Swastik Tv News Odisha

ଗର୍ଭ ନ ରହିବା ର ପ୍ରମୁଖ କାରଣ ଓ ଏହାର ସମାଧାନ – infertility & its cure

0

1.ବୟସ:-
ଗର୍ଭ ଧାରଣ ପାଇଁ ଗୋଟିଏ ଉପଯୁକ୍ତ ବୟସ ର ସୀମା ରହିଛି ଆଉ ସେହି ବୟସର ସୀମା ପାର କଲେ ଗର୍ଭଧାରଣ କରିବାରେ ଅସୁବିଧା ହେଇଥାଏ ।ତେବେ ନାରୀ ମାନଙ୍କ ପାଇଁ କନସିଭ କରିବା ପାଇଁ ବୟସ ସୀମା 35 ରହିଥିବା ବେଳେ ପୁରୁଷ ମାନଙ୍କ ପାଇଁ କନସିଭ କରିବା ପାଇଁ ବୟସ ସୀମା 40 ହେଇଥାଏ ।ତେବେ ନାରୀର ବୟସ ବଡିବା ସହିତ ତାଙ୍କର ଅଣ୍ଡା ତିଆରି ହେବାର ମାତ୍ରା କମି ଯାଇଥାଏ ଆଉ ପୁରୁଷ ବୟସ ବଡିବା ସହିତ ତାଙ୍କର ସ୍ପର୍ମ ର କ୍ବାଲିଟି ଓ କ୍ବାଣ୍ଟିଟି କମିଯାଏ ।ଆଉ ଏଥିରେ କନସିଭ କରିବାରେ ଅସୁବିଧା ହେଇଥାଏ,ତେବେ କନସିଭ କରିବା ପାଇଁ ଗୋଟିଏ ଭଲ କ୍ବାଲିଟିର ସ୍ପର୍ମ ଓ ଭଲ କ୍ବାଲିଟିର ଅଣ୍ଡା ହେବା ଦରକାର ଆଉ ଏହା ଗୋଟିଏ ଠିକ ବୟସରେ ମିଳିପାରେ ।ତେବେ ଯେତେବେଳେ ବି ଆପଣ 35 ଓ 40 ପରେ କନସିଭ କରିବା ପାଇଁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

2.ନୋ ଓଭଲେଶନ:-

କନସିଭ କରିବା ପାଇଁ ହେଲେ ସ୍ତ୍ରୀର ଅଣ୍ଡା ଓ ପୁରୁଷ ସ୍ପର୍ମ ଦରକାର ମାତ୍ର ବହୁତ ସମୟରେ ସ୍ତ୍ରୀ ମାନଙ୍କର ଏଗ ରିଲିଜ ବା ଓଭଲେଶନ ହୁଏ ନାହିଁ ।ଆଉ ଏହାକୁ ଏନ ଓଭଲେଶନ କୁହାଯାଏ, ତେବେ ଏପରି ହେବାର କାରଣ ହେଉଛି ଇରେଗୁଲର ପିରିୟଡ଼ ହେବା ଓ ଟାଇମିଂ ରେ ଗଡ଼ବଡ଼ ହେବା ଅଟେ ।ଆଉ ଏହି କେଶ ଗୁଡିକରେ ଓଭଲେଶନ ହୁଏ ନାହିଁ, ତେବେ ଏହା ପଛରେ ବି ଅନେକ କାରଣ ରହିଛି ।ସେହି କାରଣ ଗୁଡିକ ହେଉଛି..

-ଥାଇରଡ଼ ଡିସଫଙ୍ଗସନ

-PCOS/PCOD

-ଅଧିକ ବା କମ ଓଜନ

-Prolactin Hormone

-Primary Ovarian Inefficiency

ତେବେ ଏହାର ସମାଧାନ ବି ରହିଛି ତେଣୁ ସେଥିପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର ।

3.ଇନ ଫୋଟିଲେଟି ଇନ ମେଲ:-

ପୁରୁଷ ମାନଙ୍କ ପାଖରେ ଏହି ସମସ୍ୟା 20 ତୁ 30 ପ୍ରତିଶତ ଓ 20 ରୁ 30 ଭାଗ ପୁରୁଷ ମାନଙ୍କ ପାଖରେ ଦେଖାଯାଇଥାଏ ।ଏଥରେ ପୁଅକୁ କିଛି ରୋଗ ହେଲେ ବା ମେଡ଼ିସିନ ବା ଅଧିକ ବୟସ ହେଲେ ବି ଏହି ସମସ୍ୟା ଦରଖାଯାଏ ଆଉ ଏଥିରେ ସେମିତି କିଛି ସଂଙ୍କେତ ଦେଖାଯାଏ ନାହିଁ ।

4.ଫେଲ ପିଅନ ଟ୍ୟୁବ ବ୍ଳକେଜ:-

ଫେଲ ପିଅନ ଟ୍ୟୁବ ଦେଇ ଅଣ୍ଡା ଗର୍ଭାଶୟ ଭିତରକୁ ଯାଇଥାଏ ଆଉ ସେଠାରେ ଅଣ୍ଡା ଓ ସ୍ପର୍ମ ର ମିଳନ ହେଇଥାଏ ।ତେବେ ଯେତେବେଳେ ସେହି ଫେଲ ପିଅନ ଟ୍ୟୁବରେ ବ୍ଳକେଜ ରହିଥାଏ ସେତେବେଳେ କନସିଭ କରିବାରେ ଅସୁବିଧା ହୁଏ ।
ମହିଳାଙ୍କ ର ଦୁଇଟି ଫେଲ ପିଅନ ଟ୍ୟୁବ ରହିଥାଏ ତେବେ ଗୋଟିଏ ଟ୍ୟୁବ ବ୍ଳକେଜ ଥିଲେ ତାର ଚିକିତ୍ସା ଅଛି ମାତ୍ର ଦୁଇଟିରେ ବ୍ଳକେଜ ଥିଲେ ସର୍ଜରି କରିବାକୁ ପଡେ ।ତେବେ ଏହି ବ୍ଳକେଜ ହେବାର ବି କାରଣ ରହିଛି ..

-PID

-STD

-Uterine infection

5.ଏଣ୍ଡୋମେଟ୍ରିଅସିସ:-

ଏଣ୍ଡୋମେଟ୍ରିଅମ ଟିସୁ ଶରୀରରେ ବଡ଼ିଲେ ବି କନସିଭ ରେ ଅସୁବିଧା ହୁଏ ତେବେ ଏହାର ଲକ୍ଷଣ ହେଉଛି ପିରିୟଡ଼ ବେଳେ ପେଟ ଅଧିକ ଯନ୍ତ୍ରଣା ହେବା,ଓ ପିରିୟଡ଼ ନହେଲେ ବି ପେଟ ଅଧିକ ଯନ୍ତ୍ରଣା ହେବା ।

6.Deformative in Female Reproductive System

ଏହା ଜନ୍ମରୁ ହିଁ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥାଏ ।

7.ଡାଇବେଟିସ, ଅଧିକ ଷ୍ଟ୍ରେସ ନେଲେ, ଅଧିକ ମେଡ଼ିସିନ ଖାଉଥିଲେ ବି କନସିଭରେ ପ୍ରବ୍ଲେମ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.