Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଠିକାଦାର ଙ୍କୁ ଅଳିଆ ଏବଂ ଡ୍ରେନ ପାଣିରେ ଗାଧୋଇଦେଲେ ବିଧାୟକ, ଭିଡିଓ ହେଲା ଭାଇରାଲ…

0

ଅବହେଳା ପାଇଁ ଠିକାଦାର ଙ୍କୁ ସର୍ବ ସମ୍ମୁଖରେ ଅପମାନିତ କଲେ ବିଧାୟକ। ତେବେ ଏହି ବିଧାୟକ ଜଣଙ୍କ ହେଉଛନ୍ତି ଶିବସେନା ବିଧାୟକ ଦିଲୀପ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓ କୁ ଥରେ ଦେଖିଲେ ଜାଣି ପାରିବେ ଯେ କିପରି ଅପମାନିତ କରା ଯାଉଛି ଏହି ଠିକାଦାର ଙ୍କୁ ଏଠାରେ ତାଙ୍କର ଅବହେଳା ପାଇଁ। ନାଳ ସଫା କରିବାକୁ କୁହା ଯାଇଥିବା ବେଳେ ଏହା ହୋଇ ନଥିବା କାରଣରୁ ଠିକାଦାରଙ୍କ ଉପରେ ଅଳିଆ ଆବର୍ଜନା ପକା ଯାଉଛି। ଖୋଦ୍ ବିଧାୟକ ଙ୍କ ଅନୁମତି କ୍ରମେ ଏପରି କରା ଯାଉଥିବା ଦେଖିବାକୁ ମିଳୁଛି ଏହି ଭିଡିଓ ରେ।

ତେବେ ସୂଚନା ଅନୁସାରେ ମୁମ୍ବାଇ ର ଚାନ୍ଦବାଲି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି କୁହା ଯାଉଛି। ନାଳ ସଫା ହେଉ ନଥିବା କାରଣରୁ ଅଳିଆ ପାଣି ଘର ଭିତରକୁ ପଶି ଆସୁଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଅଂଚଳର ଲୋକେ। କିନ୍ତୁ ଏହା ହୋଇ ନଥିବା ବେଳେ ଏଥିରେ ଅସନ୍ତୁଷ୍ଟ ହୋଇ ବିଧାୟକ ଜଣଙ୍କ ଠିକାଦାର ଙ୍କୁ ଡାକି ତାଙ୍କର କାର୍ଯ୍ୟକର୍ତ୍ତା ମାନଙ୍କୁ ଡାକି ଠିକାଦାର ଙ୍କ ଉପରେ ମଇଳା ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଚାନ୍ଦବାଲି ଅଞ୍ଚଳରେ ନାଳ ସଫା ହେଉ ନଥିବା କାରଣରୁ ଲୋକେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଘରେ ଏହି ନାଳ ନର୍ଦ୍ଦମା ର ପାଣି ପଶି ଯିବା କାରଣରୁ ଖାଇବା, ପିଇବା, ଉଠିବା ବସିବା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସେହି ଅଞ୍ଚଳର ଲୋକେ।

ଘରେ ଦୁର୍ଗନ୍ଧ କାରଣରୁ ରହିବା ମଧ୍ୟ କଷ୍ଟକର ହୋଇ ପଡ଼ିଥିଲା। ଆଉ ଏହି ଅସୁବିଧା ପାଇଁ ଅନ୍ୟ କିଛି ଉପାୟ ନପାଇ ଲୋକେ ବିଧାୟକଙ୍କୁ ତାଙ୍କର ଅସୁବିଧା ସମ୍ପର୍କରେ ଜଣାଇଥିଲେ। କିନ୍ତୁ ନାଳ ସଫା ହୋଇ ନଥିବା କାରଣରୁ ଶେଷରେ ବିଧାୟକ ଶେଷରେ ସେଠାରେ ପହଞ୍ଚି ନିଜର କାର୍ଯ୍ୟକର୍ତ୍ତା ମାନଙ୍କୁ ଡାକି ସେ ନାଳ ସଫା କରିଥିଲେ। ଆଉ ତାପରେ ଠିକାଦାର ଙ୍କୁ ସେହି ସ୍ଥାନକୁ ଡ଼ାକି ତାଙ୍କ ଉପରେ ନାଳ ନର୍ଦ୍ଦମା ର ପାଣି ଏବଂ ଅଳିଆ ଆଣି ଢାଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ। ଆଉ ତାଙ୍କର ନିର୍ଦ୍ଦେଶ ଅନୁସାରେ ହିଁ କାର୍ଯ୍ୟ କରିଥିଲେ କାର୍ଯ୍ୟକର୍ତ୍ତା ମାନେ।

ତେବେ ଏହି ଘଟଣା ର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସଂପର୍କରେ ଯେତେବେଳ ଜଣା ପଡିଲା, ସେତେବେଳେ ବିଧାୟକଙ୍କୁ ପଚରା ଯିବାରୁ ସେ ନିଜର ଭୁଲ ମାନିବା, କ୍ଷମା ମାଗିବା ପରିବର୍ତ୍ତେ ସଫେଇ ଦେଇଛନ୍ତି।ସେ କହିଛନ୍ତି ଠିକାଦାର ତାଙ୍କର କର୍ତ୍ତବ୍ୟ ଠିକ୍ ଭାବରେ କରି ନାହାନ୍ତି ତେଣୁ ତାଙ୍କୁ ଏପରି ଦଣ୍ଡ ଦିଆ ଯାଇଛି। ତେବେ ଶିବସେନା ର ଏହି ବିଧାୟକ ଙ୍କ ଏଭଳି କାର୍ଯ୍ୟର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.