Swastik Tv News Odisha

ଜଣେ ସାଧାରଣ ଝିଅ “ଜାଇ” କିପରି ହୋଇଗଲା ” ମା କାଳିଜାଇ ” । କାଳିଜାଇ ରେ ସନ୍ଧ୍ୟା… ଦେଖନ୍ତୁ Video

0

ଆମ ଦେଶରେ ପ୍ରତ୍ୟେକ ନାଗରିକ ଆଧ୍ୟାତ୍ମିକତା ଉପରେ ଖୁବ ବିଶ୍ୱାସ ରଖି ଥାଆନ୍ତି, ମନ୍ଦିରଯିବା, ପୂଜାର୍ଚ୍ଚନା କରିବା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ ।ତେବେ ଭାରତର ସବୁ ରାଜ୍ୟରେ ଅନେକ ମନ୍ଦିର ମାନ ଦେଖିବାକୁ ମିଳିଥାଏ ଆଉ ସେହି ମନ୍ଦିର ଗୁଡିକ ନିଜ ନିଜ ଭିତରେ ଭିନ୍ନ ହେବା ସହିତ ତା ପଛରେ ଅଦ୍ଭୁତ କାହାଣୀ ସବୁ ଲୁଚି ରହିଥାଏ ।ଯାହାକୁ ଯେବେ ଶୁଣିବାକୁ ପାଉ ଆମକୁ ଆଶ୍ଚର୍ଯ୍ୟ ଲାଗେ, ତେବେ କିମ୍ବଦନ୍ତୀ ଗୁଡିକରେ କେତେ ସତ୍ୟତା ଲୁଚି ରହିଥାଏ ତାହା ତ ଆମେ ଜାଣିନୁ ।ତେବେ ଏହା ଶୁଣିଲା ପରେ ସମସ୍ତଙ୍କ ଭିତରେ ଆସ୍ଥା ଭାବନା ବଡିବାକୁ ଲାଗିଥାଏ ।

ତେବେ ଆମ ରାଜ୍ୟ ଓଡ଼ିଶାରେ ବି ଏମିତି କିଛି ମନ୍ଦିର ଓ ସେଥିରେ ଥିବା ଦେବାଦେବୀ ମାନଙ୍କୁ ନେଇ ଏମିତି ସବୁ କିମ୍ବଦନ୍ତୀ ଶୁଣିବାକୁ ମିଳିଥାଏ ଯାହା ଆମକୁ ବିସ୍ମୟ କରିଥାଏ । ଆପଣ ତ ଜାଣିଛନ୍ତି ଚିଲିକା ଯାହା ଏକ ହ୍ରଦ ଆଉ ଏହାର ମୁଖ୍ୟ ଆକର୍ଷଣ ହେଉଛି କାଳିଜାଇ ମନ୍ଦିର, ତେବେ କାଳିଜାଇ ଚିଲିକା ହ୍ରଦରେ ପ୍ରାୟ 29 ଏକର ପାହାଡ଼ର ଦ୍ୱୀପ ରହିଛି ଯେଉଁଥିରେ ମାଆ କାଳିଜାଇ ମନ୍ଦିର ରହିଛି ।ତେବେ ପ୍ରତିବର୍ଷ ଅନେକ ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଯାଇଥାନ୍ତି , ତେବେ ସବୁବର୍ଷ ମକର ସମୟରେ ମାଆ କାଳିଜାଇ ଙ୍କ ପାଖରେ ପଚୁର ଭିଡ଼ ଜମିଥାଏ କାରଣ ମକରରେ ମାଆଙ୍କର ବଡ଼ ଉତ୍ସବ ହେଇଥାଏ ।ଆଖ ପାଖରେ ସବୁ ଲୋକ ସେଦିନ ମାଆଙ୍କୁ ପୂଜା ଖଟିବାକୁ ଧାଇଁ ଆସି ଥାଆନ୍ତି ।

ତେବେ ମାଆ କାଳିଯାଇଙ୍କୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି, ତେବେ କୁହାଯାଏ କି “କାଳି” ହେଉଛନ୍ତି ଜଣେ ଦେବୀ ଯାହାଙ୍କୁ ହିନ୍ଦୁ ମାନେ ପୂଜା କରିଥାନ୍ତି ଓ “ଯାଇ” ହେଉଛି ଜଣେ ସାଧାରଣ ଝିଅ ।ତେବେ ଯାଇ ବିବାହ କରି ଡ଼ଙ୍ଗାରେ ପାରିକୁଦକୁ ଯାଉଥିଲେ କିନ୍ତୁ ରାସ୍ତାରେ ଝଡ଼ ବାତ୍ୟା ଆସିଲା ଆଉ ଚିଲିକା ହ୍ରଦରେ ଡ଼ଙ୍ଗା ବୁଡି ଗଲା ତେବେ ନାବିକ ଓ ଯାଇଙ୍କ ବାପା ବଞ୍ଚି ଗଲେ କିନ୍ତୁ ସେ ନିଜେ ହଜି ଗଲେ ଅଗଭୀର ପାଣି ଭିତରେ ।ଆଉ ସେହି ଦିନ ଠାରୁ ମାଆ କାଳିଜାଇ ରୂପରେ ପୂଜା ପାଉଛନ୍ତି ଚିଲିକାରେ ।ତେବେ 1717 ମସିହାରେ ପାରିକୁଦର ରାଜା ଜଗନ୍ନାଥ ମାନସିଂହ କାଳିଜାଇ ମନ୍ଦିର ନିର୍ମାଣ କରିଥିଲେ ।ଆଉ ସେହିଦିନ ଠାରୁ ମାଆ ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପରେ ପୂଜା ପାଇ ଆସୁଛନ୍ତି ।

ଆଉ ଚିଲିକାରେ ମାଛ ଧରିବାକୁ ଯାଉଥିବା ଲୋକ ମାନଙ୍କୁ ମାଆ ସବୁବେଳେ ଦବୁ ବିପଦରୁ ରକ୍ଷା କରିଥାନ୍ତି ।ତେଣୁ ସେମାନେ ତାଙ୍କୁ ଇଷ୍ଟ ଦେବୀ ରୂପେ ପୂଜା କରନ୍ତି, ତେବେ କାଳଯାଇକୁ ଯିବାକୁ ହେଲେ ଭୁବନେଶ୍ବର ଠାରୁ 91 କିଲୋମିଟର ପାର କରି ବାଲୁକା ଯିବାକୁ ହୁଏ ତାପରେ ସେଠାରୁ 17 କିଲୋମିଟର ଜଳପଥରେ ଡ଼ଙ୍ଗା ସାହାଯ୍ୟରେ ମନ୍ଦିରକୁ ଯିବାହୁଏ ।ତେବେ ମାଆଙ୍କ ମାନଙ୍କ ମହିମା ଅପାର ସେଥିପାଇଁ ତ ଲୋକମାନେ ଚିଲିକା ର ଏତେ ବଡ଼ ହ୍ରଦକୁ ପାର କରି ମାଆଙ୍କ ଦର୍ଶନ କରିବାକୁ ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.