Swastik Tv News Odisha

ଦେଖନ୍ତୁ Live ଆତ୍ମହତ୍ୟା ! ପୁରୀର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ପଡିଲେ ଏହି ମହିଳା… ଦେଖନ୍ତୁ Video

0

ବନ୍ଧୁଗଣ ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରୁ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ମିଳିଥିବା ସୂଚନା ଅନୁସାରେ ଆଜି ପୁରୀର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ପଡ଼ି ଜଣେ କିନ୍ନର ଆତ୍ମହତ୍ୟା କରିଥିବା ଜଣା ପଡିଛି।ପ୍ରାଥମିକ ସୂଚନା ମିଳିଛି। ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ କିନ୍ତୁ ଏଯାବତ୍ ଜଣା ପଡି ନଥିବା ପୋଲିସ୍ ପ୍ରଶାସନ ପକ୍ଷରୁ କୁହା ଯାଉଛି। କଣ ପାଇଁ ସେ ଏପରି ପଦକ୍ଷେପ ନେଲେ ତାହା ବି ସମସ୍ତଂକର ସନ୍ଦେହ ଘେରରେ ରହିଛି।ଏହି କିନ୍ନର ଜଣଙ୍କ ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁ
ପଡିଥିଲେ।

ଏହାପରେ ସେହି ଘଟଣା ସ୍ଥଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ଏଭଳି ଘଟଣା ଦେଖି କେହି କିଛି ବୁଝି ପାରି ନଥିଲେ।କିନ୍ତୁ ଏହି ଘଟଣାରେ ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରିବା ସହିତ ତାଙ୍କର ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ବାହାରକୁ ବାହାରି ଆସିଥିଲା। ତାଙ୍କୁ ଏଭଳି ଅବସ୍ଥାରେ ଦେଖି କିନ୍ନର ଜଣଙ୍କ ଜୀବିତ ଥିବା ଭାବି ସିଂହଦ୍ୱାର ପୁଲିସ ତୁରନ୍ତ ତାଙ୍କ ଶରୀରକୁ ଉଦ୍ଧାର କରିଥିଲେ। ଏହାପରେ ଯଥା ସମ୍ଭଵ ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ରେ ଥିବା ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି।

ତେବେ ଏହି ଘଟଣାକୁ ନେଇ ସେଠାରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ ଏହା କହିବା କଥା ଯେ ଏହି କିନ୍ନର ଜଣଙ୍କ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି ପାର୍ଶ୍ଵ ଦେଇ ଆସିଥିଲେ ଏବଂ ସିଂହଦ୍ୱାର ଗୁମୁଟ ଉପରକୁ ଚଢ଼ିଥିଲେ। ଆଉ ସେହି ସମୟରେ ସେମାନେ ତାଙ୍କୁ ରହିବାକୁ କହିଥିଲେ ମଧ୍ୟ ସେ ଶୁଣି ନଥିଲେ ଏବଂ ହଠାତ୍ ତଳକୁ ଡେଇଁ ପଡ଼ିଥିଲେ। ତେବେ ଘଟଣା କଣ ଘଟିଲା ଏବଂ ସେ ଆତ୍ମହତ୍ୟା କରିଛନ୍ତି କିମ୍ୱା ତାଙ୍କ ଗୋଡ଼ ଖସିଯିବା କାରଣରୁ ଏମିତି ଘଟିଲା ତାହା ଏବେ ଯାଏଁ ଜଣା ପଡିନାହିଁ। କିନ୍ତୁ ଦେଖିଥିବା ଲୋକଙ୍କ କହିବା ଅନୁସାରେ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ୁଛି।

ତେବେ ପ୍ରକୃତ ଘଟଣା କଣ ତାହା ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡ଼ିବ। ଏହାଛଡା ମୃତ କିନ୍ନର ଜଣଙ୍କର ଶବ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇ ଦିଆ ଯାଇଛି। ତେବେ ତାଙ୍କ ପାଖରୁ ମିଳିଥିବା ପର୍ସରୁ ଯେଉଁ ଆଧାରକାର୍ଡ ମିଳିଛି ସେଥିରୁ ତାଙ୍କ ପରିଚୟ ମିଳିଛି ଏବଂ ଜଣା ପଡ଼ିଛି ଯେ ଏହି କିନ୍ନର ଜଣଙ୍କର ନାମ ବଳରାମ ରାଉତ ଓ ତାଙ୍କ ଘର ହେଉଛି ନିମାପଡ଼ା ଅଞ୍ଚଳରେ। ତେବେ ଏଭଳି ଘଟଣା ଏବେ ପ୍ରଶାସନ ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.