Swastik Tv News Odisha

ମୋ ମୋଟି ପତଳୀ କେମିତି ହେଲା ” Chhati Tale Ding Dong ” … ଭିଡ଼ିଓ ଦେଖିଲେ ଆପଣ ବି ହେବେ ତାଯୁବ….

0

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅନେକ ଦମଦାର ଅଭିନୟ ର ଝଲକ ତ ଆପଣ ତାଙ୍କର ଅନେକ ଫିଲ୍ମ୍ ରେ ଦେଖିବାକୁ ପାଇଥିବେ। ସେହିପରି ତାଙ୍କର ଏକ ଫିଲ୍ମ୍ ରହିଛି ଯେଉଁ ଫିଲ୍ମ ରେ ତାଙ୍କର ଏକ ଭିନ୍ନ ଧରଣର ଅଭିନୟ ଆପଣ ଦେଖିବାକୁ ପାଇବେ।ସେହି ଫିଲ୍ମ୍ ଟି ହେଉଛି ଛାତି ତଳେ ଡିଙ୍ଗ ଡଙ୍ଗ।ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ଏବଂ ତାଙ୍କର ଚରିତ୍ର କିଛି ଏପରି ପ୍ରକାରର ଯାହା ଆପଣଙ୍କୁ ଟିକେ ଭିନ୍ନ ସ୍ୱାଦର ମନୋରଂଜନ ଦେବ। ଆପଣ ତ ଜାଣିଛନ୍ତି ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଏବେବି ତାଙ୍କର ଲୋକପ୍ରିୟତା ସେମିତି ରହିଛି ଯେପରି ଆଗରୁ ରହିଥିଲା।ତେବେ ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ସିନେମାରେ ସେ ତାଙ୍କର ଚରିତ୍ରକୁ ବେଶ୍ ନିଖୁଣ ଭାବରେ ଲିଭାଇ ଥାଆନ୍ତି। ତେବେ ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି।

ଅନେକ ଆଗଧାଡ଼ିର ନାୟକଙ୍କ ସହିତ ସେ ତାଙ୍କର ବହୁତ୍ ହିଟ୍ ଫିଲ୍ମ ସବୁ ଦର୍ଶକଙ୍କୁ ଭେଟି ଦେଇଛନ୍ତି।ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କେବଳ ଅଭିନୟ ଜଗତ ସହ ସେ ଜଡ଼ିତ ନାହାଁନ୍ତି ବରଂ ଅନେକ ପ୍ରକାର ସମାଜସେବା ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଭଳି କାମ ସେ କରିଥାନ୍ତି ଏବଂ ଏଥିପାଇଁ ବହୁତ୍ ପ୍ରଶଂସା ମଧ୍ୟ ସେ ସାଉଁଟି ଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଙ୍କ ଅନେକ ଫିଲ୍ମ୍ ରହିଛି ଯାହା ବହୁତ୍ ସୁପରହିଟ ହୋଇଛି। ସେହିଭଳି ଏହି ଫିଲ୍ମ୍, ଛାତି ତଳେ ଡିଙ୍ଗ ଡଙ୍ଗ ଫିଲ୍ମଟି ଏକ ଭିନ୍ନ ସ୍ୱାଦର ଅଟେ। ଯେଉଁଠି ନାୟକ ରହିଛନ୍ତି ସବ୍ୟସାଚୀ ଏବଂ ସନ୍ଦୀପ।

ଏହି ଫିଲ୍ମ୍ ର ଏକ ଦୃଶ୍ୟରେ ସନ୍ଦୀପ ଯେତେବେଳ ବର୍ଷାକୁ ଦେଖିବାକୁ ଆସନ୍ତି ସେତେବେଳେ ପୁଅ ଝିଅ ଉଭୟଙ୍କୁ ଏକାକୀ କଥା ହେବା ପାଇଁ, ପରସ୍ପରକୁ ଜାଣିବା ପାଇଁ ବାହାରକୁ ଯିବାକୁ ପଡୁଛି। ଆଉ ଏହି ସମୟରେ ସେମାନେ ଏକ ସପିଙ୍ଗ ମଲ୍ ଭିତରକୁ ଯାଉଛନ୍ତି। ସନ୍ଦୀପ ଏବଂ ବର୍ଷା କଥା ହେବା ସମୟରେ ସବ୍ୟସାଚୀ ତାଙ୍କୁ ଦେଖି ନେଉଛନ୍ତି ଏବଂ ସେ ହଠାତ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ସେ ବର୍ଷାକୁ ଯେମିତି ମୋଟି ଦେଖିଥିଲେ, ସେମିତି ସେ ଆଉ ନଥିଲେ। ବର୍ଷା ପତଳା ଦେଖା ଯାଉଥିଲେ। ଆଉ ଏହାକୁ ଦେଖି ସବ୍ୟସାଚୀ କହୁଛନ୍ତି ମୋ ମୋଟି ପତଳୀ କେମିତି ହେଲା।ଏହି ମଜାଦାର ଦୃଶ୍ୟକୁ ଦେଖିଲେ ଆପଣ ବି ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.