Swastik Tv News Odisha

ଗୋଟେ ସପ୍ତାହରେ ପେଟର ଚର୍ବି ମହମ ଭଳି ତରଳି ଯିବ – Weight loss magical drink

0

ଦର୍ଶକବନ୍ଧୁ ଆଜି ଆମେ ମାନେ ଆଲୋଚନା କରିବା ଗୋଟିଏ ଏମିତି ରେମିଡି, ଗୋଟିଏ ଏମିତି ମେଜିକାଲ ଡ୍ରିଂକ୍ସ ଯାହାକୁ ବ୍ୟବହାର କରି ଆପଣମାନେ ରହିପାରିବେ ସୁସ୍ଥ ଓ ଚର୍ବି , ମେଦବହୁଳ, କମ ବୟସରୁ ଓଜନ ବଢିଯିବା, ଥାଇରୋଏଡ଼ ଭଳି ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ପାଇବରିବେ ମୁକ୍ତି ଓ ଫିଟନେସ ରହିବା ସହିତ ନୀରାଗ ମଧ୍ୟ ରହିପାରିବେ | କାରଣ ଆମେ ମଧ୍ୟ ଜାଣିଛୁ କି ଓଜନ ଅଧିକ ହେଲେ ବା ଚର୍ବି ଆମ ଶରୀରରେ ବଢିଗଲେ ବିଶେଷ କରି ଝିଅ ଓ ସ୍ତ୍ରୀ ଲୋକମାନଙ୍କୁ ବହୁତ ପ୍ରକାରର ସମସ୍ୟାରେ ପଡ଼ିବାକୁ ହୋଇଥାଏ, ଖାଲି ସ୍ତ୍ରୀ ଲୋକମାନେ ନୁହନ୍ତି ଏହି ସମସ୍ୟାରେ ପୁରୁଷ ଲୋକମାନେ ମଧ୍ୟ ପଡିଥାନ୍ତି , ତାହେଲେ ଆସନ୍ତୁ ଆଜି ଆମେ ଜାଣିବା କେଉଁ କେଉଁ ସବୁ ଉପାୟରେ ଆମେମାନେ ନିଜ ଜୀବନରେ ଘଟୁଥିବା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବା |

ଆମେ ମାନେ ଜାଣିଛୁ ଶରୀରକୁ ସୁସ୍ଥ ରଖିବା ପାଇଁ ବେୟାମ ହିଁ ଏକମାତ୍ର ମାଧ୍ୟମ ଯାହା ଦ୍ୱାରା ଆମ ଶରୀର ଠିକ ରହିବା ସହିତ ବିଭିନ୍ନ ପ୍ରକାରର ସମସ୍ୟାରୁ ମଧ୍ୟ ମୁକ୍ତି ପାଇଥାଉ ଓ ମନବି ବେଶ ଫୁର୍ତ୍ତି ରୁହେ | ତେବେ ଆଜିକାଲି ଯୁବପିଢ଼ି ମାନଙ୍କ ପାଖରେ ବିଶେଷ ଭାବରେ ଦେଖା ଦେଇଛି ମେଡବୋହୁଳତା ପରି ସମସ୍ୟା , ବିଶେଷ କରି ଅତ୍ୟଧିକ ପରିମାଣରେ ତେଲିଆ ଖାଦ୍ୟ ଓ ଫାଷ୍ଟଫୁଡ ହେଉଛି ଏହାର ମୁଖ୍ୟ କାରଣ | ତାହା ସହିତ ବ୍ୟସ୍ତ ବହୁଳ ଜୀବନରେ ନିଜ ଦେହକୁ ପାଇଁ ସମୟ ଦେବାକୁ ବି ସମୟ ନଥାଏ , ତେଣୁ ଆଜି ଆମେ ବିନା ବେୟାମ ରେ ଓଜନ କମାଇବାର ଉପାୟ ଆସନ୍ତୁ ଜାଣିବା |

ଆବଶ୍ୟକ ଉପକରଣ :-

1)ଗୋଟିଏ କପ ପାଣି

2) ଜିରା

3) ଅଦା

4) ଲେମ୍ବୁ

5) ମହୁ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ କଢେଇରେ କିଛି ପାଣି ନେଇ ତାକୁ ଗ୍ୟାସରେ ଗରମ କରିବା | ତାପରେ ସେଥିରେ ଗୋଟିeଏ ଚାମଚ ଜିରା ସେଥିରେ ଆଡ କରିବା , ତାପରେ ସେଥିରେ କିଛି ଅଦା ଛୋଟ ଛୋଟ କରି ପକାଇବା ଓ ତାକୁ ପାଣିର ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଫୁଟାଇବା ଯେମିତି ପାଣିର ରଙ୍ଗ କମଳା ରଙ୍ଗ ହୋଇଯିବି, ତାପରେ ପାଣିଟି ପ୍ରସ୍ତୁତ ହେଲା ପରେ କଢେଇକୁ ତଳକୁ କାଢି ଫୁଟିଥିବା ପାଣିକୁ ଛାଣିଦେବା ଓ ପାଣି ତକ ଉଷୁମ ହେଲା ପର୍ଯ୍ୟନ୍ତ ତାକୁ ଛାଡ଼ିଦେବା ଓ ପରେ ସେଥିରେ ଗୋଟିଏ ଲେମ୍ବୁର ଅଧେ ଓ ଗୋଟିଏ ଚାମାଚ ମହୁ ମିଶାଇବା

ତାପରେ ପସ୍ତୁତ ହୋଇଥିବା ପାଣିକୁ ପିଇବା, ଏହିପରି ଦିନକୁ ଦୁଇଥର ପିଇବାକୁ ହେବ , ବିଶେଷ କରି ଏହି ପାଣିକୁ ସକାଳେ ଖାଦ୍ୟ ଖାଇବା ପୂର୍ବରୁ ନିଦରୁ ଉଠି ପିଇବା ପାଇଁ ପଡିବ | ତାପରେ ମାଧ୍ୟାର୍ହ୍ନ ରେ ଖାଇବାର ତିନି ଚାରି ଘଣ୍ଟା ପରେ ଏହିପରି ଭାବରେ ଖାଲିପେଟରେ ପିଇବା ପାଇଁ ପଡିବ | ଯାହାକୁ ଆମ ଓଜନ କମାଇବା ସହିତ ଆମ ଶରୀରରେ ଥିବା ଚର୍ବିକୁ ମଧ୍ୟ କମେଇଥାଏ | ଯାହା ଆମକୁ ସୁସ୍ଥ ରଖିଥାଏ ଏହିପରି ଭାବରେ ଯଦି ଆମେ ସବୁଦିନ ପିଇବା ତାହେଲେ ନିଜେ ଆମେ ଜାଣିପାରିବା ଆମର କଣ ଲାଭ ହେଉଛି |

ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଜିର ଏହି କର୍ମ ବହୁତ ସମୟର ସ୍ୱଳ୍ପତା ଜୀବନରେ ଏହି ଭଳି କିଛି କମ ଖର୍ଚ୍ଚରେ ବିନା ପରିଶ୍ରମରେ ଏହି ଟିପ୍ସକୁ ଆପଣାଇଲେ ଓଜନ କମାଇବା ସହିତ ଶରୀରରେ ବଢ଼ୁଥିବା ଚର୍ବିକୁ ମଧ୍ୟ କମାଇପାରିବା, ତାହେଲେ ଦର୍ଶକବନ୍ଧୁ ଆସନ୍ତୁ ଏହି ରେମିଡି କୁ ଆମେ ସମସ୍ତେ ଘରେ ପ୍ରସ୍ତୁତ କରିବା ଓ ଏହି ଭଳି ସମସ୍ୟାର ସମାଧାନ କରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.