Swastik Tv News Odisha

ଗ୍ୟାରେଣ୍ଟି କମିବ ପେଟ ଚର୍ବି – କରନ୍ତୁ ଏହି 4 ଟି ଏକ୍ସରସାଇଜ୍ । Dr. Priya Karthick

0

ଆଜିର ଦିନରେ ଖାଦ୍ୟ ଖାଇବାର ଅନିୟମିତତା ଯୋଗୁଁ ଅଧିକାଂଶ ଲୋକ ମାନଙ୍କରେ ମୋଟାପା ଦେଖିବାକୁ ମିଳିଛି । ଯାହାଫଳରେ ସେମାନେ ଠିକ୍ ସେ ଚଲାବୁଲା ବା କୌଣସି କାର୍ଯ୍ୟ ମଧ୍ୟ ସଠିକ୍ ଭାବରେ କରି ପାରୁ ନାହାନ୍ତି । ପେଟ ଚର୍ବି ମଧ୍ୟ ବଢିଯାଉଛି , ଏହାଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଆଜି ଆମେ କେତୋଟି ଏକ୍ସାସାଇଜ ବିଷୟରେ ଜାଣିବୁ , ଯାହାକୁ ନିୟମିତ ଭାବରେ କରିବା ଦ୍ୱାରା ପେଟର ଚର୍ବି ଖୁବ୍ ଶୀଘ୍ର କମିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଏକ୍ସାସାଇଜ ଗୁଡିକ ବିଷୟରେ ।

1. କ୍ରଞ୍ଚେସ୍ :-

ପ୍ରଥମେ ଆପଣ ଫ୍ଲାଟ ହୋଇ ଶୋଇଯାଆନ୍ତୁ ପରେ ଧୀରେ ଧୀରେ ଗୋଡ ଦୁଇଟିକୁ ଭାଙ୍ଗନ୍ତୁ ଏବଂ ହାତ ଦୁଇଟିକୁ ପଛକୁ ରଖନ୍ତୁ । ଏହାପରେ ଫୁଲ ବଡି ଓ ହାତ ଦୁଇଟିକୁ ଧୀରେ ଧୀରେ ଉଠାନ୍ତୁ । ଏହି ବ୍ୟାୟାମ କୁ 15 ରୁ 20 ଥର କରନ୍ତୁ , ଏହାଦ୍ୱାରା ଆମର ବେଲିର ଅପର ବେଲିଫ୍ୟାଟ କମିଥାଏ ।

2. ଲେଗ ରାଇଜ :-

ପ୍ରଥମେ ଆପଣ ଫ୍ଲାଟ ହୋଇ ଶୋଇଯାନ୍ତୁ ଏବଂ ହାତ ଦୁଇଟିକୁ ଦୁଇ ଜଙ୍ଘ ସାଇଡ୍ ରେ ରଖନ୍ତୁ । ବର୍ତ୍ତମାନ ଗୋଡ ଦୁଇଟିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ ,ଏହି ଏକ୍ସାସାଇଜକୁ ମଧ୍ୟ ଆପଣ ମାନେ 15 ରୁ 20 ଥର କରନ୍ତୁ । ଏହା ଦ୍ୱାରା ଆମ ବଡିର ଲେୟର ବେଲି ଫ୍ୟାଟ କମିଥାଏ ।

3. ସାଇଡ ଟଏ ଟଚ୍ :-

ଏଥିପାଇଁ ଆପଣ ପ୍ରଥମେ ଫ୍ଲାଟ ହୋଇ ଶୋଇଯାଆନ୍ତୁ ଏବଂ ଗୋଡ ଦୁଇଟିକୁ ଭାଙ୍ଗନ୍ତୁ । ବର୍ତ୍ତମାନ ଦୁଇ ହାତ ସାହାର୍ଯ୍ୟରେ ପାଦର ଗୋଇଁଠିକୁ ଟଚ୍ କରନ୍ତୁ , ଏହା ଦ୍ୱାରା ଆମ ବ଼ଡିର ସାଇଡ୍ ରେ ଥିବା ଚର୍ବି ଅଂଶ କମିଥାଏ ।

4. ପ୍ଲାଙ୍କ :-

ପ୍ରଥମେ ଆପଣ କୋଶପ ପଜିସନ କୁ ଆସିଯାଆନ୍ତୁ , ଟଏ ଏବଂ ହାତ ସାହାର୍ଯ୍ୟରେ ବଡିକୁ କିଛି ସମୟ ପର୍ଯ୍ୟନ୍ତ ଉଠେଇ ରଖନ୍ତୁ । ଏହାକୁ ଆପଣ 30 ସେକେଣ୍ଡ ପର୍ଯ୍ୟନ୍ତ ଉଠାଇ ରଖନ୍ତୁ ,ଏହା ଦ୍ୱାରା ଆମର ବଡି ଫ୍ୟାଟ କମିଥାଏ ।

ତେବେ ଆପଣ ମାନଙ୍କର ବେଲି ଫ୍ୟାଟ ସମସ୍ୟା ଥିଲେ ଆପଣ ମାନେ ପ୍ରତିଦିନ ଏହି 4 ଟି ଏକ୍ସାସାଇଜ କୁ ନିୟମିତ ଭାବରେ ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ବେଲିର ଫ୍ୟାଟ ଧୀରେ ଧୀରେ କମିବାରେ ଲାଗିବ । ଆପଣ ନିଜକୁ ବହୁତ ଫ୍ରି ମଧ୍ୟ ଅନୁଭବ କରିବେ , ଏହାକୁ କରିବା ଅତି ସହଜ ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅର୍ଥ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ । ଘରେ ରହି ଆପଣ ଏହି ବ୍ୟାୟାମ ଗୁଡିକୁ ସହଜରେ କରି ପାରିବେ ଏବଂ ବେଲି ଫ୍ୟାଟ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.