିକ୍ଷା ଦେଇଥାନ୍ତି ।କିନ୍ତୁ ବର୍ତ୍ତମାନ ଏହାର ଓଲଟା ହେବାରେ ଲାଗିଛି ।

ପୂର୍ବ କାଳରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଆଦେଶ ରେ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ବର୍ତ୍ତମାନ ଯାହା ଦେଖାଯାଇଛି କି , ଏମାନେ ପରସ୍ପର ସହ ଦୁର୍ବ୍ୟବହାର କରିବାରେ ଲାଗିଛନ୍ତି। ନା ଶିକ୍ଷକ ମାନେ ପିଲା ମାନଙ୍କୁ ସେନ୍ହ ଦେଉଛନ୍ତି ନା ଛାତ୍ରଛାତ୍ରୀ ମାନେ ଶିକ୍ଷକ ଙ୍କୁ ସଂମାନ ।ତେବେ ଏହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଏବେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଏହି ଉଚ୍ଚ ଶିକ୍ଷିତ ସମାଜ କୁ ଘୃଣା କରିବେ।

ତେବେ ଘଟଣା ଟି ଘଟିଛି, କେଉଁଝର ଜିଲ୍ଲାର କେଉଁଝର ବିଦ୍ୟାଳୟ ରେ ଯେଉଁ ଠାରେ ଜଣେ ଛାତ୍ରୀ ଏବଂ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ କ୍ଳାସ୍ ରେ ପାଠ ପଢିବା ବଦଳରେ ଦୁହିଁଙ୍କ ମଧ୍ୟରେ ଚାଲିଥିଲା ତୁ ତୁ ମେ ମେ ଅର୍ଥାତ ଚାଲିଥିଲା ପ୍ରବଳ ଝଗଡା। ତେବେ ଏହି ଝଗଡା ର କାରଣ ଜାଣିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ। ତେବେ ଏହାର ସମ୍ପୂର୍ଣ୍ଣ ଭିଡ଼ିଓ ଟିକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବା ପରେ ଏହା ନିଆଁ ପରି ଭାଇରଲ ହେବାରେ ଲାଗିଛି।

ତେବେ ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ତଳେ ସେହି ବିଦ୍ୟାଳୟ ର ଛାତ୍ରୀ ଅନନ୍ୟା ଦାସ ଙ୍କ ପାଖକୁ ଏକ ଅଡିଓ ଆସିଥିଲା ଯେଉଁଥିରେ ସେହି ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ତାଙ୍କୁ ବହୁତ ଖରାପ ଭାଷାରେ ଗାଳି କରୁଥିଲେ। ତେବେ ଏହାପରେ ଛାତ୍ରୀ ଜଣଙ୍କ ନିଜ ମା ଙ୍କୁ ନେଇ ବିଦ୍ୟାଳୟ ର ମୁଖ୍ୟ ଙ୍କୁ ଭେଟ କଲେ ଏବଂ ଜଣା ପଡ଼ୁଥିଲା କି ସେହି ବିଦ୍ୟାଳୟ ର କୁନି ନାମକ ଜଣେ ଶିକ୍ଷୟତ୍ରୀ ତାଙ୍କୁ ଏପରି କହିଥିଲେ। ତେବେ ଛାତ୍ରୀ ଜଣଙ୍କ ନିଜ ମା ସହ ଯାଇ ଯେତେବେଳେ କୁନି ମାଡାମ ଙ୍କୁ ଏ ବିଷୟରେ ପଚାରିଥିଲେ ସେତେବେଳେ ସେ ବହୁତ ରାଗିଥିଲେ ଏବଂ ଛାତ୍ରୀ ଓ ତାଙ୍କର ମା ଙ୍କୁ ବହୁତ ଗାଳି ଗୁଲଜ କରିଥିଲେ ।

ତଥାପି ଚୁପ ହୋଇ ପଳେଇ ଯାଉଥିଲେ ଅନନ୍ୟା କିନ୍ତୁ ପରେ କୁନି ମାଡାମ ଅନ୍ୟ ପିଲାଙ୍କୁ ଲଗାଇ ତାଙ୍କ ସହ ବହୁତ ଖରାପ ବ୍ୟବହାର କରିଥିଲେ ତେଣୁ ସେ ବିରକ୍ତି ହୋଇ ଶିକ୍ଷୟତ୍ରୀ ଙ୍କ ସହ ଯୁକ୍ତି ତର୍କ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି କି କୁନି ମାଡାମ ତାଙ୍କୁ ପ୍ରାୟ ୬ ମାସ ହେଲାଣି ଶ୍ରେଣୀ କକ୍ଷ ରେ ବହୁତ ଅପମାନ କରନ୍ତି ବୋଲି। ତେବେ ବର୍ତ୍ତମାନ ସେ କେଉଁଝର ଥାନା ରେ ଏକ ଏତେଲା ଦେଇଛନ୍ତି ନ୍ୟାୟ ପାଇଁ ଆଉ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.