Swastik Tv News Odisha

ମନେ ପଡେ ଅରିନ୍ଦମ ଭାଇ Video Song || Aridam Bhai Miss you …. ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ମୁଣ୍ଡୁଳି ଠାରେ ହାତୀକୁ ଉଦ୍ଧାର କରିବା ସମୟରେ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ରାୟଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଭାଙ୍ଗି ପଡ଼ିଥିଲା ସାରା ଓଡ଼ିଶା। ଆଉ ଏହି ସମୟରେ ଗୀତରେ ଗୀତରେ ସାମ୍ବାଦିକ ଅରିନ୍ଦମ୍ ଦାସ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଜଣେ ଯୁବ ଗାୟକ। ତାଙ୍କର ଏହି ନିଆରା ପଦକ୍ଷେପ ବହୁତ୍ ସୁନ୍ଦର୍ ହୋଇଛି। ଯୁବ ସାମ୍ୱାଦିକ ଙ୍କୁ ସେ ଗୀତରେ ଗୀତରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଏହି ଗୀତଟି ବହୁତ୍ ସୁନ୍ଦର୍ ହୋଇଛି।ସେ ଏହି ଗୀତରେ ବୋଟ ଟ୍ରାଜେଡି ର ପୂରା ଘଟଣାକୁ କଣ୍ଠରେ ସଜାଇ ଛନ୍ତି। ଯାହାକୁ ଶୁଣିଲେ ହୃଦୟ ଫାଟିଯିବା ଭଳି ଲାଗୁଛି।

ସହି ହେଉନାହିଁ ଏ ଘଟଣାର ଦୁଃଖଦ ମୁହୂର୍ତ୍ତକୁ ଏବଂ ଭୁଲି ହେଉନାହିଁ ସେଦିନର ସେହି ଛାତିଥରା ଘଟଣାକୁ। ଆପଣ ଜାଣିଛନ୍ତି ଏହି ଘଟଣା ପରେ ପଲ୍ଲୀ ରୁ ଦିଲ୍ଲୀ, ନୂଆପଡ଼ା ରୁ ନୂଆଦିଲ୍ଲୀ ସବୁଠାରେ ଦେଖିବାକୁ ମିଳିଥିଲା ଯୁବ ସାମ୍ବାଦିକ ଏବଂ ଯବାନ ସୀତାରାମ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା।ଲୋକପ୍ରିୟ ସାମ୍ୱାଦିକ ଙ୍କ ପାଇଁ ଆୟୋଜନ ହୋଇଥିଲା ଅନେକ ଶ୍ରଦ୍ଧାଞ୍ଜଳି ସଭା। ସମସ୍ତ ତାଙ୍କୁ ମନେ ପକାଉଛନ୍ତି ଆଉ ସେହି ପୁରୁଣା ସ୍ମୃତିକୁ ଭାବି ଅଧର୍ୟ୍ଯ ହୋଇ ପଡ଼ୁଛନ୍ତି।ନିଜ କର୍ତ୍ତବ୍ୟକୁ ପ୍ରତିପାଦନ କରିବାକୁ ଯାଇ ପାଣି ଭିତରକୁ ଯାଇ ନିଜ ଜୀବନ ଦେଇଥିବା ଅରିନ୍ଦମ ଙ୍କ ପାଇଁ ସମସ୍ତେ ଦୁଃଖିତ ଏବଂ ମର୍ମାହତ।

ତେବେ ଜଣେ ସାହସୀ, ନିର୍ଭିକ, ସଚ୍ଚୋଟ ସାମ୍ବାଦିକ ଭାବେ ବେଶ୍ ପରିଚିତ ଥିଲେ ଅରିନ୍ଦମ ଦାସ୍। କୌଣସି ପ୍ରତିକୂଳ ପରିସ୍ଥିତି ତାଙ୍କୁ ଏବଂ ତାଙ୍କର କାମକୁ ଅଟକାଇ ପାରୁ ନଥିଲେ। ନିଜର ବୃତ୍ତି କୁ ନିଜର ଶ୍ରେଷ୍ଠ କର୍ମ ଭାବି ସେ ସବୁବେଳେ ଏହାକୁ ଅଧିକ ଗୁରୁତ୍ବ ଦେଉଥିଲେ।ଆଉ ଏଥିପାଇଁ ରିସ୍କ ନେଇ ସବୁବେଳେ କିଛି ଏକ୍ସଟ୍ରା କରିବାକୁ ସବୁବେଳେ ସାହସର ସହିତ ଆଗକୁ ଆସୁଥିଲେ ଏହି ଦୁଃସାହାସିକ ସାମ୍ୱାଦିକ। ତେବେ ତାଙ୍କ ଭଳି ସମାନ ଭାବରେ ଓଡ଼୍ରାଫ ଯବାନ ସିତାରାମ ମୂର୍ମୁ ଙ୍କ ପାଇଁ ମଧ୍ୟ ଲୋକଙ୍କ ମନରେ ସେତିକି ସମବେଦନା ରହିଛି ଏବଂ ଲୋକେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା ବି କରୁଛନ୍ତି।

ଅନେକ ଲୋକ ସେମାନଙ୍କ ଦୁଇଜଣଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା କରୁଥିବା ବେଳେ ଏବେ ଜଣେ ଗୀତିକାର ଏହି ବୋଟ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଅରିନ୍ଦମ ଦାସଙ୍କ ପାଇଁ ଏକ ସଙ୍ଗୀତ ଗାଇଛନ୍ତି।ଅରିନ୍ଦମ ଙ୍କ ସାମ୍ବାଦିକତା ଜୀବନ, ତାଙ୍କର ଲୋକପ୍ରିୟତା କିଭଳି ଆଜିବି ଜୀବିତ ରହିଛି ତାକୁ ସେ ଏ ଗୀତ ମାଧ୍ୟମରେ କହିଛନ୍ତି। ତେବେ ଏହି ଗୀତକୁ ଗାଇଛନ୍ତି ଗାୟକ ମାନସ କୁମାର ଏବଂ ସେ ଗୀତର ମ୍ୟୁଜିକ ମଧ୍ୟ କରିଛନ୍ତି।ଏହି ଗୀତର ଲିରିକ୍ସ କରିଛନ୍ତି ରୁଦ୍ର ଭଟ୍ଟ। ଗାୟକ ମାନସ କୁମାର ଏତେ ସୁନ୍ଦର ସ୍ୱରରେ ଗାଇଛନ୍ତି ତାହା ଆପଣ ଶୁଣିଲେ ନିଶ୍ଚିତ ଭାବ ବିହ୍ୱଳ ହୋଇ ପଡ଼ିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.