Swastik Tv News Odisha

ବାରମ୍ବାର ପରିସ୍ରା ଲାଗୁଛି କି ? ହୋଇପାରେ ଏହି ଭୟଙ୍କର ସମସ୍ୟା । Dr. Barnali Das

0

ଆମ ସମସ୍ତଙ୍କ ଶରୀର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଗୋଟିଏ ସୁସ୍ଥ ଶରୀର ଥିଲେ ଯାଇ ଆମେ ସବୁକିଛି କାର୍ଯ୍ୟ କରି ପାରିବୁ ।ତେବେ ଆଜିର ଜୀବନରେ ବଞ୍ଚିବାର ପ୍ରକ୍ରିୟା ଆଉ ଖାଦ୍ୟ ଖାଇବାର ପ୍ରକ୍ରିୟା ଏହା ଆମ ଶରୀର ଉପରେ ଖୁବ ପ୍ରଭାବ ପକେଇ ଥାଏ ।ତେବେ ବହୁତ ସମୟରେ ଆମ ଶରୀରରେ ବହୁତ ଫରକ ଦେଖିବାକୁ ମିଳିଥାଏ କିନ୍ତୁ ଆମେ ତାକୁ ସବୁବେଳେ ଅଣଦେଖା କରି ଦେଉ ।ତେବେ ଜାଣିଛନ୍ତି ଏହି ଛୋଟ ଛୋଟ ଭୁଲ ପାଇଁ ଆମେ ବହୁତ ବଡ଼ ବଡ଼ ଅସୁବିଧା ଓ ଭୟଙ୍କର ରୋଗରେ ପୀଡିତ ହେଇଥାଉ ।

ତେବେ ବହୁତ ସମୟରେ ଅନର୍କ ଲୋକ ମାନଙ୍କ ପାଖରେ ପରିସ୍ରା କୁ ଅନେକ ଅସୁବିଧା ମାନ ଦେଖିବାକୁ ମିଳିଥାଏ କିନ୍ତୁ ଆମେ ସେସବୁର କାରଣ ଜଣାଇ ନଥାଉ ।ତେବେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ପରିସ୍ରା ଥଳିର କ୍ୟାପାସିଟି 300 ରୁ 400 ml ହେଇଥାଏ ତେବେ ସାଧାରଣତଃ ଥରେ ପରିସ୍ରା ଗଲେ ଜଣେ 300 ରୁ 400 ml ପରିସ୍ରା ହେଇଥାଏ ।ତେବେ ସବୁବେଳେ ଲକ୍ଷ୍ୟ କରାଯାଏ କି ଆମେ କେତେ ପାଣି ପିଉଛୁ ଓ ସେହି ଅନୁସାରେ ପରିସ୍ରା ହେଉଛି ନା ନାହିଁ ।ଆପଣ ଯଦି ଧରିନେବେ କି ଆମେ ଯେତିକି ମାତ୍ରାରେ ପାଣି ପିଉ ତାହାର 500ml ଆମ ଶରୀର ତାର ରକ୍ଷଣ ବେକ୍ଷଣ ପାଇଁ ରଖିନିଏ ।

ଆଉ ସେହି ଅନୁସାରେ ଯଦି ଆପଣ 2500ml ପାଣି ପିଉଛନ୍ତି ତେବେ ସେଥିରୁ ଆପଣଙ୍କ ଶରୀର 500ml ରଖିନେଲା ପରେ ବାକି 2 ଲିଟର ପରିସ୍ରା ନିହାତି କରିବେ ।ଆଉ ଥରେ ପରିସ୍ରା ଗଲେ ଯଦି 300 ରୁ 350ml ପରିସ୍ରା ହେଉଛି ତେବେ ଆପଣ 6 ରୁ 7 ଥର ପରିସ୍ରା ଗଲେ ଯାଇ 2 ଲିଟର ପାଣି ବାହାରି ଯାଏ ।
କିନ୍ତୁ ବହୁତ ସମୟରେ ଜଣେ ଯେତିକି ପରିଶ୍ରା କରିବା କଥା ସେତିକି କରୁ ନାହିଁ ବା ଅଧିକ ପରିସ୍ରା ହୁଏ ତେବେ ସେତେବେଳେ ଯାଇ ଅସୁବିଧା ହେଇଥାଏ ।ବିଶେଷ କରି ଡାଇବେଟିସ ପେସେଣ୍ଟ ମାନେ ଅଧିକା ପାଣି ପିଇ ଥାଆନ୍ତି ଆଉ ସେମାନେ ଅଧିକ ପରିସ୍ରା ଯାଆନ୍ତି ଓ ଟେଷ୍ଟଷ୍ଟିରନ ବି ଏପରି ହୁଏ ।

ଏହାଛଡା ଯଦି ଆପଣ ଦେଖୁଛନ୍ତି କି ଆପଣ ଦିନ ଭିତରେ 10 ଥର ପରିସ୍ରା ଯାଉଛନ୍ତି ରାତିରେ 4 ରୁ 5ଥର ପରିସ୍ରା ଉଠୁଛନ୍ତି ତେବେ ସେହି କ୍ଷେତ୍ରରେ ଆପଣଂକୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।କାରଣ ଏହା ନର୍ମାଲ ନୁହେଁ ଆଗକୁ ଧୀରେ ଧୀରେ ଏଠି ପାଇଁ ବହୁତ ସମସ୍ୟା ଦେଖାଯିବ ତେବେ ଡାକ୍ତରଙ୍କୁ ଦେଖାଇଲେ ଏହାର ସଠିକ ଉପଚାର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.