Swastik Tv News Odisha

ପୁଣି ନୂଆ ଗୀତ ଗାଈ ଭାଇରାଲ ହେଲେ Ranu Mandal and ହିରୋ Alom… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାନୁ ମଣ୍ଡଳ। ନିଶ୍ଚିତ ଭାବରେ ତାଙ୍କ ବିଷୟରେ ତ ଆପଣମାନେ ଜାଣିଥିବେ। ସୋସିଆଲ ମିଡ଼ିଆରେ ସେ ଜଣେ ଚର୍ଚ୍ଚିତ ଚେହେରା। ଏକ ପ୍ୟାର୍‌ କା ନଗ୍‌ମା ହୈ ଗୀତକୁ ଗାଇ ସେ ଭାଇରାଲ୍ ହୋଇଥିଲେ। ଆପଣ ଜାଣିଥିବେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳଙ୍କୁ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଗୀତ ଗାଉଥିବା ର ଦେଖିବା ପରେ ସେ ରାନୁ ମଣ୍ଡଳଙ୍କ ଏହି ଗୀତ ଗାଇବାର ଏକ ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଆଉ ଏହାପରେ ତାଙ୍କ ଲୋକପ୍ରିୟତା ବହୁତ୍ ବଢ଼ି ଯାଇଥିଲା। ଆଉ ଏହାପରେ ସେ ରାତାରାତି ସେଲିବ୍ରିଟି ବନି ଯାଇଥିଲେ।

ତେବେ ଏବେ ପୁଣି ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।ଆଉ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଏମିତି ଗୀତ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଗୀତଟି କିଛି ସେହିପରି।ଏହି ଗୀତଟିକୁ ଗାଇଛନ୍ତି ରାନୁ ମଣ୍ଡଳ। ଆଉ ତାଙ୍କ ସହ ଏହି ଗୀତକୁ ଗାଇଛନ୍ତି ବାଂଲାଦେଶୀ ହିରୋ ଆଲମ୍। ଆଉ ଏବେ ହିରୋ ଆଲମ୍ ଙ୍କ ସହିତ ଗୀତ ଗାଇ ଚର୍ଚ୍ଚାରେ ରହିଛନ୍ତି ରାନୁ ମଣ୍ଡଳ। ବାଂଲାଦେଶୀ ସୁପରଷ୍ଟାର ଙ୍କ ସହିତ ସେ ଯେଉଁ ଗୀତକୁ ଗାଇଛନ୍ତି ତାହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ବି ହେଉଛି।

ତେବେ ହିରୋ ଆଲମ ଏବଂ ରାନୁ ମଣ୍ଡଳ ଏକ ରୋମାଣ୍ଟିକ ଗୀତ ଗାଇଛନ୍ତି। ତାଙ୍କର ଏହି ରୋମାଣ୍ଟିକ ଗୀତ ଯେତିକି ରୋଚକ ପୂର୍ଣ୍ଣ ହୋଇଛି ସେତିକି ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।ଏକ ଭିନ୍ନ ଅନ୍ଦାଜ ରେ ସେ ଏଥରକ ଗୀତ ଗାଉ ଥିବାର ନଜର ଆସିଛନ୍ତି। ତେବେ ଏହି ଗୀତର କିଛି ମିନିଟ୍ ର ଭିଡିଓ କୁ ହିରୋ ଆଲମ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି। ତେବେ ଗୀତ ତୁମୀ ଚୋଡା ଆମି ଦେ, ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଗୀତଟି ପୋଷ୍ଟ ହେବା ପରେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି ଲୋକେ।

ତେବେ ଏହା ପୋଷ୍ଟ ହେବା ପରେ ଏବେ ସୁଦ୍ଧା ଏହି ଗୀତକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଆପଣ ବି ଥରେ ଏହି ଗୀତକୁ ଶୁଣନ୍ତୁ ଯାହା ଆପଣଙ୍କୁ ବି ଭଲ ଲାଗି ପାରେ।ଏହି ଗୀତ କେଉଁଭଳି ଭାବରେ ପ୍ରସ୍ତୁତ ହୋଇଛି ଏବଂ ରାନୁ ମଣ୍ଡଳ କିପରି ଭାବରେ ଏହି ଗୀତକୁ ଗାଇଛନ୍ତି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରିବେ। ତେବେ ରାନୁ ମଣ୍ଡଳ ଙ୍କ ପୁଣି ଏପରି ଗୀତକୁ ଶୁଣି ଅନେକ କହୁଛନ୍ତି ପୁଣି ରାନୁ ମଣ୍ଡଳ ଙ୍କ ଭାଗ୍ୟ ଚମକିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.