Swastik Tv News Odisha

“H” ଅକ୍ଷର ପାଇଁ କ୍ୟାରିୟର ହୋଇଗଲା ବରବାଦ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ହେବେ ଦୁଖିତଃ…

0

ଶିକ୍ଷା ମଣିଷ କୁ ବଂଚିବା ପାଇଁ ଏକ ରାହା ଦେଇଥାଏ ।ଆମ ସମ୍ବିଧାନ ଅନୁସାରେ ଶିକ୍ଷା ହେଉଛି ଜଣେ ବ୍ୟକ୍ତି ର ଜନ୍ମ ଗତ ଅଧିକାର ଏହାକୁ ତା ଠାରୁ କେହି ବି ଛଡେଇ ପାରିବେ ନାହିଁ। କିନ୍ତୁ ଜଣେ ବ୍ୟକ୍ତି ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ତ ସରକାର ମୌଳିକ ଅଧିକାର ଭାବରେ ସମସ୍ତ ଙ୍କୁ ଦେଇଛନ୍ତି। କିନ୍ତୁ ଦଶମ ଶ୍ରେଣୀ ପରେ ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ ତାର ଉଚ୍ଚ ଶିକ୍ଷା ପାଇଁ ଆଶା ଦେଖିଥାଏ ତାହା ତାଙ୍କର ପରିବାର ପାଇଁ ଏକ ନୁଆ ରାହା ଦେଖାଇ ଥାଏ ।

କିନ୍ତୁ ସରକାରୀ କର୍ମଚାରୀ ଙ୍କର ଅବହେଳା ପାଇଁ ଆଜକୁ ପ୍ରାୟ ୬ ବର୍ଷ ହେଲାଣି ମାଟ୍ରିକ ପରୀକ୍ଷା ରେ ପାସ ହୋଇ ଘରେ ବସିଛନ୍ତି ।କେବଳ ଇଂରାଜୀ ଅକ୍ଷର H ପାଇଁ ଉଚ୍ଚ ଶିକ୍ଷା ରୁ ବଞ୍ଚିତ ରହିଛନ୍ତି ଇନ୍ଦୁମତି ଟପୋ। ତେବେ ଘଟଣା ଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ମଣି ଶଙ୍କର ବ୍ଲକ ର ଇନ୍ଦୁମତି ଙ୍କ ସହ ।ଓଡ଼ିଶା ବୋର୍ଡ଼ ଅଫିସ ର ଅଧିକାରୀ ମାନଙ୍କ ର ଅବହେଳା ପାଇଁ ସେ ମାଟ୍ରିକ ପରୀକ୍ଷା ପାସ କରି ବସିଛନ୍ତି ଟିକିଏ ଭୁଲ ପାଇଁ ଯୁକ୍ତ ଦୁଇ ରେ ଆଡ଼ମିଶନ କରିପାରୁନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ , ସୁନ୍ଦରଗଡ଼ ଜିଲ୍ଲାର ମଣି ଶଙ୍କର ବ୍ଲକ ର ଇନ୍ଦୁମତି ଟପୋ ୨୦୧୫ ମସିହାରେ ରେ ମଣି ଶଙ୍କର ଜନତା ସରକାରୀ ବିଦ୍ୟାଳୟ ରେ ସେକେଣ୍ଡ ଡିଭିଜନ ରେ ପାସ କରିଥିଲେ ।କିନ୍ତୁ ଯେତେବେଳେ ତାଙ୍କର ସାଠିଫିକେଟ ଆସିବା ସମୟରେ ତାଙ୍କର ବାପା ଙ୍କର ନାମରେ , ବାପାଙ୍କର ଆଧାର କାର୍ଡ ରେ ଥିବା ନାମ ର ଅକ୍ଷର ମଧ୍ୟରେ ଟିକେ ଏପଟ ସେପଟ ହୋଇଥିଲା। ତେଣୁ ସେ ଯୁକ୍ତ ଦୁଇ ରେ ଆଡ଼ମିଶନ କରିପାରି ନଥିଲେ। ତାଙ୍କର ବାପା ଙ୍କର ନାମ ଆଧାର କାର୍ଡ ରେ THAPEU TOPPO ଥିଲା କିନ୍ତୁ ଝିଅ ର ସାଟିଫିକେଟ ରେ THA ବଦଳରେ TAH ହୋଇଯାଇଥିଲା।

ତେବେ ଏହି ସମସ୍ୟା ବିଷୟରେ ଜାଣିବା ପରେ , ସେ ବିଦ୍ୟାଳୟ ର ମୁଖ୍ୟ ଙ୍କୁ ଏବିଷୟରେ ଜଣେଇଥିଲେ ।ଆଉ ତାହାକୁ ସଂଶଧନ କରିବା ପାଇଁ ହେଡ ମାଷ୍ଟର ଏକ ଚାଲାଣ କାଟି ସମ୍ବଲପୁର କୁ ପଠାଇ ଥିଲେ । କିନ୍ତୁ ବହୁ ଦିନ ପର୍ଯ୍ୟନ୍ତ ଠିକ ହୋଇ ଆସିନଥିବା ରୁ ସେମାନେ ସମ୍ବଲପୁର ର ବୋଡ଼ ଅଫିସ୍ ଯାଇଥିଲେ ମାତ୍ର ତାଙ୍କୁ କୁହାଯାଇଥିଲା କି ସେମାନେ କଟକ ବୋର୍ଡ଼ ଅଫିସ ପଠେଇଛନ୍ତି ବୋଲି । ଯେତେବେଳେ ଇନ୍ଦୁମତି କଟକ ବୋର୍ଡ଼ ଅଫିସ ପହଞ୍ଚିଲେ ସେଠାରେ ତାଙ୍କ ପାଖକୁ କୌଣସି ଚିଠି ଆସିନାହିଁ ବୋଲି କହିଥିଲେ।

ପରେ ପୁଣି ଥରେ ଇନ୍ଦୁମତି ଏକ ଚାଲାଣ କାଟି ପଠାଇଲେ ଏବଂ ସମ୍ବଲପୁର ରୁ ପୁଣି କଟକ ଗଲେ। କିନ୍ତୁ ସେଇ ସମାନ ଉତ୍ତର ଆସିଥିଲା। ପରେ ଜଣେ ସମାଜ ସେବି ଙ୍କର ସାହାଯ୍ୟ ରେ ବହୁତ ଥର କଟକ ବୋର୍ଡ ଅଫିସ କୁ ଚକର କାଟିଥିଲେ। କିନ୍ତୁ କିଛି ସମାଧାନ ନଥିଲା ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦୁମତି ଉଚ୍ଚ ଶିକ୍ଷା ପାଇଁ ଅପେକ୍ଷା କରିଛନ୍ତି ମାତ୍ର ବୋର୍ଡ଼ ଅଫିସ ର ଅବହେଳା ପାଇଁ ତାଙ୍କର ଜୀବନ ବାଜିରେ ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.