ତେବେ ବନ୍ଧୁଗଣ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ କୁ ନେଇକି ବହୁତ ଯତ୍ନବାନ ଥିବା କଥା ଆମେ ସମସ୍ତେ ଜାଣିଥିବେ | ତେବେ ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ ହୋଇଥାଏ ତେଣୁ ଆମେ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତେବେ ସେଥିପାଇଁ ଆମେ ଆମର ଖାଦ୍ୟ ପ୍ରତି ଯେତିକି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ , ସେମିତି ଆମ ଶରୀର ପାଇଁ ନିଦ୍ରା ମଧ୍ୟ ଗୋଟିଏ ନିହାତି ଦରକାର ହୋଇଥାଏ | ତେବେ ବେଳେ ବେଳେ ଆମ ମାନଙ୍କ ପାଖରେ ନିଦ୍ରା ଜନିତ ସମସ୍ୟା ଦେଖା ଯିବ ଫଳରେ ଏହା ଆମର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ | ତାହେଲେ ଆମେ ଏହି ନିଦ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆସନ୍ତୁ କେତେକ ଅତି ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ତେବେ ଆମେ ଜାଣିଛି ଅଧିକ ଷ୍ଟ୍ରେସ ରେ ରହିବା ଫଳରେ ଓ ଆମର ଅନ୍ୟ କୌଣସି କାରଣ ରୁ ଯଦୁ ନିଦ୍ରା ଠିକ ଭାବରେ ହେଉ ନ ଥିବ ବା ରାତିରେ ଯଦି ନିଦ ଅଧାରୁ ଭାଙ୍ଗି ଯାଉଥିବ | ତାହେଲେ ସେଥିରି ମୁକ୍ତି ପାଇବା ପାଇଁ ଆମେ 2 ଟି ଘରେଇ ରେମିଡି ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକୀୟ ଉପକରଣ :-
ଫୁଟି କାକୁଡି ମଞ୍ଜି, ଚନ୍ଦନ ପାଉଡର
ପ୍ରସ୍ତୁତି ପ୍ରଣାଳୀ -1
ତେବେ ଆମେ ମାନେ ପ୍ରଥମେ ଫୁଟି କାକୁଡି ମଞ୍ଜି କୁ ନେଇକି ଆମର ପ୍ରଥମ ଘରେଇ ଉପଚାର ଟି ପ୍ରସ୍ତୁତ କରି ପାରିବା | ତେବେ ସେଥିପାଇଁ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଫୁଟି ର ମଞ୍ଜି | ଆଉ ତାହାକୁ ଆପଣ ମାନେ ବଜାରରୁ ପାଇଯିବେ, ତେବେ ସେହି ମଞ୍ଜିକୁ ଭଲ ଭାବରେ ଶୁଖାଇ ଦେବେ ଓ ଏକ କଢେଇ ସାହାଯ୍ୟରେ ତାକୁ ହାଲକା କୁ ଭାଜିବେ | ତେବେ କିଛି ସମୟ ଭାଜିବା ପରେ ସେହି ମଞ୍ଜି ଟି ଫୁଲିବାକୁ ଲାଗିବ ଆଉ ତାହା ସହିତ ମଞ୍ଜିର ରଙ୍ଗ ରେ ମଧ୍ୟ ପରିବର୍ତ୍ତନ ଦେଖା ଯିବ | ତେବେ ପରେ ତାହାକୁ ଆମେ ଗୋଟିଏ ପାତ୍ର କୁ କାଢି ଆଣିକି ତାକୁ ଷ୍ଟୋର କରିକି ରଖି ପାରିବା |ଏବେ ଆମେ ଦ୍ଵିତୀୟ ରେମିଡି ଟି ପ୍ରସ୍ତୁତ କରିବା |
ପ୍ରସ୍ତୁତି ପ୍ରଣାଳୀ -2
ଦ୍ଵିତୀୟ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଦରକାର ହେବ ତାହା ହେଉଛି ଚନ୍ଦନ ପାଉଡର | ଚନ୍ଦନ ପାଉଡର କୁ ଗୋଟିଏ ଚାମଚ ନେଇକି ସେଥିରେ କିଛି ପାଣି ମିଶାଇବା ଓ ଏକ ପେଷ୍ଟ ପ୍ରସ୍ତୁତ କରିବା |
ବ୍ୟବହାର :-
ପ୍ରସ୍ତୁତ କରିଥିବା ପ୍ରଥମ ଉପଚାର ଟିକୁ ଆମେ ମାନେ ସମସ୍ତେ ବ୍ୟବହାର କରିବା ମାତ୍ର ବ୍ଲଡ ପ୍ରେସର କମ ଥିବା ଲୋକ ଏହା କୁ ବ୍ୟବହାର କରି ପାରିବା ନାହିଁ |ତେବେ ସେହି ଫୁଟି ମଞ୍ଜି ଭଜା କୁ ଆମେ ମାନେ ପ୍ରତେକ ଦିନ ରାତିରେ ଖାଇ ସାରିଲା ପରେ ଗୋଟିଏ ଚାମଚ ବ୍ୟବହାର କରି ପାରିବା | ତାହା ବ୍ୟତୀତ ଆମେ ମାନେ ଦ୍ଵିତୀୟ ଉପଚାର କୁ ମୁଣ୍ଡରେ ଲଗେଇକି ଶୋଇ ପାରିବା | ଯାହା ଫଳରେ ଆମକୁ ବହୁତ ଭଲ ନିଦ୍ରା ହେବ |
ଏହା ଥିଲା ନିଦ୍ରା ଭଲ ହେବାର ଅତି ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।