Swastik Tv News Odisha

ଭିଡିଓ ଦେଖନ୍ତୁ – Ollywood ହିରୋଇନ ଶିବାନୀ (Sivani Sangita) ପ୍ରଥମ ଥର ପାଇଁ ରୋମାଣ୍ଟିକ ଗୀତ ଗାଇଲେ

0

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଟିଭି ଦେଖିବାକୁ ପସନ୍ଦ କରୁଥିବେ ଖାସ କରି ଫିଲ୍ମ ଏବଂ ସିରିଏଲ ଦେଖୁଥବେ। କାରଣ ମଣିଷ ନିଜର ବ୍ୟସ୍ତ ଜୀବନ ରୁ ଟିକିଏ ମୁକ୍ତି ପାଇଲେ ଟିଭି, ଫିଲ୍ମ ଦେଖି ଖୁସି ହୋଇଥାଏ। ତେବେ ଫିଲ୍ମ ଅପେକ୍ଷା ଲୋକମାନେ ସଂଗୀତ ଶୁଣିବାକୁ ବହୁତ୍ ପସନ୍ଦ କରନ୍ତି କାରଣ ଏହା ଆମ ମନ ଓ ହୃଦୟ କି ଶାନ୍ତି ଦେଇଥାଏ ଏବଂ ଆମକୁ ବହୁତ ଖୁସି ମଧ୍ୟ ଲାଗିଥାଏ ।ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ହିନ୍ଦୀ ଏବଂ ତେଲୁଗୁ ସଂଗୀତ ସହ ବେଶ ଟକର ଦେଉଛି ଓଡ଼ିଆ ସଂଗୀତ ।

ଆମ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ରେ ଅନେକ କଳାକାର ତଥା ସଂଗୀତ କାର ରହିଛନ୍ତି ଯେପରି କି , ହ୍ୟୁମାନ ସାଗର , ଅସୀମା ପଣ୍ଡା , ଦୀପ୍ତି ଏମିତି ଅନେକ ସଂଗୀତଜ୍ଞ ଯେଉଁମାନେ ନିଜର ସୁମଧୁର ସ୍ୱର ଏବଂ ବେଶ ସୁନ୍ଦର ଭାବରେ ଲିଖିତ ଗୀତ ଗୁଡିକ ଭିନ୍ନ ଭିନ୍ନ ଢ଼ଙ୍ଗରେ ଆମ ଆଗରେ ପରିବେଷଣ କରନ୍ତି ଏବଂ ସେହି ଗୀତ ଶୁଣି ଆମେ ମଧ୍ୟ ବହୁତ ଖୁସି ଅନୁଭବ କରିଥାଉ ।

 

ତେବେ ଆପଣ ମାନେ ଦେଖୁଥିବେ କି, କେବଳ ସଙ୍ଗୀତଜ୍ଞ ମାନେ ନୁହଁନ୍ତି ବରଂ କେତକ ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ଗୀତ ଗାଇବା ରେ ରୁଚି ରଖିଥାନ୍ତି। ଏବଂ ଶୁଟିଂ ସହ କେବେ କେବେ ସେମାନେ ଷ୍ଟୁଡ଼ିଓ ରେ ଗୀତ ଗାଇବାର ଆମ ନଜର ରେ ଆସିଥାନ୍ତି। ତେବେ ଆମ ଓଡ଼ିଶା ସିନେମା ଜଗତର କ୍ୟୁଟି କୁଇନ ଶିବାନୀ ଙ୍କୁ ଆପଣ ମାନେ ସବୁବେଳେ ଫିଲ୍ମ ରେ ଅଭିନୟ କରୁଥିବା ର ଦେଖିଥିବେ ମାତ୍ର ପ୍ରଥମ ଥର ପାଇଁ ସେ ଏକ ଅଲଗା ରୂପରେ ଦର୍ଶକଙ୍କ ଆଗକୁ ଆସୁଛନ୍ତି।

ସୂଚନା ଅନୁସାରେ, ଶିବାନୀ ସଂଗୀତ ନିର୍ଦେଶକ ପ୍ରେମ ଚାନ୍ଦ ଙ୍କର ଅନୁସରଣ ରେ ଏକ ଗୀତ ଗାଇଛନ୍ତି ତେବେ ସେହି ଗୀତ ଟି ହେଉଛି ମତେ ପ୍ରେମ ହେଲା ଜାଣିଲି ।ତେବେ ଶିବାନୀ ତାଙ୍କର ଜେଜେ ମା ଙ୍କ ସହ କଟକ ଷ୍ଟୁଡ଼ିଓ ରେ ଏହି ଗୀତ ଟି ରେକର୍ଡ କରିସାଇଛନ୍ତି ଏବଂ ବହୁତ ଶୀଘ୍ର ଏହା ଦର୍ଶକ ଙ୍କୁ ଶୁଣିବାକୁ ମିଳିବ ।ତେବେ ସେ କହିଛନ୍ତି କି , ପିଲା ଦିନରୁ ସେ ନାଚ ଏବଂ ଅଭିନୟ ଶିକ୍ଷା କରିବା ପୂର୍ବରୁ ସଂଗୀତ ଶିକ୍ଷା କରୁଥିଲେ । ଆଜି ତାଙ୍କୁ ଯେଉଁ ସୁଯୋଗ ମିଳିଛି ତାହା ପାଇଁ ସେ ବହୁତ ଖୁସି ଅଛନ୍ତି ।

ଶିବାନୀ, ପ୍ରଥମେ ଏକ ଶିଶୁ କଳାକାର ଭାବରେ ଓଡ଼ିଆ ଟିଭି ସିରିଏଲ ରେ ଅଭିନୟ କରୁଥିଲେ ପରେ ତାଙ୍କ ର ଅଭିନୟ ପାରଦର୍ଶିତା ଏବଂ ସୁନ୍ଦରତା ପାଇଁ ସେ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ସେ କହିଛନ୍ତି ଯେ, ଆପଣ ମାନେ ଯେମିତି ମୋର ଅଭିନୟ କୁ ପସନ୍ଦ କରି ମତେ ବହୁତ ଭଲପାଇବା ଦେଇଛନ୍ତି ସେହିପରି ମୋ ସଂଗୀତ କୁ ଭଲପାଇବା ଦେବେ ତାହା ମୁଁ ଆଶା କରୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.