Swastik Tv News Odisha

Breaking News – 20 ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0

ଆଜିକାଲି ଦୁନିଆରେ ମନୁଷ୍ୟ ନିଜର କର୍ମମୟ ଦୁନିଆରେ ବ୍ୟସ୍ତ ରହୁଛନ୍ତି। ସମସ୍ତ ମନୁଷ୍ୟ ଦିନକୁ ଦିନ ଅଧିକ ଛାପ ଆଡ଼କୁ ଗତି କରୁଛନ୍ତି। ଅନେକ ଲୋକ ଅଛନ୍ତି ଚାପରୁ ବାହାରିଯାଉଛନ୍ତି। ହେଲେ ଅନେକ ଏପରି ଅଛନ୍ତି ଯେଉଁମାନେ ଚାପ ସହିନପାରି ଆତ୍ମହତ୍ୟଭଳି ଚରମ ନିଷ୍ପତି ନେଉଛନ୍ତି। ମନୁଷ୍ୟର ଏଇ କିଛି ବର୍ଷର ଜୀବନ ମଧ୍ୟରେ ଅନେକ ସମସ୍ୟା ଆସୁଛି। କିଛି ଅଛନ୍ତି ସମସ୍ୟାର ସମାଧାନର ବାଟ ବାହାର କରି ଆଗକୁ ବଡ଼ନ୍ତି। ହେଲେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସମାଧାନ ନକରିପାରି ଆତ୍ମହତ୍ୟା ଭଳି ପନ୍ଥା ବାଛି ନେଇଥାନ୍ତି।

ସୂଚନା ଅନୁସାରେ ରବିବାର ଦିନ ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ବହୁତ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଧାରାବାହିକ ‘ମୋନ୍ ମାନେ ନା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପଲଭି ଦେ ଙ୍କୁ କୋଲକାତାର ଗାରଫା ସ୍ଥିତ ଫ୍ଲାଟରେ ମୃତଦେହ ମିଳିଥିଲା। ଗଣମାଧ୍ୟମ ତଥା ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ପଲଭି ଦେ ତାଙ୍କ ଫ୍ଲାଟରେ ଫ୍ୟାନରୁ ଦେଖିବାକୁ ମିଳିଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ମାମଲାରେ କୋଲକାତା ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ପଲଭି ଦେ ଙ୍କ ମୃତ୍ୟୁ ପଛର କାରଣ ଅନୁସନ୍ଧାନ କରାଯାଉଛି। ବର୍ତ୍ତମାନ ପଲ୍ଲବୀ ଦେଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସର ତଦନ୍ତ ଅନୁସାରେ ଆତ୍ମହତ୍ୟା ହେତୁ ପଲଭିଙ୍କ ମୃତ୍ୟୁ ହେବାର ସମ୍ଭାବନା ହୋଇଥାଇ ପାରେ ବୋଲି ପୋଲିସ କହିଛନ୍ତି। ଏପଟେ ମନୋରଞ୍ଜନ ଏହି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କ ମୃତ୍ୟୁକୁ ସହଜରେ ତାଙ୍କ ସହିତ କାମ କରିଥିବା ସହ-ତାରକା ଅନମିତ୍ରା କହିଛନ୍ତି।

“ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଛି ଆମେ ମେ 12 ରେ ଟିଭି ସିରିଏଲ ପାଇଁ ସୁଟିଂ କରିଥିଲୁ ଏବଂ ପରେ କଥାବାର୍ତ୍ତା କରିଥିଲୁ। ମୁଁ ତଥାପି ଏହି ଖବରକୁ ବିଶ୍ୱାସ କରିପାରିବି ନାହିଁ।” ଯଦି ପଲ୍ଲଭି ଦେଙ୍କ କେରିୟାର କଥା ଦେଖିବା ତେବେ ସେ ଟିଭି ସିରିଏଲ୍ ‘ରେଶମ୍ ଜାମ୍ପି’ ସହିତ ନିଜର ଚିହ୍ନ ସୃଷ୍ଟି କରିଥିଲେ। ଏହା ପରେ ସେ ‘ଆମି ସିରାଜ ବେଗମ୍’ ରେ କାମ କରିଥିଲେ। ଯେଉଁଥିରେ ସଚିନ ବାନାର୍ଜୀ ପୁରୁଷ ଲିଡରେ ଅଭିନୟ କରିଥିଲେ। ଯଦିଓ ଏହି ସିରିଏଲ ଅଧିକ ସମୟ ତିଷ୍ଠି ନଥିଲା, କିନ୍ତୁ ପାଲଭି ଏହି ସିରିଏଲରୁ ବହୁତ ଖ୍ୟାତି ଅର୍ଜନ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.