Swastik Tv News Odisha

Priyanka Tips – କେତେ ବି ମୋଟା ପେଟ ଥାଉ ନା କାହିଁକି ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ମୋଟାପା ଗାଏବ ହୋଇଯିବ

0

ଆଜିକାଲି ଦୁନିଆରେ ମୋଟପଣ ଏକ କମନ ସମସ୍ୟା ହେଇ ଗଲାଣି ଆଉ ଏହାକୁ ନେଇ ଅନେକ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ।ତେବେ ପେଟର ଚର୍ବି ବଡ଼ିବା ଆଜିର ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦେଖା ଯାଉଛି ।ତେବେ ଆମର ଅବ୍ୟବସ୍ତିତ ଖାଦ୍ୟ ବ୍ୟବସ୍ଥା, ଖାଇ ସାରି ବସିବା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ଆମ ପେଟରେ ଚର୍ବି ଜମା ହେଇ ପେଟ ବାହାରକୁ ବାହାରି ଥାଏ ।

ଆଉ ଆଜିର ଲୋକମାନେ ପେଟ କମାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ, ଡାଏଟ ଆଦି ମେନଟେନ କରୁଛନ୍ତି ତେବେ ଜାଣିଛନ୍ତି ଯେତେବେଳେ ଆପଣ ଏହି ପରି କରୁଛନ୍ତି ତାହାଲେ ଏହାର ପ୍ରଭାବ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପଡିଥାଏ ।ତେବେ ବନ୍ଧୁମାନେ ଆଜି ଆମେ ଏମିତି ଗୋଟିଏ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ମାନିଲେ ଆପଣ ଖୁବ କମ ସମୟରେ ଓ ଶରୀରକୁ କ୍ଷତି ନପହଞ୍ଚାଇ ପେଟର ଚର୍ବିକୁ କମେଇ ପାରିବେ ।

ତେବେ ପ୍ରଥମେ ଆପଣ ମାନେ ଗୋଟିଏ କଥା ମନେ ରଖିବେ କି ସବୁବେଳେ ଖାଇବା ପରେ ପରେ ବସିବା କିମ୍ବା ଶୋଇବା ଉଚିତ ନୁହେଁ ଖାଦ୍ୟ ସେବନ କରିବା ପରେ ଟିକିଏ ଚାଲିବା ଉଚିତ ଆଉ ଏବେ ସେହି ଉପଚାର ବିଷୟରେ ଜାଣି ରଖନ୍ତୁ ।

ଆବଶ୍ୟକ ସାମଗ୍ରୀ:-

ବନ୍ଧୁଗଣ ଏହି ରିମେଡି ଟୀକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଉଛି:-

-ଜିରା

-ପାନ ମଧୁରୀ

-ମେଥି

-ଜୁଆଣି

ପ୍ରସ୍ତୁତି ପ୍ରଣାଳୀ:-

-ବନ୍ଧୁଗଣ ଏହି ଉପାୟ ଟି ପ୍ରସ୍ତୁତ କରିବା ବହୁତ ସହଜ ଅଟେ।ତେବେ ପ୍ରଥମେ ଆପଣ କିଛି ଜିରା,ପାନ ମଧୁରୀ,ମେଥି,ଜୁଆଣି ନିଅନ୍ତୁ ଆଉ ସେହିସବୁକୁ ଗୋଟିଏ ପେନରେ ରଖି କମ ଆଞ୍ଚରେ 6ରୁ 7 ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ଯେମିତି ସେସବୁ ବ୍ରାଉନ ରଙ୍ଗ ହେଇ ଆସିବ ।

-ଏହାପରେ ସେହି ସବୁକୁ ଭଲ କରି ଗୁଣ୍ଡ କରି ନିଅନ୍ତୁ ଆଉ ତାହାକୁ ପ୍ରତିଦିନ ଗୋଟିଏ ଚାମୁଚକୁ ପାଣିରେ ମିଶେଇ ଖାଇବା ପରେ ଖାଆନ୍ତୁ ତାପରେ ଦେଖିବେ ଧୀରେ ଧୀରେ 2 ସପ୍ତାହ ପରେ କେମିତି ଆପଣଙ୍କ ପେଟର ଚର୍ବି କମିବାକୁ ଲାଗିବ ।ତେବେ ଏହି ଗୁଣ୍ଡ ଶରୀର ପାଇଁ ବହୁତ ଉପକାରୀ ଅଟେ ।

ତେବେ ଆପଣ ମାନେ ଯଦି ନିର ପେଟର ଚର୍ବି ବଡ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି ଆଉ କେମିତି କମେଇବେ ଚର୍ବି ଉପାୟ ଖୁଜୁଛନ୍ତି ତାହେଲେ ଏହି ଉପାୟ ସବୁଠୁ ଉତ୍ତମ ଓ ଉତ୍କୃଷ୍ଟ ଅଟେ ।ଆଉ ଏଥିରେ ଆପଣଂକୁ ବିଶେଷ କିଛି ଖର୍ଚ୍ଚ ଓ ସମୟ ଦେବାକୁ ପଡିବ ନାହିଁ ।ତାଛଡ଼ା ଏହି ଗୁଣ୍ଡ ଶରୀରରେ ଆହୁରି ରୋଗ ପ୍ରିରୋଧକ ଶକ୍ତି ବଡେଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.