Swastik Tv News Odisha

ଗୁଟଖା ଓ ତମାଖୁ ବିଜ୍ଞାପନ ଘଟଣାରେ ପ୍ରକୃତି, ଏଲିନା ମୁଁହା-ମୁହିଁ… ଦେଖନ୍ତୁ Video

0

ଅଭିନେତା ଅକ୍ଷୟ କୁମାର ଗୁଟଖା ର ବିଜ୍ଞାପନ କରିବା କୁ ନେଇ ଚର୍ଚ୍ଚା କିପରି ଭାବରେ ଜୋର୍ ଧରିଥିଲା ତାହା ତ ଆପଣ ଜାଣିଥିବେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନେକ ପ୍ରସଂଶକ ଏବଂ ବରିଷ୍ଟ ବ୍ୟକ୍ତି ବିଶେଷ ମାନେ। ତେବେ ଏହା ଏଭଳି ଏକ ପ୍ରସଙ୍ଗ ପାଲଟି ଥିଲା ଯେ ଲୋକଙ୍କ ପ୍ରତିକ୍ରିୟାର ଶିକାର ହୋଇ ଅକ୍ଷୟ କୁମାର ଶେଷରେ ଏଭଳି ବିଜ୍ଞାପନ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେବା ସହ ଏଭଳି ଏକ ସ୍ବାସ୍ଥ୍ୟ ହାନି କରୁଥିବା ଦ୍ରବ୍ୟର ବିଜ୍ଞାପନ କରି ଥିବାରୁ ସମସ୍ତ ଙ୍କୁ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ। ଆଉ ପରେ ସେ କରିଥିବା ତାଙ୍କର ଏହି କ୍ଷମା ପ୍ରାର୍ଥନା ର ସୋସିଆଲ ମିଡ଼ିଆ ପୋଷ୍ଟ ବେଶ୍ ଭାଇରାଲ ହୋଇଥିଲା।

ଆଉ ପରେ ଅକ୍ଷୟ କୁମାର ଙ୍କ ଏଭଳି ପଦକ୍ଷେପ କୁ ସ୍ଵାଗତ ଜଣାଇଛନ୍ତି ଅନେକ ଜନ ସାଧାରଣ ଏବଂ ତାଙ୍କର ଅଗଣିତ ପ୍ରସଂଶକ ମାନେ। ତେବେ ଏହି କଥା ଉପରେ ଅନେକ ଜଣ ନିଜର ବ୍ୟକ୍ତିଗତ ମତ ରଖୁଥିବା ବେଳେ ଓଡ଼ିଶାର ଦୁଇ ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଏଲିନା ସାମନ୍ତରାୟ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଗଣମାଧ୍ୟମ ସମ୍ମୁଖରେ। ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଯେ ସେଲିବ୍ରିଟି ହିସାବରେ ଆମେ ଗୁଟଖା, ସିଗାରେଟ୍, ମଦ ଆଦିର ଆଡ୍ ଦେବୁ। ଯଦି ସେଗୁଡ଼ାକ ଏତେ ଖରାପ୍ ଅଟେ ତେବେ ସରକାର୍ ପ୍ରଥମେ ସେଗୁଡିକ ବ୍ୟାନ କରିବା ଦରକାର। ଆମେ ସେଲିବ୍ରିଟି ହିସାବରେ ଅନେକ ଜିନିଷ କୁ ବ୍ରାଣ୍ଡିଂ କରୁ।

ଏହା ପର୍ସନ ଟୁ ପର୍ସନ ଭେରି କରେ କି କିଏ ଏହାକୁ ଭଲ ଭାବରେ ଗ୍ରହଣ କରିବ ଏବଂ କିଏ ଗ୍ରହଣ କରିବ ନାହିଁ। ତଥାପି ଅନେକ ସେଲିବ୍ରିଟି ଏପରି ଆଡ଼ କରୁଛନ୍ତି ଏବଂ ଅନେକ ମଧ୍ୟ କରୁ ନାହାଁନ୍ତି। ଏବେ ଅକ୍ଷୟ କୁମାର ଏହାକୁ ଷ୍ଟେପ ଡାଉନ୍ କଲେ।ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ତାଙ୍କୁ ଛୋଟ ପିଲା ପାଖରୁ ଆରମ୍ଭ କରି ଅନେକେ ଯୁବପିଢି ଫଲୋ କରନ୍ତି। କିନ୍ତୁ ପ୍ରକୃତି କହିଛନ୍ତି ଯେ ମୋର କହିବା କଥା ହେଲା ଯଦି ଏହା ଖରାପ ତାହେଲେ ସରକାର୍ ପ୍ରଥମେ ଏହାକୁ ବ୍ୟାନ୍ କରିବା ଦରକାର୍। ତାମ୍ବାଖୁ, ଗୁଟଖା, ମଦ, ସିଗାରେଟ୍ ଆଦି ବିକ୍ରି ନହେଲେ ଉତ୍ପାଦନ ନହେଲେ ଆଉ ଏହାର ଆଡ଼ ମଧ୍ୟ ଆସିବ ନାହିଁ।

ସେହିଭଳି ଅଭିନେତ୍ରୀ ଏଲିନା କହିଛନ୍ତି ମୋ ପାଖକୁ କିଛି ଆଲକୋହଲିକ ପ୍ରଡକ୍ଟ ଏବଂ ନିଶାଦ୍ରବ୍ୟ ର ଆଡ଼ କରିବା ପାଇଁ ଅଫର୍ ଆସିଥିଲେ ବି ମୁଁ ଏହାକୁ ମନା କରିଛି। ଯେଉଁଟା ସ୍ବାସ୍ଥ୍ୟ ପାଇଁ ଖରାପ୍ ତାକୁ ମୁଁ ନିଜେ ଗ୍ରହଣ କରେନି କିମ୍ଵା ଏଥିରେ ଆଡ଼ କରିବାକୁ ମୁଁ ଇଛୁକ ନୁହେଁ। ଏବେ ଅକ୍ଷୟ କୁମାର ବି ନିଜେ ଏଥିରୁ ଓହରି ଯାଇଛନ୍ତି ଯାହା ବାସ୍ତବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ ବୋଲି ଏଲିନା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.