Swastik Tv News Odisha

ମୁଁ ଯାତ୍ରା ଦେଖିବାକୁ ଯାଇଥିଲି, ସେଠି ମୋତେ… ଯାତ୍ରାରେ କଣ ଘଟିଲା କହିଲେ ଯାତ୍ରା ଅଭିନେତ୍ରୀ… ଦେଖନ୍ତୁ Vid

0

ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେଣୁ ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ତେବେ ଏବେ ଜଣେ ଯାତ୍ରା କଳାକାର ଙ୍କ ସାକ୍ଷାତକାର ର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ କହିଛନ୍ତି ଯେ ସେ କିପରି ଭାବରେ ଯାତ୍ରା ଜଗତ ସହିତ ଜଡ଼ିତ ହେଲେ, କିପରି ଭାବରେ ତାଙ୍କୁ ଯାତ୍ରା ରେ ଅଭିନୟ କରିବାକୁ ଇଚ୍ଛା ହେଲା।ସେ ୧୦ ରୁ ୧୨ ବର୍ଷ ହେଲା ଯାତ୍ରା ଜଗତକୁ ଆସିଛନ୍ତି ବୋଲି କହିଛନ୍ତି। ଭୁବନେଶ୍ଵର ରୁ ତାଙ୍କ ଘର ୪ କିମି ଦୂର ହେବ। ସେ ଯାତ୍ରା ଦେଖିବାକୁ ପ୍ରଥମେ ଆସିଥିଲେ। ଯାତ୍ରା ତାଙ୍କୁ ଭଲ ଲାଗିବା ପରେ ସେ ଯାତ୍ରାରେ ଗୀତ ଗାଉଥିଲେ। ତାପରେ ଯାତ୍ରାରେ ଅଭିନୟ କରିବା ଆରମ୍ଭ କଲେ।

ପ୍ରଥମେ ଯଦିଓ ତାଙ୍କର ଏଥିପ୍ରତି ଭୟ ରହିଥିଲା କିନ୍ତୁ ପରେ ଧିରେ ଧିରେ ସେ ଅଭିନୟ କରି ଭୟକୁ ଦୂର କଲେ। ଆଉ ଏବେ ସେ ଜଣେ ସଫଳ କଳାକାର।ସେ ପ୍ରଥମେ ଲୁଚି ଯାତ୍ରା ପାର୍ଟି କୁ ପଳାଇ ଆସିଥିଲେ।ପରେ ଘରକୁ ଜଣାଇ ଥିଲେ। ଯଦିଓ ପରିବାର ପରେ ତାଙ୍କୁ ନେବା ପାଇଁ ଆସିଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ ବୋଲି କହିଛନ୍ତି। କୋଣାର୍କ, ଇଷ୍ଟର୍ଣ୍ଣ, ଇନ୍ଦ୍ର ଭୁବନ ଆଦି ଯାତ୍ରା ପାର୍ଟି ରେ ସେ ଆଙ୍କରିଂ କରିବା ସହିତ ଅଭିନୟ ମଧ୍ୟ କରୁଥିଲେ।ପରେ ଆଙ୍କରିଙ୍ଗ ଛାଡି ସେ କେବଳ ଅଭିନୟ କରିବାକୁ ଲାଗିଲେ।ଏହି ସାକ୍ଷାତକାର ରେ ସେ ଏକ ଡ଼ାଏଲଗ ମଧ୍ୟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.