Dahana : ମଞ୍ଚ ଦୁଲୁକିଲା… ଆର ଗାଁ ଈଶ୍ୱର ବେହେରା ଝିଅ, ଏବେ ନୂଆଁକି କଲେଜ ଯାଉଛି… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଓଡ଼ିଶାର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମ ଙ୍କୁ କିଏଅବା ନଜାଣେ। ତେବେ ଅଭିନେତା ପପୁ ପମପମ୍ ଙ୍କୁ ଏତେ ଲୋକ ଏଥିପାଇଁ ଭଲ ପାଆନ୍ତି, ପସନ୍ଦ କରନ୍ତି କାରଣ ଓଡିଶାର ମନୋରଂଜନ ଜଗତରେ ସେ ଜଣେ ଏଭଳି ଲୋକପ୍ରିୟ କଳାକାର ଅଟନ୍ତି ଯିଏକି ତାଙ୍କର ମନଛୁଆଁ କମେଡି ତଡ଼କାରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରନ୍ତି। ଏଥିପାଇଁ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ପପୁ।ତେବେ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ମନୋରଂଜନ ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର କମେଡି ର ତଡକା ଦୀର୍ଘଦିନ ହେଲା ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସମସ୍ତ କମେଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ।

ତାଙ୍କର ଅଭିନୀତ ସମସ୍ତ କମେଡି ପ୍ରୋଗ୍ରାମ ମଧ୍ୟ ଦର୍ଶକ ମାନଂକର ପ୍ରଥମ ପସନ୍ଦ ପାଲଟି ବାରେ ଲାଗିଛି। ସହ ହାସ୍ୟ ଅଭିନେତା ମାନଙ୍କ ସହିତ ତାଙ୍କର କମେଡି ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଷ୍ଟେଜ ଶୋ ରେ ମଧ୍ୟ ଦମଦାର ଅଭିନୟ କରି ହୋଷ୍ଟ କରି କମେଡି ଶୁଣାଇ ଲୋକ ଲୋଚନକୁ ଆସିଛନ୍ତି ଏବଂ ଲୋକପ୍ରିୟ ହୋଇଛନ୍ତି ଏହି ହାସ୍ୟ ଅଭିନେତା ଜଣଙ୍କ।ତାଙ୍କର ଦମଦାର ଏବଂ ଜୀବନ୍ତ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି। ଯାହା ଆପଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଏକ୍ସକ୍ୟୁଜ ମି, ଯାହା କହିବି ସତ କହିବି ଏପିଶୋଡ ରେ ଦେଖିବାକୁ ପାଇଥିବେ।

କେବଳ କମେଡି ନୁହଁ ପପୁ ପମପମ୍ ଜଣେ ଭଲ ସିଙ୍ଗର ମଧ୍ୟ। ଅନେକ ଗୁଡ଼ିଏ ସଙ୍ଗୀତ ସେ ଗାଇ ସାରିଛନ୍ତି ଯାହା ଯୁବପିଢି ଙ୍କ ବହୁତ୍ ପସନ୍ଦ ହୋଇ ପାରିଛି। ସେସବୁ ଗୀତକୁ ଲୋକେ ବହୁତ୍ ଭଲ ପାଉଛନ୍ତି। ମ୍ୟୁଜିକ ଭିଡିଓ କରି ଓଡ଼ିଆ ଆଲବମ ଜଗତରେ ଏକ ଭିନ୍ନ ଧରଣର ଲୋକପ୍ରିୟତାକୁ ହାସଲ କରି ପାରିଛନ୍ତି ପପୁ ପମପମ୍। ଏବେ ତାଙ୍କର ଏକ ଷ୍ଟେଜ ପ୍ରୋଗ୍ରାମ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ହାସ୍ୟ ଅଭିନେତା ପପୁ ପମପମ୍ ଷ୍ଟେଜ ରେ ଜବରଦସ୍ତ କମେଡି କରି ଲୋକଙ୍କୁ ହସାଉଛନ୍ତି ଆଉ ପରେ ସେ ନିଜେ ଗାଇଥିବା ଏକ ଗୀତକୁ ସେଠାରେ ଗାଉ ଥିବାର ନଜର ଆସିଛନ୍ତି।

ସେ ଷ୍ଟେଜ ରେ ଗାଉଥିବା ଗୀତଟି ହେଉଛି, ଆର ଗାଆଁ ଈଶ୍ୱର ବେହେରା ଝିଅ, ଏବେ ନୂଆକି କଲେଜ୍ ଯାଉଛି। ତାଙ୍କର ଏହି ଗୀତକୁ ଭଲପାଇବା ଦେଇଛନ୍ତି ଦର୍ଶକ। ତାଳି ମାରି ତାଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ପପୁ ପମପମ୍ ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମ ଟି ହେଉଛି ସକାଳର ଖବର ଏବଂ ନନ୍ଦିଘୋଷ ଟିଭିର ଏକ ଗ୍ରାଣ୍ଡ ସେଲିବ୍ରେସନ ର କାର୍ଯ୍ୟକ୍ରମ। ଯେଉଁଠି ଓଡ଼ିଶାର ଅନେକ ଜଣାଶୁଣା ବ୍ୟକ୍ତିତ୍ଵ ଏବଂ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment