15 ଲକ୍ଷ ଟଙ୍କା ଥିଲେ ମୁଁ ଏଠି ଖରାରେ ସିଝୁଥାନ୍ତି ..ଓଡିଶା ଶିକ୍ଷା ବିଭାଗ ଏତେ ଦୁର୍ନୀତିଗ୍ରସ୍ତ ଯେ ସାଧାରଣ ପିଲା ଚାକିରୀ ପାଇବା ଅସମ୍ଭବ… କଣ କହୁଛନ୍ତି ଏହି ଝିଅ… ଦେଖନ୍ତୁ Video

ଅନେକ ସମୟରେ ଛାତ୍ର ଛାତ୍ରୀ ମାନେ, ଯେଉଁମାନେ ଚାକିରି ପାଇଁ ଆଶାୟୀ ଅଟନ୍ତି, ସେମାନେ ସେମାନଙ୍କ ଅଭିଯୋଗ ନେଇ ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି ଏବଂ ଧାରଣାରେ ମଧ୍ୟ ବସି ଥାଆନ୍ତି। ତେବେ କେତେବେଳେ ସେମାନଙ୍କ ଦାବି ପୂରଣ ହୋଇଥାଏ ତ ପୁଣି କେତେବେଳେ ହୋଇ ପାରି ନଥାଏ। ଏହାରି ଭିତରେ କିନ୍ତୁ ଅନେକ ବାଦ ପ୍ରତିବାଦ ଦେଖିବାକୁ ମିଳିଥାଏ। ସେହିଭଳି ଏବେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ରାଜଧାନୀ ର ଅସହ୍ୟ ତାତି ରେ, ପ୍ରଚଣ୍ଡ ଖରାରେ ନିଜର ଅଭିଯୋଗକୁ ନେଇ ଧାରଣା ରେ ବସିଛନ୍ତି ଶିକ୍ଷକ ଚାକିରି ପାଇଁ ଆଶାୟୀ ଥିବା ମେଧାବୀ ଛାତ୍ରଛାତ୍ରୀ ମାନେ।

ଯେଉଁମାନେ ଶିକ୍ଷକତା ପାଇ ଏକ ଶିକ୍ଷିତ ସମାଜ ଗଠନ କରିଥାନ୍ତେ ସେମାନେ ଆଜି ନିଜର ଅଭିଯୋଗ ନେଇ ରାଜରାସ୍ତାରେ ଖରାରେ ଧାରଣାରେ ବସିଛନ୍ତି। ବାସ୍ତବରେ ଏଭଳି ଦୃଶ୍ୟ ଦେଖି କଷ୍ଟ ଲାଗିବା ସ୍ବାଭାବିକ। ତେବେ ସେମାନେ ଦୁର୍ନୀତି ଉପରେ ଅଭିଯୋଗ ଆଣିଛନ୍ତି। ଦୁର୍ନୀତି କରି କିପରି ଭାବରେ ତାଙ୍କ ସହିତ ଅନ୍ୟାୟ କରା ଯାଇଛି ସେ ବିଷୟରେ ସେମାନେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ତେବେ ଏଠାରେ ଜଣେ ଛାତ୍ରୀ କହିଛନ୍ତି ଯେ ଆଜି ଦୁର୍ନୀତି, ଟଙ୍କା ଆଗରେ ହାର ମାନି ଯାଇଛି ପରିଶ୍ରମ ଏବଂ ଶିକ୍ଷା ର ମୂଲ୍ୟ। ଆମ ପାଖରେ ୧୫ ଲକ୍ଷ ଟଙ୍କା ନାହିଁ ବୋଲି ଆମେ ଦେଇ ପାରିଲୁନି ଏବଂ ଚାକିରି ପାଇବାରୁ ଆଜି ଆମେ ବଂଚିତ।

ଆମେ ଗରିବ ପରିବାରର ପିଲା ଏତେ ଟଙ୍କା କୁଆଡୁ ଆଣିବୁ। ଏହାଛଡା ନେତା ମନ୍ତ୍ରୀ ଙ୍କ ସହିତ ମଧ୍ୟ ଆମର ହାତ ନାହିଁ। ତେଣୁ ଚାକିରି ପାଇବା ଆମ ପାଇଁ କଷ୍ଟକର। ଯେଉଁ ମାନଙ୍କ ପାଖରେ ପଇସା ଅଛି ସେମାନେ ହିଁ ଚାକିରି ପାଇବେ। ଏ ହେଉଛି ଆମର ଆଇନ୍ ଏବଂ ନ୍ୟାୟ ବ୍ୟବସ୍ଥା। ଆମେ ଦିନରାତି ପରିଶ୍ରମ କରି ପାଠପଢି ଏତେ ଭଲ ମାର୍କ ରଖି ଚାକିରି ପାଇବୁନି କିମ୍ୱା ଚୟନ ହେବୁ ନାହିଁ କିନ୍ତୁ ସେମାନେ ଏତେ ଅଳ୍ପ ମାର୍କ ରଖି ଟଙ୍କା ରଖି ଚାକିରି ପାଇଁ ହକଦାର ହୋଇ ଯାଉଛନ୍ତି। ଜଣେ ଶିକ୍ଷିତ ହିଁ ଶିକ୍ଷାଦାନ କରି ପାରିବେ। ଆଉ ଯଦି ଏଭଳି ଦୁର୍ନୀତି ଗ୍ରସ୍ତ ଲୋକ ଶିକ୍ଷକତା ରେ ରହିବେ ତେବେ ଛାତ୍ର ଛାତ୍ରୀ ଙ୍କ ଭାଗ୍ୟ କଣ ଅଟେ ତାହା ଆପଣ ଜାଣି ପାରୁଥିବେ।

ତେଣୁ ଶିକ୍ଷା ଏକ ସାଧନ, ଜୀବନର ବ୍ରତ ଅଟେ ଜଣେ ଶିକ୍ଷକ ପାଇଁ। ଆଉ ଶିକ୍ଷକ ଯଦି ଦୁର୍ନୀତି ମାଧ୍ୟମ ରେ ଏହାକୁ ହାସଲ କରେ ତେବେ ତାର ଶିକ୍ଷକତା ର ମାନ କେତେ ସ୍ବଚ୍ଛ ଏବଂ ସ୍ପଷ୍ଟ ହେବ ତାହା ଓଡ଼ିଶା ବାସୀ ଜାଣି ପାରିବେ ଆଉ ଜାଣି ପାରୁଥିବେ ବୋଲି ଏହି ଚାକିରି ଆଶାୟୀ ପ୍ରାର୍ଥୀନୀ ଜଣଙ୍କ ତାଙ୍କର ପ୍ରତିକ୍ରିୟା ରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment