Swastik Tv News Odisha

ଦେଖନ୍ତୁ viral ଭିଡିଓ ! ପ୍ରେମିକ ସାଜିଲା ଦଲାଲ୍ , ବାଂଲାଦେଶରୁ ଆଣି ରଖିଥିଲା ଯାଜପୁରରେ , ପୁରା କାହାଣୀ ଶୁଣିଲେ ଆପଣ ଅବାକ୍ ହୋଇଯିବେ…..

0

ପୂର୍ବରୁ ମହିଳା ଙ୍କର ଜନ୍ମ କୁ ମାତା ଲକ୍ଷ୍ମୀ ଙ୍କର ଅବତାର ବୋଲି ଗ୍ରହଣ କରାଯାଉ ଥିଲା କିନ୍ତୁ ବର୍ତ୍ତମାନ ଏହି ଅତ୍ୟାଧୁନିକ ସମାଜ ରେ ନାରୀ ଜନ୍ମ ଏକ ଅଭିଶାପ ପାଲଟି ଗଲାଣି। ବର୍ତ୍ତମାନ ର ଲୋକମାନେ ମହିଳା ମାନଙ୍କୁ ଜଣେ ନାରୀ ତ ଦୂରର କଥା ଥାଉ ତାଙ୍କୁ ଜଣେ ମଣିଷ ଭାବରେ ବି ଦେଖୁନାହାନ୍ତି ।ସେମାନେ ନାରୀ ମାନଙ୍କୁ କେବଳ ଗୋଟିଏ କମଡିଟି ବା ଏକ ଜିନିଷ ବୋଲି ଭାବୁଛନ୍ତି ।ଯେତେବେଳେ ଇଚ୍ଛା ନିଜର କୁର୍ଷିତ ମନଭାବ କୁ ପୂରଣ କରିବାକୁ ତାଙ୍କୁ ବ୍ୟବହାର କରୁଛନ୍ତି।

ତେବେ ବନ୍ଧୁଗଣ, ଆପଣ ମାନେ ମହିଳା ମାନଙ୍କ ର ଦଲାଲ ଏବଂ ମହିଳା ମାନଙ୍କୁ ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ଏବଂ ଗୋଟିଏ ଦେଶ ରୁ ଅନ୍ୟ ଦେଶକୁ ସେକ୍ସ କରିବା ପାଇଁ ବିକ୍ରି ହେଉଥିବା କଥା ଆପଣ ମାନେ ଶୁଣିଥିବେ ନିଶ୍ଚିତ।

ତେବେ ଆମେ ଆଜି ଆପଣଂକୁ ଏହିପରି ଜଣେ ବିଦେଶୀ ମହିଳା ଙ୍କ ବିଷୟରେ ଜଣେଇବୁ ଯିଏକି ପ୍ରାୟ ୨ ବର୍ଷ ହେବ ଏକ ଦଲାଲ ଙ୍କର ଜାଲ ରେ ଫସିଯାଇଥିଲେ ।ଏବଂ ପୋଲିସ ତାଙ୍କୁ ଗତ କାଲି ଓଡ଼ିଶାର ଯାଜପୁର ଜିଲ୍ଲାରୁ ଉଦ୍ଧାର କରିଛି। ତେବେ ସେହି ମହିଳା ଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଦୁଖଃ ପ୍ରକାଶ କରିବେ।

ସୂଚନାଯୋଗ୍ୟ ଯେ, ଗତ କାଲି ଯାଜପୁର ପୋଲିସ ଜଣେ ବିଦେଶୀ ତଥା ବାଂଲାଦେଶି ଯୁବତୀ ଙ୍କୁ ଉଦ୍ଧାର କରିଛି ପରେ ଯୁବତୀ ଜଣଙ୍କ ତାଙ୍କର ଏଠାକୁ ଆସିବାର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି। ତେବେ ଯୁବତୀ ଙ୍କର ବୟାନ ଅନୁସାରେ ଦୁଇ ବର୍ଷ ତଳେ ସୁର ଦାସ ନାମକ ଜଣେ ବ୍ୟକ୍ତି ତାଙ୍କୁ ବାଂଲାଦେଶ ରୁ କାମ ଦେବେ ବୋଲି କହି କଲିକତା ର ଏକ ବେଶ୍ୟାଳୟ ରେ ଛାଡି ଦେଇଥିଲେ।

ତେବେ ସେଠାରେ ଯୁବତୀ ଜଣଙ୍କ ଜଣେ ଓଡ଼ିଆ ଯୁବକ ଙ୍କୁ ପ୍ରେମ କରିବସିଲେ। ପରେ ସେହି ଯୁବତୀ ଙ୍କର ପ୍ରେମିକ ତାଙ୍କୁ ଆଣି ପ୍ରାୟ ୧ ବର୍ଷ ହେବ ଯାଜପୁର ଜିଲ୍ଲା ର ଧାନଗାର ଅଞ୍ଚଳ ରେ ରଖିଥିଲା।

ତେବେ ସେଠାକାର ଘର ମାଲିକ ମନ କୁ ସନ୍ଦେହ ଆସିବା ରୁ ସେ ଯୁବତୀ ଙ୍କ ବିଷୟରେ ଜଣିବାକୁ ଚେଷ୍ଟା କଲା ।ପରେ ତାର ସନ୍ଦେହ ଠିକ ହେବାରୁ ସେ ଧାନଗାର ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ ଏବଂ ପରେ ପୋଲିସ ଆସି ଯୁବତୀ ଙ୍କୁ ଉଦ୍ଧାର କରିଥିଲା ଏବଂ ଅଭିଯୋଗ ରେ ଜଣେ ଯୁବକ ଙ୍କୁ ଗିରଫ କରିଛି। ଉଦ୍ଧାର ପରେ ଯୁବତୀ ଙ୍କୁ ଯାଜପୁର ର ସତୀ ଆଶ୍ରମ ରେ ରଖାଯାଇଛି ।

ତେବେ ପୋଲିସ ଉଦ୍ଧାର କରିବା ପରେ ଯୁବତୀ ଜଣଙ୍କ ତାଙ୍କର ଦୁଃଖ କାହାଣୀ ବିଷୟରେ ଜଣେଇଥିଲେ। ମହିଳା ଜଣଙ୍କ କହିଥିଲେ କି ସୁର ଦାସ ନାମକ ଜଣେ ବ୍ୟକ୍ତି ତାଙ୍କୁ ବାଂଲାଦେଶ ରୁ ଆଣି କଲିକତା ରେ ଛାଡ଼ିଥିଲା ।ତେବେ ଏହି ଆଧୁନିକ ଯୁଗରେ ମଧ୍ୟ ମହିଳା ମାନଙ୍କ ଉପରେ ଏହିପରି ଅତ୍ୟାଚାର ସାରା ସମାଜ କୁ ପୁଣି ଥରେ ଅବନତି ର ଲକ୍ଷଣ ଦେଖାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.