Swastik Tv News Odisha

ବହୁ ଆଡୁ ବାଦ ବିବାଦ ପରେ ପ୍ରଥମ ଥର ପାଇଁ ହ୍ୟୁମାନ ସାଗର ( Humane Sagar ) ଗାଇବେ ଜଗନ୍ନାଥ ଭଜନ { ଦଣ୍ଡ ବତ ହେଲି ମୁଁ କାଳିଆ ପାଖରେ }… ଦେଖନ୍ତୁ Video

0

ବନ୍ଧୁଗଣ ଓଡ଼ିଶାର ଜଣେ ଆଗଧାଡିର ଗାୟକ ଭାବରେ ହ୍ୟୁମାନ ସାଗର ଙ୍କୁ କିଏ ବା ନଜାଣେ। ସମସ୍ତେ ତାଙ୍କ ଗୀତକୁ ନିଶ୍ଚୟ ଥରେ ନା ଥରେ ଶୁଣିଥିବେ। ଆଜିର ଯୁବପିଢି ମାନଙ୍କୁ ସେ ଅନେକ ମନ ପସନ୍ଦର ରୋମାଣ୍ଟିକ ଲଭ ଗୀତ ସବୁ ଭେଟି ଦେଇ ଯୁବପିଢିଙ୍କ ହୃଦୟକୁ କିଣି ନେଇଛନ୍ତି। ଏମିତିରେ ସବୁ ବର୍ଗର ଲୋକ ଏହି ସିଙ୍ଗର ଙ୍କୁ ବହୁତ୍ ଭଲ ପାଆନ୍ତି ତାଙ୍କର ଆକର୍ଷଣୀୟ ଗାୟିକି ପାଇଁ। ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ହ୍ୟୁମାନ ସାଗର।

ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ସେ ଜଣେ ଲୋକପ୍ରିୟ ଗାୟିକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। କିନ୍ତୁ କିଛି ଗୀତକୁ ନେଇ ସେ ସମୟ ସମୟ ରେ ଚର୍ଚ୍ଚାକୁ ବି ଆସିଛନ୍ତି।

ସେହିପରି ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ଜଣଙ୍କ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି।ସେ ଜଗନ୍ନାଥ ଙ୍କ ଭଜନ ଗାଇବେ ନାହିଁ ବୋଲି କହି ହଟହଟା ହେଇଛନ୍ତି। ଜାପାନୀ ଭାଇ ଙ୍କ ତରଫରୁ ଏକଥା କୁହା ଯିବା ପରେ ଏ ଘଟଣା ବେଶ୍ ସେୟାର ହେବାରେ ଲାଗିଛି। ଯାହାକୁ ନେଇ ବହୁତ୍ ଆଲୋଚନା ଓ ସମାଲୋଚନା ବି ହୋଇଛି। ଶେଷରେ ହ୍ୟୁମାନ ସାଗର ଜଗନ୍ନାଥଙ୍କ ଭଜନ ଗାଇବେ ବୋଲି ଏକ ପୋଷ୍ଟ କରି ଜଣାଇଛନ୍ତି।ସେ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟ୍ ରେ ଏକ ପୋଷ୍ଟ ରେ ଏକ ଜଗନ୍ନାଥ ଭଜନର ଟାଇଟଲ, ଦଣ୍ଡବତ ହେଲି ମୁଁ କାଳିଆ ପାଖରେ, ଲେଖି ଅପଲୋଡ଼ କରିଛନ୍ତି।

ତେବେ ଜାପାନୀ ବାବୁଙ୍କ ଅଭିଯୋଗ ଆଧାରରେ ହ୍ୟୁମାନ ସାଗର ଙ୍କ ବିରୋଧରେ ଏପରି କଥା ଉଠୁଥିବା କୁହା ଯାଉଛି। କିନ୍ତୁ ଏହାକୁ ନେଇ ହ୍ୟୁମାନ ସାଗର ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏଯାବତ୍ ହ୍ୟୁମାନ ସାଗର ଗୋଟିଏ ବି ଜଗନ୍ନାଥଙ୍କ ଭଜନ ଗାଇ ନାହାଁନ୍ତି କଣ ପାଇଁ? ବାସ୍ତବରେ ସେ ନିଜେ ଏପରି ଦ୍ଵନ୍ଦ ତିଆରି କରୁଛନ୍ତି ନା ତାଙ୍କର ଆନ୍ତରିକତା ନାହିଁ ଭଜନ ଗାଇବା ପାଇଁ। ଆଉ ଏବେ ତାଙ୍କ ବିଷୟରେ ଏଭଳି କଥା ଚର୍ଚ୍ଚା ହେବା ପରେ ତାଙ୍କର ସ୍ୱର ବଦଳି ଥିବା ନେଇ ସମସ୍ତଙ୍କୁ ଏହା ଚକିତ କରିଛି। ଆଗକୁ ଜଣା ପଡ଼ିବ ଏହାର ପ୍ରକୃତ ବାସ୍ତବତା କଣ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.