Swastik Tv News Odisha

ଡାଇବେଟିସ ( Diabetes ) ର ସରଳ ଚିକିତ୍ସା । Dr. Abha Gupta

0

ବନ୍ଧୁମାନେ ଏବେ ସମସ୍ତେ ଗୋଟିଏ ସୁସ୍ଥ ଶରୀର ପାଇବା ପାଇଁ ହେଲେ ଭିତ କିଛି କରିବାକୁ ପଡୁଛି ।ତେବେ ଆମ ପାଖରେ ପର୍ତ୍ଜ୍ମରୁ ହିଁ ସୁସ୍ଥ ଶରୀର ରହିଥାଏ ମାତ୍ର ଦିନକୁ ଦିନ ଆମ ଖାଦ୍ୟ ଖାଇବାର ପ୍ରକ୍ରିୟା ଓ ଜୀବନଶୈଳୀ ପାଇଁ ହିଁ ଆମ ଶରୀର ଖରାପ ହେବାରେ ଲାଗିଥାଏ ।ଆଉ ଯେତେବେଳେ ଶରୀରରେ କିଛି ଅସୁବିଧା ହୁଏ ସେତେବେଳେ ଯାଇ ମନେ ପଡେ କି ଆମକୁ ବଞ୍ଚିବା ପାଇଁ ଗୋଟିଏ ସୁସ୍ଥ ଶରୀର ରହିବା ଦରକାର ତେଣୁ ଆମେ ସେତେବେଳେ ବହୁତ କିଛି ଉପାୟ ଆପଣେଇ ଥାଉ ଶରୀରକୁ ଠିକ କରିବା ପାଇଁ ।

ତେବେ ଗୋଟିଏ ସୁସ୍ଥ ଶରୀର ସବୁଦିନ ପାଇବା ପାଇଁ ହେଲେ ପ୍ରଥମେ ଆମକୁ ଖୁସି ରହିବାକୁ ହେବ ,ଦ୍ଵତୀୟରେ ଆପଣ ବାହାରୁ କିଛି ବି ତେଲ ମସଲା ଯୁକ୍ତ ଖାଦ୍ୟ ଓ ଫାଷ୍ଟ ଫୁଡ଼କୁ ଏଭେଇଡ଼ କରନ୍ତୁ ଆଉ ଶେଷରେ ସବୁବେଳେ ସକାଳେ ଓ ସନ୍ଧ୍ୟାରେ ଅଧିକ ସମୟ ନଶୋଇ କିଛି ସମୟ ଚାଲିବା ଓ ଏକ୍ସାସାଇଜ କରିବା ପରି ଶାରୀରିକ କାର୍ଯ୍ୟ କରିବା ଦରକାର ।ତାହେଲେ ଯାଇ ଆପଣଙ୍କ ଶରୀର ସବୁବେଳେ ସବୁ ପରିସ୍ଥିତି ରେ ସୁସ୍ଥ ରହିବ,ତେବେ ଆମେ ଆଜି ବିଶେଷ କ୍ତି ଜାଣିବା ମଧୁମେହ ବିଷୟରେ ।

ମଧୁମେହ କଣ ?

-ଯେତେବେଳେ ରକ୍ତରେ ସୁଗାର ଲେବୁଲ ବଡିଯାଏ ସେତେବେଳେ ଯାଇ ଆମ ଶରୀରରେ ମଧୁମେହ ହେଇଥାଏ ।ଆଉ ଏହାର ପ୍ରଭାବର ବ୍ରେନ,ଲିଭର,ହାର୍ଟ,ଲଙ୍ଗସ,କିଡନୀ ଓ ଆଖି ଉପରେ ପଡିଥାଏ ।

-ପାନକ୍ରିୟାସ ବୋଲି ଗୋଟିଏ ଗ୍ଲାଣ୍ଡ ରହିଛି ଆମ ଶରୀରରେ ତାହା ଦୁଇ ଭାଗରେ ବିଭକ୍ତ,ତେବେ ଗୋଟିଏ ଭାଗରେ ଇନସୁନିଲ ସିକ୍ରେଟ ହେଇଥାଏ ଆଉ ଗୋଟିଏ ରୁ ପ୍ରୋଟିନ ଯୁକ୍ତ ଖାଦ୍ୟ ହଜମ ପାଇଁ ସାହାଯ୍ୟ କରିଥାଏ ।ତେବେ ଇନସୁନିଲ ସବୁବେଳେ ସୁଗାର ଲେବୁଲ କୁ କୋନ୍ତ୍ରଲ କରିଥାଏ ମାତ୍ର ଯେତେବେଳେ ସେହି ଗ୍ଲାଣ୍ଡ ଖରାପ ହେଇଯାଏ ସେତେବେଳେ ଡାଇବେଟିସ ହୁଏ ।

-ଡାଇବେଟିସ 2 ପ୍ରକାରର ଟାଇପ 1 ଯାହା 30 ବର୍ଷରୁ କମ ବୟସର ଲୋକ ମାନଙ୍କ ପାଖରେ ଦେଖାଯାଇଥାଏ ଓ ଟାଇପ 2 ଯାହା 30 ବର୍ଷରୁ ଅଧିକ ବୟସର ଲୋକ ମାନଙ୍କ ପାଖରେ ଦେଖାଯାଇଥାଏ ।ତେବେ ଏସବୁ ପଛର କାରଣ ହେଉଛି କି ଆମେ ଏବେ ଆବଶ୍ୟକ ମୁତାବକ ପରିଶ୍ରମ କରୁ ନାହୁଁ ।

କଣ ଖାଇବେ ନାହିଁ ଡାଇବେଟିସ ହେଲେ:-

-ତେବେ ଯେଉଁ ମାନଙ୍କୁ ଡାଇବେଟିସ ହେଇଥାଏ ସେମାନେ ବିଶେଷ କରି ଅଧିକ ଆଳୁ,ଖମ୍ବ ଆଳୁ,ବୋଇତି କଖାରୁ,କନ୍ଦମୂଳ କମ ମାତ୍ରାରେ ବା ଜମା ଖାଇବା ଉଚିତ ନୁହେଁ ।

-ମଦ ଓ ମିଠା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବେ,ସବୁବେଳେ ଅଯଥା ଚିନ୍ତାରୁ ଦୁରେଇ ରୁହନ୍ତୁ ଦେଖିବେ ସବୁକିଛି ଠିକ ହେଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.