Swastik Tv News Odisha

ବଡ ଖବର ! DL ପାଇଁ ଆଉ ଦୌଡିବାକୁ ହେବନି ଆରଟିଓ ଅଫିସ୍ ଏଣିକି ଘରେ ବସି ପାଇ ପାରିବେ ଲର୍ଣ୍ଣିଂ ଲାଇସେନ୍ସ୍ , ହେଲେ କେମିତି ଜାଣନ୍ତୁ….

0

ଆମ ଦେଶ ଭାରତ ବର୍ଷ ଏକ ବିକାଶୀଳ ରାଷ୍ଟ୍ର। ଆମ ଦେଶ ରେ ପ୍ରାୟତଃ ୧୩୦ କୋଟି ଲୋକ ବାସ କରୁଛନ୍ତି । ଲୋକମାନଙ୍କର ସୁବିଧା ଯାତାୟାତ ପାଇଁ ସରକାର ବହୁତ ସଡ଼କ ପଥ ନିର୍ମାଣ କରିଛନ୍ତି । ଲୋକ ମାନଙ୍କ ସୁବିଧା ପାଇଁ ବହୁତ ଯାନ ବାହାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଗ୍ରାମ ଠୁ ସହର ପର୍ଯ୍ୟନ୍ତ ସବୁଠି ଗାଡ଼ି ମଟର ର ବ୍ୟବହାର ବହୁ ପରିମାଣ ରେ ବଢ଼ି ଚାଲିଛି ।

ତେବେ ସଡ଼କ ରେ ଯିବା ବେଳେ ବିଭିନ୍ନ ଅସାବଧାନତା କାରଣ ହେତୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି । ଫଳରେ ବ୍ୟକ୍ତି, ରାଷ୍ଟ୍ର, ପରିବାର ର ଅକଳନ କ୍ଷତି ଘଟୁଛି । ଆମ୍ଭ ମାନଙ୍କ ଆବଶ୍ୟକତା ଦୃଷ୍ଟି ରୁ ଆମ କୁ ରାସ୍ତା ବ୍ରେ ଚାଲିବାକୁ ପଡିବ । ଯାନ ବହନ ର ବ୍ୟବହାର ମଧ୍ୟ କରିବାକୁ ପଡ଼ିବ । ତେଣୁ ରାସ୍ତା ରେ ଚାଲିବା ବେଳେ ହେଉ କିମ୍ବା ଗାଡ଼ି ଚଳାଇଲେ ବେଳେ ହେଉ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ରାସ୍ତା ର ନିୟମ ମାନିଲେ ଆମେ ମାନେ ଦୁର୍ଘଟଣା କୁ ଏଡାଇ ପାରିବା । ତାହା ପରିବାର ପାଇଁ ରାଷ୍ଟ୍ର ପାଇଁ ସୁରକ୍ଷିତ ରହିବ ।

ଆଜିର ପିଲା ଆସନ୍ତା କାଲି ଦେଶ ର ନାଗରିକ । ତେଣୁ ଆମ ଦେଶ ର ପ୍ରଚଳିତ ରାସ୍ତା ନିୟମ ସମ୍ପର୍କ ରେ ସେମାନେ ସବିଶେଷ ଜାଣିବା ଦରକାର । ତା ସହିତ ଦେଶ ର ନାଗରିକ ସଡ଼କ ରେ ଯିବା ସମୟ ରେ କେତେକ ଦିଗ ପ୍ରତି ଧ୍ୟାନ ଦେଇ ସତକର୍ତା ଅବଲମ୍ବନ କରିବା ମଧ୍ୟ ଉଚିତ୍ । ତେବେ ସରକାର ଅନେକ ନିୟମ ରଖିଛନ୍ତି ତେବେ ରାସ୍ତା ରେ ଚାଲୁଥିବା ସମୟ ରେ ବାମ ପଟ ରେ ଚାଲିବା ଉଚିତ ।

ସହର ର ରାସ୍ତା ରେ ଚାଲିବା ପାଇଁ ଅଲଗା ରାସ୍ତା ଦିଆ ଯାଇଥାଏ ସେଥିରେ ଚାଲିବା ଦରକାର । ବନ୍ଧୁ ମାନଙ୍କ ସହିତ ଯିବା ସମୟ ରେ ଦଳ ବାନ୍ଧି ଯିବା ଉଚିତ୍ ନୁହଁ । ରାସ୍ତା ରେ ଗାଡି ନେଇ ଯିବା ଆଏଜ୍ଜସମୟ ରେ ଫୋନ ରେ କଥା ହେବା ଅନୁଚିତ୍ ଯାହାଦ୍ଵାରା ଅନେକ ଦୁର୍ଘଟଣା ରୁ ବର୍ତ୍ତି ଯାଇପାରିବେ । ସରକାର ଦୁର୍ଘଟଣା କୁ କମ୍ କରିବା ପାଇଁ ଅନେକ ନିୟମ କରିଛନ୍ତି । ଗାଡ଼ି ରେ ଲାଇସେନ୍ସ ରହିବା ନିହାତି ଆବଶ୍ୟକ ।

୧୮ ବର୍ଷ ରୁ କମ ବୟସ ପିଲା ଙ୍କୁ ଗାଡ଼ି ଚଳାଇବା ମନା । ତେବେ ଗାଡ଼ି ଲାଇସେନ୍ସ କରିବା ନେଇ ଏକ ନୂତନ ସୂଚନା ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ପାଇବା ପାଇଁ ଆର୍ ଟି ଓ ଅଫିସ ରେ ପରୀକ୍ଷା ଦେବାକୁ ହୋଇ ଥାଏ । ମାତ୍ର ବର୍ତ୍ତମାନ ଆଉ ପରୀକ୍ଷା ଦେବାକୁ ହେବ ନାହିଁ । ଜୁଲାଇ ୧ ତାରିଖ ଠୁ ଏହାର ନିୟମ ପରିବର୍ତ୍ତନ ହୋଇ ଯାଇଛି ।

ମିନିଷ୍ଟ୍ରି ଅଫ୍ ରୋଡ ଟ୍ରାନ୍ସପୋର୍ଟ ଏଣ୍ଡ ହାଇୱେ ଅନୁଯାୟୀ ଯଦି ଆପଣ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇବିଂ ସେଣ୍ଟର୍ ରୁ ଟ୍ରେନିଂ ନେଇଛନ୍ତି ତେବେ ଆପଣ ଙ୍କୁ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏଥି ନେଇ ସରକାର ରାଜ୍ୟ ସାରା ଡରାଇବିଂ ସେଣ୍ଟର୍ କୁ ମାନ୍ୟତା ଦେବାକୁ ଅଭିଯାନ କରିଛନ୍ତି । ଏଠାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଇ ପାରିବେ । ନୂଆ ନିୟମ ଅନୁଯାୟୀ ହାଲୁକା ଯାନ ରେ ଚାରି ସପ୍ତାହ ରେ ୨୯ ଘଣ୍ଟା ଅବଧି ରହିଛି । ଏଥିରେ ଥିଓରୀ ଓ ପ୍ରକଟିକଲ୍ ମଧ୍ୟ ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.