Swastik Tv News Odisha

ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! Dr. Ravi Singh

0

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।

ଗୋଟିଏ ମା ପାଇଁ ଏହା କୌଣସି କାରଣ ରଖିନଥାଏ କି ତା ଗର୍ଭରେ ବଢୁଥିବା ପିଲାଟି ପୁଅ ହେବ କି ଝିଅ ।କିନ୍ତୁ ଆମ ସମାଜ ରେ କିଛି ଏପରି ପରିବାର ତଥା ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡେ କି ପିଲା ଟି ପୁଅ ହେବ କି ଝିଅ।ସମସ୍ତ ପ୍ରାୟ ପୁଅ ପିଲାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ସେହି ତୁଳନା ରେ ଝିଅ ପିଲାଙ୍କୁ ପସନ୍ଦ କରନ୍ତି ନାହିଁ ।ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକମାନେ ଏହି ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି। ଲୋକମାନ ଙ୍କ ମନ ଏବଂ ମସ୍ତିଷ୍କ ରୁ ଏହି ଭୁଲ ଧାରଣା କୁ ଦୂର କରିବା ପାଇଁ ସରକାର କେତେ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ କଣ ହେବ ସବୁ ଅସଫଳ ହୋଇଯାଉଛି।

ତେବେ ସମସ୍ତ ଭାବନ୍ତି କି ଜଣେ ମହିଳାଙ୍କ ର ଗର୍ଭରେ ଥିବା ପିଲା ଟି ପୁଅ ହେବ କି ଝିଅ ହେବ ତାହା ସେହି ମହିଳାଙ୍କ ଉପରେ ନିର୍ଭର କରେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ ଯେ ଏହା ଭୁଲ ଅଟେ ।ଗୋଟିଏ ପିଲା ପୁଅ ହେବ କି ଝିଅ ତାହା ସମ୍ପୂର୍ଣ୍ଣ ରୂପରେ ସେହି ପୁରୁଷ ଙ୍କ ଉପରେ ନିର୍ଭର କରିଥାଏ । ବୈଜ୍ଞାନିକ ଙ୍କ ଭାଷା ରେ ମହିଳା ଙ୍କର ସ୍ପର୍ମ ରେ ଦୁଇ ଟି ଯାକ ସମାନ ଥାଏ ଯାହାକୁ ସଂକେତ ରେ XX ବୋଲି କୁହାଯାଏ ଅପର ପକ୍ଷରେ ପୁରୁଷ ଙ୍କର XY ତଥା ଭିନ୍ନତା ଥାଏ।

ତେବେ ଯେତେବେଳେ ପିଲା ଟିଏ ମା ଗର୍ଭରେ ସୃଷ୍ଟି ହୋଇଥାଏ ତାହାକୁ ଉଭୟ ମା ଓ ବାପା ର ସ୍ପର୍ମ ରୁ ଗୋଟିଏ ଲେଖାଏଁ ଯୌଗିକ ର ଆବଶ୍ୟକତା ରହିଥାଏ ।କିନ୍ତୁ ଯେହେତୁ ମା ର ଦୁଇ ଟି ଯାକ ଯୌଗିକ ସମାନ ହୋଇଥାଏ ତେଣୁ ସେ ଯାହା ହେଲେ ବି ସେହି X ହିଁ ଦେବ କିନ୍ତୁ ବାପା ଙ୍କ ପାଖରେ ଯୌଗିକ ର ଭିନ୍ନତା ରହିଥାଏ ସେ ହୁଏତ X ଦେଇପାରନ୍ତି କିମ୍ବା Y ।ଯେତେବେଳେ ମିଶ୍ରଣ ଟି XX ର ହୋଇଥାଏ ସେତେବେଳେ ଝିଅ ହୋଇଥାଏ ଏବଂ ମିଶ୍ରଣ XY ହୋଇଥିଲେ ପୁଅ ହୋଇଥାଏ। ତେଣୁ ଏଥିରେ ମା ର କୌଣସି ଭୁଲ ନାହିଁ କି ପିଲା ତୁ ଝିଅ ହେଉ ବା ପୁଅ ତା ପାଇଁ ମା ଦାୟୀ ନୁହେଁ ସମ୍ପୂର୍ଣ୍ଣ ଭାବରେ ବାପା ଦାୟୀ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.