Swastik Tv News Odisha

Vastu & Sidi Ghara ବାସ୍ତୁଶାସ୍ତ୍ର ରେ ଶିଡ଼ିଘର, କେଉଁ ଦିଗକୁ ଥିଲେ ଘରର ମୁରବୀ କୁ କ୍ଷତି ନିଶ୍ଚୟ ଜାଣି ରଖନ୍ତୁ

0

ଘର ନିର୍ମାଣ କରିବା ପୂର୍ବରୁ ପ୍ରତ୍ୟେକ ଜିନିଷର ସଠିକ୍ ସ୍ଥାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ , କାରଣ ଘରର କୌଣସି ବି ଗୋଟିଏ ବସ୍ତୁ ର ଅବସ୍ଥାନ ସଠିକ୍ ସ୍ଥାନରେ ନକରାଗଲେ ଏହା ଆମ ଘର ପାଇଁ ଅନେକ ସଙ୍କଟ ଆଣି ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଘରର ଶିଡିଘର ସମ୍ପର୍କରେ ଜଣେଇବୁ , ଯାହାକୁ ଆପଣ ମାନେ ସଠିକ ଦିଗ , ସଠିକ ସ୍ଥାନ ଏବଂ ସଠିକ୍ ଭାବରେ କରନ୍ତୁ । ତେବେ ଆସନ୍ତୁ ଜାଣିବା ଶିଡି ଘର କେଉଁ ଦିଗକୁ ଥିଲେ ପର଼ିବାରକୁ କ୍ଷତି ଓ ଦୁର୍ଘଟଣାର ସାମ୍ନା କରିବାକି ପଡିଥାଏ ।

1. ଶିଡି ଘରର ଦିଗ :-

ଶିଡି ଘର ଗୃହର ଦକ୍ଷିଣ – ପଶ୍ଚିମ ଦିଗ ବା ନୈରତ କୋଣ ରେ କରାଗଲେ ସବୁ ଦୃଷ୍ଟିରୁ ଭଲ ହୋଇଥାଏ । ତେଣୁ ଆପଣ ମାନେ ଗୃହର ଦକ୍ଷିଣ – ପଶ୍ଚିମ ଦିଗରେ ଶିଡି ଘର କରନ୍ତୁ ।

2. ଅନ୍ୟ ଦିଗକୁ କଲେ ଏହାର ପ୍ରଭାବ :-

ଶିଡିଘର ଯଦି ଉତ୍ତର – ପୂର୍ବ ଐଶାନ୍ୟ କୋଣରେ ହୁଏ , ତେବେ ପରିବାରକୁ ମାହାକ୍ଷତି ପ୍ରଦାନ କରିଥାଏ । ଏଥିସହିତ ପ୍ରବଳ ଧନହାନୀ ଏବଂ ଦୁଶ୍ଚିନ୍ତା ବଢେ ଏବଂ ଏପରି ଘରେ ବ୍ୟାପାର ବାଣିଜ୍ୟ କଲେ ସର୍ବସ୍ୱ କ୍ଷତି ହୁଏ । ତେଣୁ କୌଣସି ବି ପରିସ୍ଥିତି ରେ ମଧ୍ୟ ଘରର ଉତ୍ତର – ପୂର୍ବ ବା ଐଶାନ୍ୟ କୋଣରେ ଶିଡିଘର କରନ୍ତୁ ନାହିଁ ।

ଶିଢିଘର ଯଦି ଉତ୍ତର – ପଶ୍ଚିମ ବା ବାୟବ୍ୟ କୋଣରେ ହୁଏ , ତେବେ ବା ଗୃହକର୍ତ୍ତା ବା ଘରର ମୁଖ୍ୟଙ୍କୁ ଛୋଟ ଛୋଟ ଦୁର୍ଘଟଣା ଲାଗି ରୁହେ ।

3. ଶିଢିଘର କେଉଁ ଦିଗକୁ ଉଠିବ :-

ଘରର ଶିଢି ପୂର୍ବରୁ ପଶ୍ଚିମକୁ କିମ୍ୱା ଉତ୍ତରରୁ ଦକ୍ଷିଣକୁ ଉଠିଥିବା ଉଚିତ । ଯଦି ଆପଣଙ୍କ ଶିିଢିକୁ ସିଧା ନକରାଯାଇ ପାରୁଛି ବା ଏଥିପାଇଁ ସ୍ଥାନ କମ ଥାଏ ଓ ଶିଢିକୁ ମୋଡ କରିବାକୁ ପଡେ , ତେବେ ଶିଢି ଦକ୍ଷିଣକୁ ମୋଡ ହେଲେ ଭଲ ।

4. ଶିଢି ଘର ପାହାଚ :-

ଶିଢିଘରର ପାହାଚ ଦୁଇ ଭାଗରେ ବା ଥାକରେ ବା ଶ୍ରେଣୀରେ ଥାଏ , ଯଦି ଅଧିକ ମହଲା ଘର ହୁଏ ତେବେ ପ୍ରତ୍ୟେକ ଭାଗରେ 12 ରୁ ଅଧିକ ପାହାଚ ଅର୍ଥାତ୍ ପ୍ରତ୍ୟେକ ମହଲାରେ 24 ରୁ ଅଧିକ ପାହାଚ ହେବା କଥା ନୁହେଁ ।

5.ଯେଉଁ ଘରେ ଶିଢି ଘର ଠିକ ନଥିବା କାରଣରୁ ଅନେକ ଅସୁବିଧା ହୁଏ , ଏଣୁ ଯେଉଁମାନେ ନୂଆ ଘର କରୁଛନ୍ତି ସେମାନେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ତିଆରି କରନ୍ତୁ । କିନ୍ତୁ ଯେଉଁମାନେ ଆଗରୁ ଘର କରି ସାରିଛନ୍ତି ତେବେ ଯଥା ସମ୍ଭବ ପରିବର୍ତ୍ତନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ହିଁ ଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.