Swastik Tv News Odisha

ଡାଏଟିଂ କରୁଛନ୍ତି କି ? କେମିତି Mainten କରିବେ ଜାଣନ୍ତୁ । Dr. Arpana Jain

0

ବନ୍ଧୁଗଣ ଆଜି ଆମେ ଆମର ସ୍ବାସ୍ଥ୍ୟ ଉପରେ ଏକ ବିଶେଷ କଥା ଉପରେ ଆଲୋଚନା କରିବା। ଯାହା ପ୍ରାୟତଃ ଅଧିକାଂଶ ଲୋକଙ୍କ ଆଜିର ସମୟରେ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ତାହା ହେଉଛି ଡାଏଟିଂ କରିବା।ଏହା ଏବେ ଏକ ଟ୍ରେଣ୍ଡ ହେବାକୁ ବସିଲାଣି। କିନ୍ତୁ ଏହାକୁ ସଠିକ୍ ଭାବରେ କିପରି କରିବା ତାହା ସମସ୍ତଙ୍କୁ ଜଣା ନାହିଁ। ଆଜିକାଲି ଲୋକମାନେ ଓଜନ କମ୍‌ କରିବାକୁ ବିଭିନ୍ନ ଉପାୟ ଆପଣାଉ ଅଛନ୍ତି। ଆଉ ଏଥିପାଇଁ କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ପୁଣି ଡାଏଟ୍‌ କଣ୍ଟ୍ରୋଲ କରିବାରେ ବ୍ୟସ୍ତ। ତେବେ ଲୋକମାନେ ଏହା ଭାବୁଛନ୍ତି ଯେ ଡାଏଟିଂ କଲେ ହିଁ ଶୀଘ୍ର ଓଜନ କମି ପାରିବ।

ଆଉ ସେମାନେ ନିଜକୁ ଫିଟ୍ ଏବଂ ସୁସ୍ଥ ରଖି ପାରିବେ।କିନ୍ତୁ ବୋଧେ ଆପଣ ଜାଣି ନଥିବେ ଯେ ଅଧିକ ଡାଏଟିଂ କରିବା ଆପଣଙ୍କ ଶରୀର ଉପରେ ଖରାପ ବା ବିପରୀତ ପ୍ରଭାବ ପକାଇ ପାରେ। ଯଦି ଆପଣ ଠିକ୍‌ ଭାବେ ଡାଏଟ୍‌ କରିବେ, ତେବେ ଯାଇ ଓଜନ କମିବ। ନହେଲେ ଏହା ଆପଣଙ୍କ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିବ।ଯଦି ଶୀଘ୍ର ପତଳା ହେବା ପାଇଁ ଆପଣ ଆବଶ୍ୟକତା ଠାରୁ ଅଧିକ ଡାଏଟିଂ କରୁଛନ୍ତି ତେବେ ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ଆମେ ଆଜି ସେ ବିଷୟରେ ଏଠାରେ ଆଲୋଚନା କରିବା। ଆପଣ ଜାଣିଛନ୍ତି କି ବ୍ଲଡ଼ ଗ୍ରୁପ ଅନୁସାରେ ଆମର ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିଥାଏ।

ସାଧାରଣତଃ ‘ଓ ଏବଂ ବି ‘ ପୋଜିଟିଭ ବ୍ଲଡ଼ ଗ୍ରୁପ ର ଲୋକେ ଆମିଷ ଖାଦ୍ୟ ତଥା ଜଙ୍କ ଫୁଡ୍ ଏବଂ ହେଭି ଫୁଡ୍ ଖାଇବା ପାଇଁ ଅଧିକ ଆଗ୍ରହ କରିଥାନ୍ତି। ଯେଉଁଠି ଏ ପୋଜିଟିଭ ବ୍ଲଡ଼ ଗ୍ରୁପ୍ ର ଲୋକେ ସବୁଜ ପନିପରିବା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ସବୁ ବ୍ଲଡ଼ ଗ୍ରୁପ୍ ର ଲୋକେ ଅସୁସ୍ଥ ହୁଅନ୍ତି ଏବଂ ସମୟକ୍ରମେ ସେମାନଙ୍କୁ ହାଲିଆ ଲାଗିଥାଏ। ଶରୀରର ଓଜନ ଏହିଭଳି ବିଭିନ୍ନ କାରଣରୁ ବଢ଼ିଥାଏ ଓ କମିଥାଏ। ତେଣୁ ଆମେ ଧ୍ୟାନ ଦେବା ଆବଶ୍ୟକ କି ଆମେ ସଠିକ୍ ସମୟ ରେ ଆମର ପ୍ରତିଦିନର ଖାଇବା ଗ୍ରହଣ କରୁଛୁ କି ନାହିଁ। ଆମ ପାଇଁ ଉପଯୁକ୍ତ କ୍ୟାଲୋରୀ ର ଖାଦ୍ୟ ପ୍ରତିଦିନ ଆବଶ୍ୟକ ହୋଇଥାଏ।

ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ, ଡ଼ାଇଟିସିଆନ୍ ଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦିନ ଭିତରେ ୧,୨୦୦ ରୁ ୨,୬୦୦ କ୍ୟାଲେରୀର ଖାଦ୍ୟ ଆବଶ୍ୟକତା ରହିଛି। ଏଣୁ ଯେଉଁମାନେ ଏହା ଠାରୁ କମ୍‌ ଖାଉଛନ୍ତି, ସେମାନଙ୍କ ଶରୀର ଦୁର୍ବଳ ହୋଇପାରେ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଡାଏଟିଂ କରୁଥାନ୍ତି, ତେବେ ସାବଧାନ ହୁଅନ୍ତୁ ଏବଂ ଏକ ସୁଷମ ଖାଦ୍ୟ ପ୍ରଣାଳୀ ଭିତରେ ନିଜକୁ ନିୟୋଜିତ କରନ୍ତୁ। ଜଙ୍କ ଫୁଡ୍ ଏବଂ ଟ୍ରାନସ ଫ୍ୟାଟ, ହେଭୀ, ଅଧିକ ମସଲା ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.