Swastik Tv News Odisha

ଦେଖନ୍ତୁ ଭିଡିଓ ! ଦୀର୍ଘ 12 ବର୍ଷ ପରେ ଘରକୁ ଫେରିଲା ନିଖୋଜ ହୋଇଥିବା ଝିଅ ତୁଳସୀ , ଯାହାକୁ ନେଇ ପରିବାରରେ ଖେଳି ଯାଇଛି ଆନନ୍ଦ

0

ଘରେ ଝିଅ ଟିଏ ଥିଲେ ତାକୁ ମା ଲକ୍ଷ୍ମୀ ଙ୍କ ପ୍ରତିମା ବୋଲି କୁହାଯାଇଥାଏ । କନ୍ୟା କୁ ରତ୍ନ ବୋଲି କୁହାଯାଏ । ସାମ୍ପ୍ରତିକ ସମାଜରେ ଅଭାବ ଅନଟନ ଲାଗି ରହିଛି । ଓଡ଼ିଶା ରେ ଏମିତି ବହୁ ପରିବାର ଅଛନ୍ତି ଯେଉଁ ମାନେ କି ଜୀବିକା ନିର୍ବାହ ତଥା ପରିବାର ଭୋରଣ ପୋଷଣ ପାଇଁ ବାହାରେ ଦାଦନ ଖଟିଥାନ୍ତି । ଗୋଟେ ସାଧାରଣ ଜୀବନ ଯାପନ ନିମିତ୍ତ ଖାଦ୍ୟ ପେୟ ବାସଗୃହ ଏକାନ୍ତ ପ୍ରୟୋଜନ ଅଟେ ।

କିଛି କିଛି ପରିବାରରେ ମା ବାପା ପିଲା ସମସ୍ତେ ଅର୍ଥ ଉପାର୍ଜନ ନିମିତ୍ତ ନିୟୋଜିତ ହୋଇଥାନ୍ତି । ସଂସାରରେ ଦାରିଦ୍ର୍ୟ ବହୁ କଷ୍ଟକର ବ୍ୟାପାର ଅଟେ । ନିକଟରେ ଏକ ଝିଅ ର କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି । ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ ।

ଏହି ଘଟଣା ଜରିଆରେ ଏକ ଆଦିବାସୀ ଝିଅ ର ସାହସିକତା ଦେଖିବାକୁ ମିଳିଛି । ଦୀର୍ଘ ବାର ବର୍ଷ ପରେ ଝିଅ ନିଜ ଗାଁ କୁ ଫେରିଛି । ବିଗତ ୧୨ ବର୍ଷ ତଳେ ଝିଅ ତି ଲୁଚି କରି ବାପା ମା ଙ୍କୁ ନ ଜଣାଇ ରାଉଲକେଲା ପଳାଇଥିଲା । ସେଠାରେ ସେ ସାଥୀ ଛଡ଼ା ହୋଇ ହଜି ଯାଇଥିଲା । ଛୋଟ ଝିଅ ଟି ଆଉ ଘରକୁ ଫେରିବାର ବାଟ ପାଇନଥିଲା । ଝିଅ ଟିର ନା ହେଉଛି ତୁଳସୀ ଭୂଇମା ।

ରାଉଲକେଲା ରେ କିଛି ଦିନ ଯିବା ପରେ ଦିଲ୍ଲୀର ଜଣେ ହୋଟେଲ ବ୍ୟବସାୟୀ ତାକୁ ଦିଲ୍ଲୀ ନେଇଯାଇଥିଲେ । ଆଉ ତୁଳସୀ ସେଠାରେ ରୋଷେଇଆ ଭାବେ କାର୍ଯ୍ୟ କରୁଥିଲା । ଦୀର୍ଘ ୧୨ ବର୍ଷ ପରେ ଆଜି ଝିଅ ନିଜ ଅଞ୍ଚଳକୁ ଫେରିଛି ଏହା ଦେଖି ସ୍ଥାନୀୟ ଗ୍ରାମବାସୀ ଙ୍କ ଖୁସି କହିଲେ ନା ସରେ । ସୂଚନା ଅନୁଯାୟୀ ତୁଳସୀ ସୋସିଆଲ ମିଡିଆରେ ନିଜ ଅଞ୍ଚଳ ର ପାରମ୍ପରିକ ଆଦିବାସୀ ନାଟକ ଦେଖିଥିଲା ।

ଆଉ ସେହି ନାଟକରେ ଥିବା ମୋବାଇଲ ନମ୍ବର ଜରିଆରେ ସେ ନିଜ ଗ୍ରାମକୁ ଫୋନ କରିଥିଲା ଏବଂ ସେ ରଘୁନାଥ ଭୁଇଁନମା ଙ୍କ ଝିଅ ତୁଳସୀ ଭୁଈନ୍ମା ବୋଲି କହିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସ ରେ ଅଭିଯୋଗ କରିଥିଲେ । ଏବଂ ଭାଇ ଚନ୍ଦ୍ର ଭୁଇଁମା ସହ ଜଣେ ପୋଲିସ କର୍ମୀ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ । ଆଉ ଦିଲ୍ଲୀ ପ୍ରଶାସନ ଙ୍କ ସହାୟତା କ୍ରମେ ତୁଳସୀ ଙ୍କୁ ଫେରି ପାଇଥିଲେ ।

 

ତୁଳସୀ ର ପ୍ରତିକ୍ରିୟା ଶୁଣିବା ପରେ ସେ ବହୁ ଖୁସି ଥିବାର ଜଣା ପଡ଼ିଛି । ଗ୍ରାମରେ ପହଞ୍ଚିବା ମାତ୍ରେ ସମସ୍ତେ ଏତେ ଦିନ କୋଉଠି ଥିଲୁ କେମିତି ଥିଲୁ ଆଦି ପ୍ରଶ୍ନ କରିଛନ୍ତି । ଗ୍ରାମବାସୀ ତଥା ପରିବାର ର ଭଲ ପାଇବା ଯୋଗୁ ତୁଳସୀ ଆଜି ନିଜ ଅଞ୍ଚଳରେ ପହଞ୍ଚି ପାରିଛି । ସୋସିଆଲ ମିଡ଼ିଆ ହେଉଛି ପ୍ରମୁଖ ମାଧ୍ୟମ ଯାହା ଦ୍ଵାରା ଗୋଟେ ଅଲିଅଳି ଝିଅ ଦୀର୍ଘ ୧୨ ବର୍ଷ ପରେ ଫେରି ଆସିପାରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.