Swastik Tv News Odisha

ଦେଖନ୍ତୁ ଭିଡିଓ ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଦିନ ମଜୁରିଆରୁ ଲକ୍ଷପତି ୟୁଟ୍ୟୁବର ହେଲେ କେମିତି ଜାଣିଲେ ଆପଣଙ୍କ ହୋସ ରହିବନି…

0

ପ୍ରଥମ କଥା ହେଉଛି ନିଜକୁ ଆତ୍ମ ନିର୍ଭରଶୀଳ କରି ରଖିବା ଉଚିତ୍ । ସମ୍ମାନ ସେଇଠି ରହିଛି ଯେଉଁଠି ନିଜେ ନିଜର ପରାମର୍ଶ ଦାତା ହୋଇପାରିଛନ୍ତି । ଗରିବ ହୋଇ ଜନ୍ମ ନେବା ପାପ ନୁହେଁ , କିନ୍ତୁ ଗରିବ ହୋଇ ମୃତ୍ୟୁ ବରଣ କରିବା ହେଉଛି ପାପ । ତେଣୁ ସବୁ ବେଳେ ଚେଷ୍ଟା କରିବା ଉଚିତ୍ ଯେ ନିଜେ କିପରି ନିଜ କୁ ଏପରି ଏକ ସ୍ଥାନ ରେ ରଖିବା ଉଚିତ୍ ଯେଉଁଠି ଆଗକୁ ବଢିବା ପ୍ରଣାଳୀ ରେ ଉନ୍ନତି ରହିଛି , ଅବନ୍ନତୀ ନୁହେଁ ।

ସେଥିପାଇଁ ଆଜି କାଲି ଅନେକ ପନ୍ଥା ରହୁଛି । ମହିଳା ମାନେ ମଧ୍ୟ ସ୍ୱନିର୍ଭର ହେବା ପାଇଁ ସରକାର ଅନେକ ସ୍କୀମ ଆଣିଛନ୍ତି । ତେବେ କଥା ଟି ହେଉଛି ଆମେ ନିତିଦିନ ଅନେକ ଥର ଫୋନ୍ ଧରି ତାହା ପଛରେ ଅନେକ ସମୟ ଦେଇଥାଉ । ତେବେ ଯଦି ଏହି ସମୟ ରେ କିଛି ରୋଜଗାର ହୋଇ ପାରୁଛି, ତେବେ ନିହାତି ଭଲ କଥା ।

ସେହିପରି ଜଣେ ରହିଛନ୍ତି ଯିଏ କି କମ୍ ପାଠ ପଢିଥିଲେ ମଧ୍ୟ ନିଜ ସମୟ କୁ ମୋବାଇଲ୍ ପଛରେ ଦେଇ ମିଲିଅନାରି ୟୁଟୁବର ହୋଇପାରିଛନ୍ତି । କିନ୍ତୁ ପେଶା ରେ ସେ ଜଣେ ଦିନ ମଜୁରିଆ । ସମ୍ବଲପୁର ବାସିନ୍ଦା ଇସାକ୍ ମୁଣ୍ଡା । ଲୋକ ଙ୍କ ଘରେ କୁଲି କାମ କରି ପେଟ ପୋଷୁଥିବା ଲୋକ । ସେ ପଢା ପଢି ରେ ସପ୍ତମ ପାସ୍ । ତେବେ ସେ ୟୁଟ୍ୟୁବରେ ଏକ ଭିଡିଓ ଦେଖୁଥିଲେ ଯେ ଜଣେ କହୁଥିଲେ ଯେ ଆମେ ୟୁଟ୍ୟୁବରେ ଭିଡିଓ ଦେଖି ପ୍ରତିଦିନ ଅନେକ ଡାଟା ସାରିଥାଉ କିନ୍ତୁ କିଛି ରୋଜଗାର ହୋଇନଥାଏ ।

ତେବେ ଯଦି ଆମେ କିଛି ଭିଡିଓ କରି ପୋଷ୍ଟ କରି ସେହି ୟୁଟ୍ୟୁବ ରୁ କିଛି ରୋଜଗାର କରିପାରିବା ତେବେ କେତେ ଭଲ ହେବ । ଏହା ଦେଖି ସେ ନିଜ ସ୍ତ୍ରୀ ଙ୍କ ସହିତ ମିଶି ନାନା ପ୍ରକାର ଭିଡିଓ କରିଥିଲେ । ବାସୀ ପଖାଳ ଖାଇବା , ତରକାରୀ ରାନ୍ଧିବା ପରି ଅନେକ ଭିଡିଓ କରିଥିଲେ ଯାହା ଦର୍ଶକ ଙ୍କୁ ବେଶ୍ ଭଲ ଲାଗୁଥିଲା । ଯାହା ଫଳରେ ସେ କିଛି ମାସ ମଧ୍ୟ ରେ ମିଲିଅନାରି ୟୁଟୁବର ହୋଇଗଲେ ଓ ୟୁଟ୍ୟୁବ ତରଫ ରୁ ତାଙ୍କୁ ଅନେକ ପଇସା ମିଳୁଛି ।

ଆଗରୁ ଚାଳ ଘରେ ରହୁଥିଲେ କିନ୍ତୁ ସେହି ପଇସା ମିଳିବା ଫଳ ରେ ଏବେ ଘର ତିଆରି ହୋଇଛି ଓ ଛାତ ମଧ୍ୟ ପଡ଼ିଛି । କେବେ କେଉଁଦିନ ଛତୁ , ଶୁଖୁଆ ,ପ୍ରାୟତଃ ଗାଉଁଲି ଖାଇବା କୁ ବ୍ୟବହାର କରି ସେ ଭିଡିଓ କରିଥାନ୍ତି । ତେବେ ପ୍ରଥମେ ୩-୪ ମାସ ଭିଡିଓ ଛାଡ଼ିବା ପର ଠୁ ସେ ମାସ କୁ ଅନେକ ଟଙ୍କା ରୋଜଗାର କରିଥାଆନ୍ତି । ପ୍ରଥମ ମାସ ୩୭,୦୦୦ ଟଙ୍କା ମିଳିଥିଲା ୟୁଟ୍ୟୁବ ପକ୍ଷରୁ , ତା ପରେ ମାସ ୮୩,୦୦୦ ଟଙ୍କା ମିଳିଥିଲା । ତେବେ ପ୍ରତି ମାସ ୨୨ , ୨୩ ତାରିଖ ସୁଦ୍ଧା ପଇସା ମିଳିଯାଏ ।

୨୦୨୦ ମସିହା ଅଗଷ୍ଟ ମାସ ସେ ବେଶୀ ରୋଜଗାର କରିଥିଲେ । ପାଞ୍ଚ ଲକ୍ଷ୍ୟ ଟଙ୍କା ରୋଜଗାର କରିଥିଲେ ବୋଲି ସେ ଜନେଇଚନ୍ତି । ତେବେ ଏହିପରି ଭାବେ ସେ ନିଜ ଅସୁବିଧା ମେଣ୍ଟାଇବା ସହିତ ଦରକାର ରେ ପଡ଼ିଥିବା ଲୋକ ଙ୍କୁ ମଧ୍ୟ ସାହାଯ୍ୟ କରିବେ ବୋଲି କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.