Swastik Tv News Odisha

2 ମିନିଟରେ ପେଟର ଗ୍ୟାସ ପବନ ବେଗରେ ବହାରିଯିବ ଗ୍ୟାରେଣ୍ଟି – Remedies for Stomach Gas

0

ଆଜିର ଦୁନିଆରେ ତୋଗ ବା କାହା ଶରୀରରେ ନାହିଁ ତେବେ ଗ୍ୟାସ ବା କୋଷ୍ଠ କାଟିନ୍ୟ ପରି ସମସ୍ୟା ବହୁତ ଲୋକ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ତେବେ ଜଲଦି ଖାଦ୍ୟ ଖାଇବା, ଅଧିକ ଧୂମ୍ରପାନ କରିବା ଓ କୋଲଡ଼ ଡ୍ରିଙ୍କ ପିଇବା ପାଇଁ ଯୋଗୁଁ ଅଧିକ ଗ୍ୟାସ ହେବାର ସମ୍ଭାବନା ରହିଥାଏ ।ତେବେ କାହାକୁ ଥରେ ଜୀବନରେ ଗ୍ୟାସ ପରି ସମସ୍ୟା ଆରମ୍ଭ ହେଇଥାଏ ତାହା ଜୀବନରେ ଆଉ ଭଲ ହେଇ ନଥାଏ ।ଆଉ ଗ୍ୟାସ ସମୟରେ ଯେଉଁ ଯନ୍ତ୍ରଣା ତାହା ସହିବାକୁ ହୁଏ ତାହା କହିବା ଭାରି କଷ୍ଟ ।ତେବେ ଆମେ ଆଜି ଆମେ 4ଟି ଏମିତି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇଲେ ଆପଣଙ୍କ ଗ୍ୟାସ ସମସ୍ୟା ସମ୍ପୂର୍ଣ୍ଣ ଭଲ ହେଇଯିବ ।

ପ୍ରଥମ ଉପାୟ:-

ଆବଶ୍ୟକ ସାମଗ୍ରୀ:-

ଜୁଆଣି ଗୁଣ୍ଡ,ବିଟ ଲୁଣ ଓ ଏକ ଗ୍ଲାସ ଗରମ ପାଣି

ଏହାକୁ କେମିତି ସେବନ କରିବେ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ ଜୁଆଣିକୁ ଭାଜି ଗୁଣ୍ଡ କରନ୍ତୁ ଆଉ ସେଥିରୁ ଏକ ଚାମୁଚ ଗୁଣ୍ଡ ନେଇ ସେଥିରେ କିଛି ବିଟ ଲୁଣ ମିଶାନ୍ତୁ ।ଆଉ ତାହାକୁ ଖାଇବା ପରେ ଖାଆନ୍ତୁ ତାପରେ ଗ୍ଲାସ ଉଷୁମ ପାଣି ପିଅନ୍ତୁ ତେବେ ଆପଣ ଚାହିଁଲେ ସେହି ଜୁଆଣି ଗୁଣ୍ଡ ଓ ବିଟ ଲୁଣକୁ ମିଶେଇ ବି ଖାଇ ପାରିବେ ।

ଦ୍ଵିତୀୟ ଉପାୟ:-

ଆବଶ୍ୟକ ସାମଗ୍ରୀ:-ଲେମ୍ବୁ,ପାନମଧୁରୀ

ପ୍ରସ୍ତୁତି ପ୍ରଣାଳୀ:-
ଆପଣ ପ୍ରଥମେ ଫାଳେ ଲେମ୍ବୁ ନିଅନ୍ତୁ ତେବେ ସେହି ଫାଳେ ଲେମ୍ବୁ ଚିପୁଡ଼ି ତାର ରସ ବାହାର କରନ୍ତୁ ।ଏବେ ଏକ ଚାମୁଚ ପାନମଧୁରୀ ନିଅନ୍ତୁ ଆଉ ସେହି ଲେମ୍ୱୁ ରସରେ ଭିଜେଇ ରଖନ୍ତୁ ଆଉ 5ରୁ 10 ମିନିଟ ପର୍ଯ୍ୟନ୍ତ ତାହାକୁ ଏମିତି ଛାଡି ଦିଅନ୍ତୁ ।ତେବେ ଯେତେବେଳେ ପାନମଧୁରୀ ସବୁ ଲେମ୍ବୁ ରସ ଶୋଷି ନେବ ସେତେବେଳେ ଏହି ପାନ ମଧୁରୀ କୁ ଚୋବାଇ ଖାଇ ନିଅନ୍ତୁ ।

ତୃତୀୟ ଉପାୟ:-

ଆବଶ୍ୟକ ସାମଗ୍ରୀ:-ହଲଦୀଗୁଣ୍ଡ,ଲୁଣ,ଉଷୁମ ପାଣି
ପ୍ରସ୍ତୁତି ପ୍ରଣାଳୀ:-

-ପ୍ରଥମେ ଏକ ଚାମୁଚ ହଲଦୀଗୁଣ୍ଡ ନିଅନ୍ତୁ ଆଉ ସେଥିରେ କିଛି ଲୁଣ ମିଶାନ୍ତୁ ତାପରେ ତାହାକୁ ଖାଆନ୍ତୁ ଆଉ ତାପରେ ସେହି ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ତେବେ ଆପଣ ହଳଦୀ ଓ ଲୁଣକୁ ପାଣିରେ ମିଶେଇ ପିଇ ପାରିବେ ।

ଚତୁର୍ଥ ଉପାୟ:-

ଆବଶ୍ୟକ ସାମଗ୍ରୀ:-ଲେମ୍ବୁ,ପାଣି

ପ୍ରସ୍ତୁତି ପଣାଳୀ:-

-ପ୍ରଥମେ ଏକ କପ ପାଣି ନିଅନ୍ତୁ ଆଉ ସେହି ପାଣିରେ 10 ରୁ 12 ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ ଆଉ ସବୁଦିନେ ସକାଳେ ଏହି ପାଣିକୁ ପିଅନ୍ତୁ ଦେଖନ୍ତୁ ଦେଖିବେ ଆପଣଙ୍କ ସମସ୍ତ ଗ୍ୟାସ ସମସ୍ୟା ଦୂର ହେଇଯିବ ।

ଆପଣ ମାନେ ଯଦି ଏହି ଉପାୟ ଗୁଡିକ ମାନିବେ ତାହେଲେ ଦେଖିବେ ଆପଣଙ୍କ ଗ୍ୟାସ ସମ୍ପୂର୍ଣ୍ଣ ଭଲ ହେଇଯିବ ।ଆଉ ଯେଉଁ ମାନଙ୍କର ଗ୍ୟାସ ଆରମ୍ଭ ହେଉଥିବ ତାହା ବି ଭଲ ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.