Swastik Tv News Odisha

କେଶ ଝଡ଼ିବା ସମସ୍ୟା – କାରଣ ଓ ନିରାକରଣ | Dr. A. Akilambal

0

ଆଜିର ଦୁନିଆରେ କେଶକୁ ନେଇ କାହା ପାଖରେ ବା ସମସ୍ୟା ନାହିଁ, ଘରେ ଘରେ ଚୁଟି ଝଡ଼ିବା ଏକ ସାଧାରଣ କାରଣ ହେଇ ଗଲାଣି ।ତେବେ କଣ ଆପଣ ଜାଣିଛନ୍ତି କି ଚୁଟି କାହିଁକି ଝଡ଼ିଥାଏ ଏହା ପଛରେ କଣ ସବୁ କାରଣ ରହିଛି ଆଉ ସେଥରୁ କେମିତି ମୁକ୍ତି ପାଇବେ ।ତେବେ ଆସନ୍ତୁ ଆଜି ଜାଣିବା ଏ ନେଇ ସମସ୍ତ ସୂଚନା ।

ଚୁଟି ଝଡ଼ିବାର କାରଣ:-

-‘ଷ୍ଟ୍ରେସ’ ତେବେ ଆଜିର ବ୍ୟସ୍ତ ଜୀବନ ଭିତରେ ମଣିଷ ବହୁତ ସମୟରେ ଷ୍ଟ୍ରେସ ନେଉଛି ଆଉ ଏହାର ପ୍ରଭାବ ଧୀରେ ଚୁଟି ଉପରେ ଦେଖିବାକୁ ମିଳିଥାଏ ଓ ଚୁଟି ଝଡ଼ିବା ଆରମ୍ଭ ହେଇଥାଏ ।

-ଭିଟାମିନ ମିନେରଲ ଅଭାବ ହେଲେ ବି ଚୁଟି ଝଡ଼ିବା ଆରମ୍ଭ ହେବା ସହିତ ଚୁଟି ଦୁର୍ବଳ ବି ହେଇ ଯାଏ ।

-ଯେନେଟିକ ବା ବଂଶାନୁଗତ ଯେଉଁ ମାନଙ୍କର ପୂର୍ବ ପୁରୁଷ ମାନଙ୍କର ଚୁଟି ନଥିବ ବା ଚନ୍ଦା ଥିବେ ତେବେ ସେହି ଗୁଂ ଗୁଡିକ ତାଙ୍କର ପରବର୍ତୀ ପିଡ଼ି ପାଖରେ ଦେଖିବାକୁ ମିଳିଥାଏ ।ତେବେ ଏବେ ଏହା 15ରୁ 20 ବର୍ଷରେ ପିଲାଙ୍କ ପାଖରେ ଦେଖା ଯାଉଚିତ ମାତ୍ର ଆଗରୁ ଏପରି30 ବର୍ଷରେ ଦେଖା ଯାଉଥିଲା ।

-ହର୍ମୋନାଲ ଇମବେଲେନ୍ସ,ତେବେ ଯେତେବେଳେ ଶରୀରରେ ହର୍ମୋନାଲ ଇମବେଲେନ୍ସଭୁଏ ସେତେବେଳେ ଚୁଟି ଝଡ଼ିବା ଆରମ୍ଭ ହୁଏ ।ଯେପରି ପ୍ରେଗନେନ୍ସି ସମୟରେ ମହିଳାଙ୍କ ଚୁଟି ଝଡ଼ିଥାଏ ।

କେଉଁ କେଉଁ କାରଣ ଚୁଟି ଝଡ଼ିବାର କାରଣ ନୁହେଁ…

-ପ୍ରଥମେ ତ ରୂପି ପାଇଁ ଚୁଟି ଝଡ଼ିଥାଏ ନଥାଏ, ଯେତେବେଳେ ମୁଣ୍ଡରେ ଅଧିକ ରୂପି ହୁଏ ସେତେବେଳେ ବହୁତ କୁଣ୍ଡେଇ ହୁଏ ଆଉ ଯେଉଁଥି ପାଇଁ କିଛି ଚୁଟି ଝଡ଼ିଥାଏ ମାତ୍ର ନହେଲେ ଏଥିରେ ଚୁଟି ଝଡି ନଥାଏ ।

-ଆଉ ସେମ୍ପୁ କେଵବି ଚୁଟି ଝଡ଼ିବାର କାରଣ ନୁହେଁ ତେବେ ଅଧିକା ସେଂପୁ ବ୍ୟବହାର କଲେ ଚୁଟି ଅଧାରୁ କଟି ଯାଏ ।

କେମିତି ମୁକ୍ତି ପାଇବେ ଚୁଟି ଝଡ଼ିବା ସମସ୍ୟାରୁ….

-ତେବେ ସାଧାରଣତଃ ଦିନକୁ 20 ରୁ 30 ଟି ଚୁଟି ଝଡ଼ିବା ନର୍ମାଲ ଅଟେ ମାତ୍ର ଯେତେବେଳେ ଦିନକୁ ଚୁଟି 100 ରୁ ଅଧିକ ଛଡିଥାଏ ଆଉ ଏହା ସବୁଦିନ ହେଉଥାଏ ତେବେ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

-ତେବେ ଡାକ୍ତର ମାନେ ବିଭିନ୍ନ ଚିକିତ୍ସା କରିଲା ପରେ ଆପଣଂକୁ କିଛି ମେଡ଼ିସିନ ଦେଇ ଥାଆନ୍ତି ।ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ଅଟେ ତେଣୁ କେବେ ଏହି ଟ୍ରିଟମେଣ୍ଟ ଅଧାରୁ ଛାଡିବେ ନାହିଁ ।ଯେତେବେଳେ ମେଡ଼ିସିନ କାମ ନ କରେ ସେତେବେଳେ ଲେଜର ଲାଇଟ ଓ ପ୍ଲାଜ୍ମା ଥେରାପି ପରି ଚିକିତ୍ସା ବି ରହିଛି ।

ଶେଷରେ ଏତିକି ଜାଣି ରଖନ୍ତୁ କି ଚୁଟି ଝଡ଼ିବାକୁ ନେଇ ଅଧିକ ଚିନ୍ତିତ ରୁହନ୍ତୁ ନାହିଁ ନହେଲେ ଚୁଟି ଆହୁରି ଝଡ଼ିବ ଆଉ ସବୁବେଳେ ବାହାର ଫାଷ୍ଟ ଫୁଡ଼ ଖାଇବାକୁ ଏଡାଇ ସୁଷମ ଖାଦ୍ୟ ସବୁଜ ପନିପରିବା ଖାଇଲେ ଚୁଟିରେ କିଛି ବି ସମସ୍ୟା ଦେଖାଯିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.