Swastik Tv News Odisha

ହାତରୁ ଲିଭି ନାହିଁ ମେହେନ୍ଦୀ କି ପାଦରୁ ଛାଡି ନାହିଁ ଅଳତା ପୋଛିଗଲା ସିନ୍ଦୁର ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ପାଦତଳୁ ମାଟି ଖସି ଯିବ – ଦେଖନ୍ତୁ ଭିଡିଓ

0

ବର୍ତ୍ତମାନ ରାଜ୍ୟ ରେ ବିଭିନ୍ନ ହସ୍ପିଟାଲ୍ ରେ ରୋଗୀ ଙ୍କ ଜୀବନ ସହିତ ଚାଲିଛି ଖେଳ । ଡାକ୍ତର ମାନେ ନିଜ ଖାମଖିଆଲି ପାଇଁ ରୋଗୀ ଙ୍କ ଜୀବନ ଚାଲିଯାଉଛି । ଜୀବନ ର ଖେଳ ବି ସତେ କେମିତି , ଯାହାକୁ ଆପଣ ସବୁ ଠାରୁ ବେଶୀ ଭଲ ପାଉଥିବେ ସେ ହିଁ ଅଧା ବାଟ ରେ ଛାଡି ଚାଲିଯିବ । ସତେ ! କି ବିଚିତ୍ର ଏ ଦୁନିଆ । ଏଇ ପୃଥିବୀ ରେ ଜୀବନ ରହିଛି ମାନେ ମୃତ୍ୟୁ ସୁନିଶ୍ଚିତ ।

ଦେବତା ହେଲେ ମଧ୍ୟ ମୃତ୍ୟୁ ନିଶ୍ଚିତ , ମନୁଷ୍ୟ ତ କେବଳ ମାତ୍ର । କିନ୍ତୁ ଯେଉଁ ପରିବାର ରେ ଯାହାର ମୃତ୍ୟୁ ହୁଏ , ନିଜ ଲୋକ ଙ୍କୁ ହରେଇବା କେତେ ଦୁଃଖ ତାହା ସେହିମାନେ ହିଁ ଜାଣିଥାନ୍ତି । ତେବେ ମାତ୍ର ଦଶ ବାର ଦିନ ତଳେ ବିବାହ ସୂତ୍ର ରେ ବନ୍ଧା ହୋଇଥିବା ଦମ୍ପତ୍ତି , ଆଜି ସ୍ତ୍ରୀ କୁ ହରାଇଛି ସେହି ପରି ଏକ ହସ୍ପିଟାଲ୍ ରେ ଡାକ୍ତର ଙ୍କ ଖାମଖିଆଲି ପାଇଁ ।

ଅନେକ ହସ୍ପିଟାଲ୍ ରେ ବିଭିନ୍ନ ପ୍ରକାର ଜାଲିଆତି କାର୍ଯ୍ୟ ହେଉଥିବା ଆମ ନଜର କୁ ମଧ୍ୟ ଆସିଥାଏ । ବିଶେଷ କରି ପ୍ରାଇଭେଟ୍ ହସ୍ପିଟାଲ୍ ଗୁଡ଼ିକ ରେ ରୋଗୀ ଙ୍କ ପରିବାର ବର୍ଗ ର ଲୋକ ମାନ ଙ୍କ ରକ୍ତ ନିଗାଡି ସେମାନଙ୍କ ଠୁ ପଇସା ନିଆ ଯାଇ ଥାଏ । ତେବେ ବର୍ତ୍ତମାନ ଏକ ଅଭିଯୋଗ ଆସିଛି ସେପରି ଗୋଟିଏ ହସ୍ପିଟାଲ୍ ଓ ଡକ୍ଟର ଙ୍କ ନାମ ରେ ।

ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସ୍ପିଟାଲ୍ ନାମ ରେ ଆସିଛି ସଙ୍ଗୀନ ଅଭିଯୋଗ । ସେଠାରେ ଥିବା ଡ଼ାକ୍ତର ଡ଼ଃ ସଞ୍ଜୟ ପଣ୍ଡା ଭୁଲ୍ ଇଞ୍ଜେକ୍ସନ ଦେଇ ରୋଗୀ ଙ୍କ ପ୍ରାଣ ନେଇଯିବା ଅଭିଯୋଗ କରିଛନ୍ତି ରୋଗୀ ଙ୍କ ପରିବାର ବର୍ଗ ଲୋକ ମାନେ । ଅଭିଯୋଗ ରହିଛି ଯେ ଜଣେ ମହିଳା ଙ୍କ ଶରୀର ସାମାନ୍ୟ ଖରାପ ହେବାରୁ ପରିବାର ବର୍ଗ ବିବେକାନନ୍ଦ ହସ୍ପିଟାଲ୍ ରେ ଖବର ଦେଇ ମହିଳା ଙ୍କୁ ନେଇ ଆସିଥିଲେ ।

ସେ ସୁସ୍ଥ ଥିଲେ ଓ ନିଜ ପାଦ ରେ ଚାଲି ଚାଲି ଯାଇଥିଲେ ହସ୍ପିଟାଲ୍ କୁ । କିନ୍ତୁ ସେହି ଡାକ୍ତର କଣ ଭୁଲ୍ ଇଞ୍ଜେକସନ୍ ଦେଇଥିଲେ । ତା ପରେ ମହିଳା ଜଣକ ଛାଟିପିଟି କଷ୍ଟ ଅନୁଭବ କରିଥିଲେ ସଙ୍ଗେସଙ୍ଗେ । ରୋଗୀ ଙ୍କ ସମ୍ପର୍କୀୟ ଯାଇ ଡାକ୍ତର ଙ୍କୁ ଡାକିବାକୁ ଗଲା ବେଳେ ଆଉ କୌଣସି ଡାକ୍ତର ବା ନର୍ସ ଆସିନଥିଲେ ।

ଇଞ୍ଜେକ୍ସନ ଦେବା ର ପାଞ୍ଚ – ଦଶ ମିନିଟ ଭିତରେ ମହିଳା ଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ତେବେ ଏ ନେଇ ଅଭିଯୋଗ କରିବା ପରେ କର୍ତ୍ତୃପକ୍ଷ ଶୁଣିନଥିଲେ । ଓଲଟି ସେହି ହସ୍ପିଟାଲ୍ ର ସିକୁରିଟି ରୋଗୀ ଙ୍କ ଭାଇ ଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗ ରହିଛି । ତେବେ ପରିବାର ବର୍ଗ ତାଙ୍କୁ ହରାଇ ଅନେକ ମର୍ମାହତ ହୋଇଛି ।

ଏପରି ଘଟଣା ପରେ ସେଠାରେ ଲୋକ ମାନେ ମଧ୍ୟ କ୍ଷୁବ୍ଧ ହୋଇଥିବା ଦେଖା ଦେଇଛି । ପୋଲିସ ପ୍ରଶାସନ କୁ ନିନ୍ଦା କରିଛନ୍ତି ସମସ୍ତେ । ଏହି ଘଟଣା ଘଟିବା ପରେ ପୋଲିସ ମଧ୍ୟ ସେଠାରେ ପହଞ୍ଚିନାହି କିମ୍ୱା ସେହି ଡାକ୍ତର ଓ ହସ୍ପିଟାଲ୍ କର୍ମଚାରୀ ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଯଦି ଏହିପରି ଭାବେ ଡାକ୍ତର ମାନେ ହେବେ , ତାହେଲେ ତ ରୋଗୀ ଙ୍କ ଜୀବନ ଯିବା ନିଶ୍ଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.